ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର

ଢେଙ୍କାନାଳ,୦୧/୦୭: ଢେଙ୍କାନାଳ  ସପ୍ତଶଯ୍ୟାକୁ ବୁଲିବାକୁ ଆସି ନିଖୋଜ ହୋଇଯାଇଥିବା ୫ ଛାତ୍ରଙ୍କୁ ବନ ବିଭାଗ ଓ  ପୁଲିସ୍‌ ଟିମ୍‌ ଦୀର୍ଘ ଘଣ୍ଟା ଧରି ଖୋଜାଖୋଜି  କରିବା ପରେ ରବିବାର ରାତି ପ୍ରାୟ ୧୧ଟା  ୪୦ରେ ଠାବ କରିଛି । ସମସ୍ତଙ୍କୁ ଏକ  ରେଷ୍ଟ ହାଉସ୍‌ରେ ରଖାଯାଇଛି । ସୋମବାର  ସକାଳୁ ସମସ୍ତଙ୍କୁ ପରିବାର ଲୋକଙ୍କୁ  ହସ୍ତାନ୍ତର କରାଯିବ ବୋଲି ପୁଲିସ୍‌ କହିଛି ।  

ପ୍ରାକୃତିକ ଶୋଭାରାଜିରେ ଭରପୂର  ସାତ ପାହାଡ଼ ଘେରା ସପ୍ତଶଯ୍ୟାକୁ ବର୍ଷସାରା  ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ସୋମବାର  କଟକ ଅଞ୍ଚଳର ଅରକ୍ଷିତ ମହାପାତ୍ର, ଶୁଭମ୍‌  ମହାପାତ୍ର, ହିମାଂଶୁ ଦାସ, ସୁଜିତ ସାହୁ ଓ  ଲକି ଦାସ ପ୍ରମୁଖ ୫ ଜଣ ଛାତ୍ର ବୁଲିବାକୁ  ଆସିଥିଲେ । ସମସ୍ତଙ୍କ ବୟସ ୧୮ରୁ ୨୦ ବର୍ଷ  ମଧ୍ୟରେ ହେବ । ବୁଲାବୁଲି କରିବା ମଧ୍ୟରେ ପାହାଡ଼ ଉପରେ ଥିବା ବିଷ୍ଣୁ ବାବାଙ୍କ ଆଶ୍ରମ  ଡେଇଁ ଆହୁରି ଉପରକୁ ଚାଲିଯାଇଥିଲେ । ବର୍ଷା  ହେବା କାରଣରୁ ଫେରିପାରି ନ ଥିଲେ । ସନ୍ଧ୍ୟା  ହୋଇଯାଇଥିଲା । ଜଙ୍ଗଲରେ ଫେରିବାର ରାସ୍ତା ଜାଣି ନ ପାରି ସେମାନେ ବାଟବଣା ହୋଇଯାଇଥିଲେ । ଏ ସମ୍ପର୍କରେ ଫୋନ୍‌ କରି  ପରିବାର ଲୋକଙ୍କୁ ଜଣାଇଥିଲେ । ଘଟଣା ପ୍ରଘଟ ହେବା ପରେ ପୁଲିସ ଏବଂ ବନ  କର୍ମଚାରୀ ତତ୍ପର ହୋଇ ଉଠିଥିଲେ । ସଦର ଥାନା ଆଇଆଇସି ଦୀପକ ଲେଙ୍କା ଓ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ପୁଲିସ ଓ ବନ ବିଭାଗ ୩ଟି ଟିମ୍‌ ମିଳିତ ଭାବେ  ତଲାସି ଅଭିଯାନ ଆରମ୍ଭ କରିଥିଲେ । ତେବେ  ନେଟୱର୍କ ସମସ୍ୟା ଯୋଗୁଁ ଛାତ୍ରମାନଙ୍କ ସହ ଯୋଗାଯୋଗ ହୋଇପାରି ନ ଥିଲା । ଜଙ୍ଗଲିଆ  ପରିବେଶ ସହ ତୁହାକୁ ତୁହା ବର୍ଷା କାରଣରୁ  ଖୋଜିବାରେ ସମସ୍ୟା ହୋଇଥିଲା । ବାଣ ଫୁଟା  ଯାଇ ଛାତ୍ରମାନଙ୍କ ସହ ଯୋଗାଯୋଗ କରିବାକୁ  ଚେଷ୍ଟା କରାଯିବା ପରେ ସଫଳତା ମିଳିଥିଲା । ବାଣ ଶବ୍ଦ ସେମାନେ ଶୁଣିଥିବାର ସୂଚନା  ଦେବା ସହ ଲୋକେସନ ସେୟାର କରିଥିବାରୁ ସେମାନଙ୍କୁ ଠାବ କରାଯାଇଥିଲା । ସପ୍ତଶଯ୍ୟା ପାହାଡ଼ର ଭୁଆଷୁଣି ଖାଲ ନିକଟରୁ ସମସ୍ତଙ୍କୁ  ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ରେଞ୍ଜର ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.