ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ଧାନ ତଳି ବିଲ ଫାଟି ଆଁ, ବର୍ଷାର ଦେଖା ନାହିଁ; ତଳି ବିଲରେ ପାଣି ଢାଳୁଛି ଚାଷୀ

କେନ୍ଦୁଝର ସଦର,୫/୭ : ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସଦର ବ୍ଲକର ବିଭିନ୍ନ ସ୍ଥାନରେ ଚାଷ କାମ ଆଗେଇ ପାରୁନଥିବା ଦେଖାଯାଉଥିବାବେଳେ କେତକ ସ୍ଥାନରେ ବିଲରେ ଧାନ ତଳି ଗୁଡିକ ପାଣି ଅଭାବରୁ ମାଟିରୁ ଉଠିପାରୁ ନାହିଁ । ତଳି ବିଲ ଗୁଡିକ ଫାଟି ଆଁ କରି ରହିଛି । ସମୟ ଗଡି ଗଡି ଯାଉଥିବାରୁ ଚାଷୀ ହଜାର ହଜାର ଟଙ୍କା ଦେଇ ବିହନ ଆଣି ବିଲରେ ତଳି ପକାଇଛନ୍ତି ମାତ୍ର ସେ ସବୁ ମାଟିରୁ ଉଠିପାରୁ ନାହିଁ । 

ତଥାପି ଚାଷୀ ହାଣ୍ଡି ବାଲ୍ଟି, ଗରିଆ ସାହାଯ୍ୟରେ ଏଣୁ ତେଣୁ ପାଣି ଯୋଗାଡ଼ କରି ତଳି ବିଲରେ ପାଣି ଢାଳୁଛି । ଏ ନେଇ କେତେକ ସ୍ଥାନର ଚାଷୀଙ୍କୁ ପଚାରିବାରୁ କୁହନ୍ତି ଦିନ ଥିଲା ଯାତ୍ରା ପୂର୍ବରୁ ବେଶ କିଛି ଧାନ ରୁଆ କାମ ଚାଲିଥାଏ । ଏ ବର୍ଷ ବର୍ଷା ନାହିଁ ବିଲରେ ଧାନ ତଳି କରିବାକୁ କଷ୍ଟ ହେଉଛି । ବର୍ଷା ଆମର ଚିନ୍ତା ବଢ଼ାଉଛି ଆଷାଢ଼ ସରିବାକୁ ବସିଲାଣି ସେଥିପାଇଁ ଦିନ ରାତି ଆମେ ମୁଣ୍ଡରେ ହାତ ଦେଇ ବସୁଛୁ । ଆମ ଅଞ୍ଚଳରେ ଜଳ ସେଚନ ସୁବିଧା ନାହିଁ । ଯାହା ଦୈବ ଉପରେ ଭରଷା ବୋଲି ଚାଷୀ କହିଛନ୍ତି। ତଳା ତକ ପଡ଼ିବାର ୨୦-୨୫ଦିନ ମଧ୍ୟରେ ରୁଆ ହେବା କଥା ତାହା ବର୍ତ୍ତମାନ ସୁଦ୍ଧା ୧୫ଦିନ ହେଲାଣି ମାଟିରୁ ଉଠି ପାରୁନଥିବାରୁ ଚାଷୀ ମନରେ ଛନକା ଦେଖା ଦେଲାଣି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.