ଢେଙ୍କାନାଳ, ୨୪/୦୬ : ଢେଙ୍କାନାଳ ରୁଙ୍ଗଟା କାରଖାନାରେ ଅଘଟଣ। ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ ଓ ୩ ଗୁରୁତର। କାରଖାନାର ଡିଆରଆଇ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି।
ସୂଚନାନୁଯାୟୀ, ରୁଙ୍ଗଟା ପ୍ଲାଣ୍ଟର ୮ ଓ ୯ ନମ୍ବର କିଲନ ପ୍ଲାଟଫର୍ମରେ ମାଲ ସିଫ୍ଟିଙ୍ଗ ବେଳେ ଉପରୁ ଲୁହା ପ୍ଲେଟ ଖସିପଡିଛି। ଫଳରେ ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।