ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

୧୧କେଭି ବିଦ୍ୟୁତ୍ ସଂସ୍ପର୍ଷରେ ଆସି ସେଣ୍ଟ୍ରିଂ ମିସ୍ତ୍ରୀ ମୃତ, ଘର ମାଲିକଙ୍କୁ ଦାୟୀ କଲେ ମୃତକଙ୍କ ପରିବାର ଲୋକେ

ଆନନ୍ଦପୁର,୫/୭ : ୨ମହଲା ଘର ଛାତ ପକାଇବା ପାଇଁ ସେଣ୍ଟ୍ରିଂ କରିବାକୁ ଚାଲିଥିଲା ମାପ ଚୁପ । ଏହି ସମୟରେ ଘର ଉପରେ ଯାଇଥିବା ୧୧ କେଭି ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ସେଣ୍ଟ୍ରିଂ ମିସ୍ତ୍ରୀ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଥାନା ଅଧିନ ଫକୀରପୁର ଗୋଷ୍ଠୀ ସ୍ବାସ୍ତ୍ୟକେନ୍ଦ୍ର ନିକଟରେ ନିର୍ମାଣାଧିନ ଏକ ଘରୋଇ କୋଠା ଠାରେ ।  ମୃତକ ଫକୀରପୁର ଗାଁର ସେଣ୍ଟ୍ରିଂ ମିସ୍ତ୍ରୀ ରାଜେଶ ରଣା ।

ଆଜି ସକାଳେ ଘରର ଛାତ ପଡିବା ପାଇଁ ସେଣ୍ଟ୍ରିଂ କାମ କରିବାକୁ ଯାଇଥିଲେ ରାଜେଶ । ଛାତ ଉପରେ ଚଢି ମାପ ଚୁପ କରୁଥିବା ସମୟରେ ଅସାବଧାନତା ବଶତଃ ନିକଟରେ ଯାଇଥିବା ୧୧କେଭି ବାଦ୍ଯୁତ୍ ତାର ସଂସ୍ପର୍ଶରେ ଆସି   ଗୁରୁତର ରାଜେଶ ହୋଇପଡ଼ିଥିଲେ । ଘର ମାଲିକ ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲଠାରେ ପହଁଞ୍ଚାଇବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଏଭଳି ଅଘଟଣ ପାଇଁ ଘର ମାଲିକଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ । ବିଦ୍ଯୁତ୍ ସରବରାହ ବନ୍ଦ ନ କରି ବିଦ୍ଯୁତ୍ ତାରର ଅତି ନିକଟରେ କାମ କରାଇବାରୁ ନିଜ ଭାଇର ମୃତ୍ଯୁ ଘଟିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବଡ଼ ଭାଇ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.