ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଜଟଣୀରେ ଭଲ ଖେଳପଡ଼ିଆଟିଏ ନାହିଁ, ଶରତ ପାଇକରାୟ ଷ୍ଟାଡିୟମ୍‌ ଜରାଜୀର୍ଣ୍ଣ

ଜଟଣୀ, ୩।୭: ଫୁଟବଲ୍ କ୍ରିକେଟ ପରି ଆଉଟ୍‌ଡୋର ଗେମ୍‌ରେ ଜଟଣୀର ଅନେକ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ପୂର୍ବରୁ ସୁନାମ ଆଣିଛନ୍ତି । ବିଶେଷ କରି ସ୍ଥାନୀୟ ଅଞ୍ଚଳର ଅନେକ ଫୁଟବଲ ଖେଳାଳି ସନ୍ତୋଷ ଟ୍ରଫି ଠାରୁ ଆରମ୍ଭ କରି ଅନେକ ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ପୁରୁଷଙ୍କ ସମେତ ସ୍ଥାନୀୟ ଅଂଚଳର ଅନେକ ମହିଳା ଫୁଟବଲ ଖେଳାଳି ମଧ୍ୟ ଜାତୀୟସ୍ତରରେ ଭାଗ ନେଇ ସ୍ୱନାମ ଅର୍ଜନ କରିଛନ୍ତି । କେବଳ ଫୁଟବଲ, କ୍ରିକେଟ ନୁହେଁ, ଆଥଲେଟିକ୍‌ରେ ମଧ୍ୟ ଏହି ଅଂଚଳର ଅନେକ ଖେଳାଳି ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ପ୍ରଂଶସନୀୟ ଖେଳ ପ୍ରଦର୍ଶନ କରିଛନ୍ତି । ଏଠାରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ନଥାଇ ସୁଦ୍ଧା ସ୍ଥାନୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ହେଲେ ସମସ୍ତ ସୁବିଧା ଥାଇ ଜଟଣୀ ଅଂଚଳରେ ଗୋଟିଏ ଭଲ ଖେଳପଡ଼ିଆଟିଏ ନାହିଁ । 

ଅବଶ୍ୟ କେତେକ ଇନ୍‌ଡୋର ଗେମ୍‌ ପାଇଁ କିଛି ମାସ ପୂର୍ବେ ଏଠାରେ ଏକ ଇନ୍‌ଡୋର ଷ୍ଟାଡିୟମ୍‌ ନିର୍ମାଣ ହୋଇ ଉଦ୍‌ଘାଟିତ ହୋଇଥିଲା । ହେଲେ ଆଉଟ୍‌ଡୋର ଗେମ୍‌ ପାଇଁ କୌଣସି ସୁବିଧା ନାହିଁ । ଫଳରେ ଖେଳାଳିମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଖାଲଢ଼ିପ ଥିବା ଖୋଲା ପଡ଼ିଆରେ ବାଧ୍ୟ ହୋଇ ଅଭ୍ୟାସ କରୁଛନ୍ତି । ସୂଚନାଯୋଗ୍ୟ ୨୦୦୪ ମସିହାରେ ୨୧ ଏକର ପରିମିତ ଜମିରେ ଏଠାରେ ଏକ ଖେଳପଡ଼ିଆ ତଥା ଶରତ ପାଇକରାୟ ଷ୍ଟାଡିୟମ ହୋଇଥିଲା । ସେ ସମୟରେ ବିଧାୟକ ଓ ସାଂସଦ ପାଣ୍ଠିର ଅର୍ଥରେ ପଡ଼ିଆ ଚତୁଃପାଶ୍ୱର୍ରେ ପାଚେରୀ ସହିତ ଖେଳ ପାଇ ଆବଶ୍ୟକ ଘର ନିର୍ମାଣ ହୋଇଥିଲା । ହେଲେ ପରବର୍ତ୍ତୀ ଅବସ୍ଥାରେ ଖେଳ ପଡ଼ିଆର ଉନ୍ନତିକରଣ କଥା କେହି ଦୃଷ୍ଟି ଦେଲେ ନାହିଁ । ଏହା ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ପଡ଼ିଆ ସାରା ଅନାବନା ଗଛଲତା ମାଡ଼ିଯାଇ ବଣବୁଦାରେ ପରିଣତ ହୋଇଛି । ନିର୍ମାଣ ହୋଇଥିବା ଘର ଓ ପାଚେରୀ ଭାଙ୍ଗିରୁଜି ପଡ଼ିଛି । ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଘରେ ନିଶାଡ଼ିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏଣୁ ଏହି ଷ୍ଟାଡିୟମ୍‌ଟିର ଉନ୍ନତିକରଣ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.