ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ସବୁଜ ସାରର ଫସଲ ‘ଧଣିଚା’, ୨୫% କମୁଛି ସାର ଓ କୀଟନାଶକ ଖର୍ଚ୍ଚ

ସମ୍ବଲପୁର, ୦୩/୦୭ : ଜଳବାୟୁର ବ୍ୟାପକ ପରିବର୍ତ୍ତନ ଓ ମାତ୍ରାଧିକ ସାର ଓ କୀଟନାଶକ ବ୍ୟବହାର ବର୍ତ୍ତମାନ ଚାଷ ଓ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ବିଭିନ୍ନ ସମସୟରେ ରୋଗପୋକ ଜନିତ ସମସ୍ୟା ଯୋଗୁଁ ଚାଷୀଙ୍କୁ ବ୍ୟାପକ କ୍ଷତିର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି । ଏଭଳି ସ୍ଥିତିରେ ବର୍ତ୍ତମାନ ମାଟିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସବୁଜ ସାର ଭାବେ ଧଣିଚା ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି । ଜମିରେ ଧଣିଚା ଚାଷ କରିବା ଫଳରେ ଫସଲରେ ରୋଗପୋକ ସମସ୍ୟା କମୁଛି । ଚାଷୀଙ୍କୁ ଏକର ପ୍ରତି ୨୫% ସାର ଓ କୀଟନାଶକ ବାବଦ ଖର୍ଚ୍ଚ କମ୍‌ କରିବାକୁ ପଡୁଛି । ଫଳରେ ଫସଲର ମାନ ସହ ଅମଳ ମଧ୍ୟ ବୃଦ୍ଧି ପାଉଛି । ଏହି କାରଣରୁ ବର୍ତ୍ତମାନ ଚାଷୀ ମଧ୍ୟ ଖରିଫ ଧାନ ଚାଷ ପୂର୍ବରୁ ଧଣିଚା ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

ଜିଲ୍ଲା କୃଷି ଅଧିକାରୀ ଉମାଶଙ୍କର ମିଶ୍ରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ଜିଲ୍ଲାର ଧାନ ଚାଷୀଙ୍କ ମଧ୍ୟରେ ଧଣିଚା ଚାଷ ପାଇଁ ପୂର୍ବ ଅପେକ୍ଷା ଅଧିକ ଆଗ୍ରହ ପ୍ରକାଶ ପାଇଥିଲା । ଏଥର ଜିଲ୍ଲାରେ ୫୩୦ ହେକ୍ଟର ଜମିରେ ଧଣିଚା ଚାଷ ପାଇଁ ପ୍ରାୟ ୫୦୦ ଚାଷୀଙ୍କୁ ସବ୍‌ସିଡ଼ିରେ ଧଣିଚା ବିହନ ଯୋଗାଇ ଦିଆଯାଇଥିଲା । ସେହିପରି ଶାସନ ଓ ରେମେଡ଼ ସମବାୟ ସମିତି ମାଧ୍ୟରେ ୨୦ କ୍ୱିଣ୍ଟାଲ ଧଣିଚା ବିହନ ଚାଷୀଙ୍କୁ ବିକ୍ରି କରାଯାଇଛି । ଚାଷୀ କେଜି ପ୍ରତି ୯୦ ଟଙ୍କାରେ ବିହନ କିଣିଥିବା ବେଳେ ସେମାନଙ୍କୁ ସବ୍‌ସିଡି ଅର୍ଥ ବାବଦକୁ ୪୦ ଟଙ୍କା ଫେରସ୍ତ ହେବ । ସେହିପରି ଚାଷ କାର୍ଯ୍ୟ ପରିଚାଳନା ପାଇଁ ହେକ୍ଟର ପିଛା ଏକ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବ । ରବି ଫସଲ ଅମଳ ପରେ ଓ ଖରିଫ ଋତୁ ଚାଷ ଆରମ୍ଭ ପୂର୍ବରୁ ଧଣିଚା ଚାଷ କରାଯାଇଥାଏ । ମାତ୍ର ୩୦ରୁ ୩୫ ଦିନ ମଧ୍ୟରେ ଧଣିଚା ବିହନ ବୁଣିବା ପରେ ଗଛ ୩ ରୁ ୪ ଫୁଟ ଉଚ୍ଚ ହୋଇଥାଏ । ଖରିଫ ଋତୁ ଚାଷ ପାଇଁ ଜମିକୁ କାଦୁଅ କରିବା ସମୟରେ ଧଣିଚା ଗଛ ମାଟିରେ ମିଶିଯାଏ । ଏଭଳି ସ୍ଥିତିରେ ଧଣିଚା ସବୁଜ ସାର ଭାବେ ମାଟିରେ ମିଶି ଉରର୍ବରତା ବୃଦ୍ଧି କରିବା ସହ ମାଟିର ସ୍ୱାସ୍ଥ୍ୟ ବୃଦ୍ଧି କରିଥାଏ । ଯେଉଁ ଜମିରେ ଧଣିଚା ଚାଷ ହୋଇଥାଏ ସେଠାରେ ୨୫% ସାର ଓ କୀଟନାକଶ ଖର୍ଚ୍ଚ କମିଥାଏ । ମାଟିର ସ୍ୱାସ୍ଥ୍ୟ ବୃଦ୍ଧି ପାଇବା ଯୋଗୁଁ ଧାନ ଗଛରେ ରୋଗ ପୋକ ଜନିତ ସମସ୍ୟା କମିଯାଏ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । 

ଧନକଉଡ଼ା ବ୍ଲକ କର୍ଡୋଲା ପଞ୍ଚାୟତ ଅନ୍ତର୍ଗତ ଚାରପାଲି ଗ୍ରାମର ଚାଷୀ ନୀଳାଞ୍ଚଳ ଛୁରୀଆଙ୍କ ସୂଚନା ଅନୁଯାୟୀ ପୂର୍ବରୁ ଚାଷୀ ଜମିରେ ଗୋବର ଖତ ବ୍ୟବହାର କରୁଥିଲେ । ଧିରେ ଧିରେ ରାସାୟନିକ ସାର ଓ କୀଟନାଶ ବ୍ୟବହାର ବୃଦ୍ଧି ପାଇବା ଯୋଗୁଁ ଜମିର ଉର୍ବରତା ନଷ୍ଟ ହେବା ସହ ରୋଗ ପୋକ ସମସ୍ୟା ବୃଦ୍ଧି ପାଇଲା । ଫସଲ ଅମଳ ମଧ୍ୟ କମ ହେଲା । ବର୍ତ୍ତମାନ ପୁଣି ଜୈବିକ ସାର ବୈବହାର ଉପରେ ଗୁରୁତ୍ୱାରୋପ କରାଯାଉଛି । ଆଗ ଭଳି ଆଉ ଗୋବର ଖତ ମିଳୁନି । ଏଭଳି ସ୍ଥିତିରେ ଚାଷୀ ଧଣିଚା ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଗତ ବର୍ଷ କୁଷିବିଭାଗ ପକ୍ଷରୁ ସବ୍‌ସିଡିରେ ମିଳୁଥିବା ଧଣିଚା ବିହନ ଆଣି ୫ ଏକଡ଼ ଜମିରେ ଚାଷ କରିଥିଲି । ଉକ୍ତ ଜମିରେ ଫସଲ ଅମଳ ବୃଦ୍ଧି ପାଇବା ସହ ରୋଗ ପୋକ ସମସ୍ୟା ମଧ୍ୟ କମିଯାଇଥିଲା । ଏଥର ୨୦ ଏକଡ଼ ଜମିରେ ଧଣିଚା ଚାଷ କରିଛି । ଆଉ ୧୦/୧୫ ଦିନ ମଧ୍ୟରେ ଉକ୍ତ ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହେବ । ଏଥର ମଧ୍ୟ ଫସଲ ଉତ୍ପାଦନ ବୃଦ୍ଧି ପାଇବ ବୋଲି ସେ ଆଶବ୍ୟକ୍ତ କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.