ଢେଙ୍କାନାଳ,୩୦।୬ : ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ। ଛାତ୍ର ମାନେ କଟକ ଲିଙ୍କ ରୋଡ଼ ଅଂଚଳର ଅରକ୍ଷିତ ମହାପାତ୍ର,ସୁଭମ ମହାପାତ୍ର, ହିମାଂଶୁ ଦାସ,ସୁଜିତ ସାହୁ ଓ ଲକି ଦାସ । ଢେଙ୍କାନାଳ ବନ ବିଭାଗ ପକ୍ଷରୁ ଖୋଜା ଖୋଜି ଜାରି ରହିଛି।
ସପ୍ତଶଯ୍ୟା ବୁଲିବାକୁ କଟକ ଲିଙ୍କ ରୋଡ ଅଞ୍ଚଳର ଅରକ୍ଷିତ ମହାପାତ୍ର,ସୁଭମ ମହାପାତ୍ର, ହିମାଂଶୁ ଦାସ,ସୁଜିତ ସାହୁ ଓ ଲକି ଦାସ ଆସିଥିଲେ। ସପ୍ତଶଯ୍ୟା ବୁଲିବାକୁ ଯାଇ ପାହାଡ଼ ଉପରକୁ ସେମାନେ ଯାଇଥିଲେ । ପାହାଡ ଉପରକୁ ଯାଇ ଫେରି ପାରିନାହାନ୍ତି । ସନ୍ଧ୍ୟା ପରେ ପାହାଡ ଉପରେ ବାଟ ବଣା ହୋଇଯାଇଛନ୍ତି । ଖବର ପାଇ ଢେଙ୍କାନାଳ ବନ ବିଭାଗ ପକ୍ଷରୁ ଖୋଜା ଖୋଜି ଜାରି ରହିଛି।