ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଦମ୍ପତ୍ତି ସମେତ ତିନି ଜଣଙ୍କୁ ହତ୍ୟା ଘଟଣା : ସାଇଣ୍ଟିଫିକ ଟିମର ଛାନଭିନ, ୨ ଅଭିଯୁକ୍ତ ଆତ୍ମ ସମର୍ପଣ

ନୀଳଗିରି,୫/୭ : ଔପଦା ଥାନା ଅଧିନରେ ଗୁଣି ଗାରେଡି ସନ୍ଦେହରେ ଦମ୍ପତ୍ତି ସମେତ ତିନି ଜଣଙ୍କୁ ହତ୍ୟା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଥିଲା । ଗତକାଲି ପୋଲିସର ତଦନ୍ତ ପରେ ଶବ ଜବତ କରିବା ପରେ ଆଜି ସାଇଣ୍ଟିଫିକ ଟିମ ଛାନ ଭିନ କରିଛି । ହତ୍ୟାକାଣ୍ଡରେ ସାମିଲ ଥିବା ଦୁଇ ଜଣ ଅଭିଯୁକ୍ତ ଆଜି ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି । ବାଲେଶ୍ଵର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ରାଜସ୍ୱ ଗ୍ରାମର ଆଦିବାସୀ ବସ୍ତି ବରପଦା ଗ୍ରାମରେ ଲୋମ ଟାଙ୍କୁରା ଘଟଣା ଘଟିଥିଲା । ଦେବଗିରି ପାହାଡ଼ର ଦଲଦଲି ନିଘଞ୍ଚ ଜଙ୍ଗଲ ବେକ କଟା ମୃତଦେହ ସମେତ ତିନି ଜଣଙ୍କର ଶବ ଜବତ ପରେ ଅଞ୍ଚଳବାସୀ ସ୍ତବ୍ଧ ପାଲଟି ଯାଇଥିଲା । 

ସୂଚନା ମୁତାବକ ଏହି ଗ୍ରାମର ୧୦ଦିନ ପୂର୍ବରୁ ମାଧ ସିଂଙ୍କ ଶିଶୁର ହଠାତ ମୃତ୍ୟୁ ହେବା ଓ  ମମତା ସିଂ ଆଖି ଖଣ୍ଡିଆ ହୋଇ ଘା ନ ଶୁଖିବା ଘଟଣା ଗୁଣିଗାରେଡି ହୋଇଥିବା ନେଇ ପରିବାର ଲୋକଙ୍କୁ ସନ୍ଦେହରେ ପକାଇ ଥିଲା। ମାଧ ସିଂ, ବିକ୍ରମ ସିଂ ସମେତ କିଛି ବ୍ୟକ୍ତି  ଗୁଣି ଗାରେଡି ସନ୍ଦେହରେ ଏହି ଗାଁର ଡାମ୍ଫା ସିଂ(୫୮), ସୋମବାରି ସିଂ(୫୬) ଓ ପାଗିଳି ସିଂ(୩୫)ଙ୍କୁ ଆକ୍ରମଣ କରିଥିଲେ । ଠେଙ୍ଗାରେ ପିଟିବା ସହ ଧାରୁଆ ଟାଙ୍ଗିଆରେ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପରେ ଜଙ୍ଗଲରେ ଶବକୁ ଫିଙ୍ଗି ଦେଇଥିଲେ । ଗତ ସୋମବାରରୁ ମୃତକ ତିନି ଜଣଙ୍କୁ ଗାଁରେ ଦେଖିବାକୁ ମିଳି ନ ଥିଲା । 

ହତ୍ୟା ହୋଇଥିବା ସୋମବାରୀ ସିଂଙ୍କ ପୁତ୍ର ନିରଞ୍ଜନ ସିଂ ଭୁବନେଶ୍ୱରରେ ରହୁଥିବାବେଳେ ଶାଶୁଙ୍କଠାରୁ ଖବରପାଇ ଗୁରୁବାର ଅପରାହ୍ନରେ ପହଁଚି ଔପଦା ଥାନାରେ ଲଖିତ ଭାବେ ଜଣାଇବା ପରେ ଆଇଆଇସି ଶ୍ରବଣ କୁମାର ମହରଣା ତଦନ୍ତ ଆରମ୍ଭ କରିଥିଲେ । ନିକଟସ୍ଥ ଦଳଦଲି ନିଘଞ୍ଚ ଜଙ୍ଗଲରୁ ଗତକାଲି ସନ୍ଧ୍ୟାରେ ତିନୋଟି ଗଳିତ ମୃତ ଦେହ ଉଦ୍ଧାର କରିଥିଲେ । ପରେ ଶବ ବ୍ୟବଚ୍ଛେଦ ମଧ୍ୟ କରିଥିଲେ । ଏଭଳି ଘଟଣାକୁ ନେଇ ଗତକାଲି ୭ଜଣ ଥାନାରେ ଅଟକ ରହିବା ପରେ ଆଜି ସାଇଣ୍ଟିଫିକ ଟିମ ଛାନଭିନ ଆରମ୍ଭ କରିଛି । 

ସେପଟ ବିକ୍ରମ ସିଂ ଓରଫ ଛେଳିଆ(୩୫) ଓ ମାଧ ସିଂ (୨୨) ହତ୍ୟାକାଣ୍ଡ କରିଥିବା ସ୍ୱୀକାର କରି ଥାନାରେ ଆତ୍ମ ସମର୍ପଣ କରିଥିବା ଦେଖା ଯାଇଥିଲା । ଗୁଣି ଗାରେଡି ସନ୍ଦେହରେ ସଂଘବଦ୍ଧ ଭାବେ ଏହି ତିନି ଜଣଙ୍କୁ ଠେଙ୍ଗାରେ ପିଟି ପିଟି ଗଳା କାଟି ହତ୍ୟା କରିଛନ୍ତି ବୋଲି ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି । ଏ ନେଇ ଔପଦା ଥାନାରେ କେଶ ନଂ ୧୪୧/୨୪ରେ ଏକ ମାମଲା ରୁଜ ହୋଇଛି । ମୋଟ ଅଟକ ଭିତରୁ ୫ଜଣ ମୁଖ୍ୟ ଅଭିଯୁକ୍ତ ଥିବା ସୂଚନା ମିଳିଥିବା ବେଳେ ଗୁଣିଗାରେଡି ସନ୍ଦେହରେ ଏଭଳି ଜଘନ୍ୟ ହତ୍ୟା ପୁଣି ଆଦିବାସୀ ବହୁଳ ଅଞ୍ଚଳ ସେହି ଅନ୍ଧାରୀ ଗଳି ଭିତରେ ଅନ୍ଧବିଶ୍ୱାସ ଲୁଚି ରହିଥିବା ପୁଣି ପ୍ରମାଣିତ   ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.