ପ୍ରମୂଖ ଖବର
  • ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଭୁବନ,୨୪/୫ : ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଗୁରୁତର ଯୁବକ ଅନୁଗୁଳ ଅଞ୍ଚଳର ଶାବଳ ଭଙ୍ଗା ଗ୍ରାମର  ଜୋମି ଓକାନ(୧୯) ବୋଲି ଜଣାପଡ଼ିଛି । ତେବେ ଯୁବକ ଜଣକ ତାଳଚେରସ୍ଥିତ କାହ୍ନା ଫୁଡ ପ୍ରଡକ୍ଟ ପ୍ରାଇଭେଟ କମ୍ପାନୀରେ ସେଲ୍ସମ୍ୟାନ୍ ଭାବରେ କାର୍ଯ୍ୟ କରୁଥିଲେ । ଆଜି ଏକ ଟାଟା ଏସି ଗାଡ଼ି ନେଇ ଡ୍ରାଇଭର ସହ ଭୁବନ ଥାନା ଆନ୍ତର୍ଗତ ନୂଆଭୁବନର ଏକ ବାବାମ ମିଲକୁ ଚିନାବାଦାମ ନେବାକୁ ଆସିଥିଲେ । ଗାଡିରେ ବାଦାମ ବସ୍ତା ଲୋଡ କରି ପରିସ୍ରା ପାଇଁ ମିଲର ପଛପଟକୁ ଯାଇ ଭାଲୁ ହାବୁଡରେ ପଡିଯାଇଥିଲେ । ଯୁବକଙ୍କ ଚିତ୍କାର ଶୁଣି ମିଲ୍ କର୍ମଚାରୀ ଯୁବକଙ୍କୁ ଉଦ୍ଧାର କରି ଭୁବନ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ଯୁବକଙ୍କ ଦୁଇ ହାତର ବାହୁକୁ ଭାଲୁ କାମୁଡ଼ି ରକ୍ତାତ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.