ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଶୁଖିଲା ପଡ଼ିଛି କେନାଲ, ପଛେଇବ ଚାଷ... ଚିନ୍ତାରେ ଚାଷୀ

ପାଟକୁରା, ୦୩/୦୭ : ଗରଦପୁର ବ୍ଲକ୍‌ ଲୁଣା ଚିତ୍ରୋତ୍ପଳା ତ୍ରିକୋଣଭୂମି ଅଂଚଳରେ ଥିବା ଆଠଗୋଟି ପଂଚୟତର ଚାଷୀମାନେ ପୁନ୍ଦାଳ ମାଇନର ଏବଂ ଖାନନଗର ମାଇନରରେ ପାଣି ନଥିବାରୁ ହତାଶ ହୋଇ ପଡ଼ିଛନ୍ତି । ଚାଷୀମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି, ହେଲେ ଯୋଜନା ଏବେ ବି ଅପହଂଚ । ଏହି ଅଂଚଳର ଲୋକମାନେ ସାଧାରଣତଃ ଚାଷ ପାଇଁ ଜଳସେଚନ ବିଭାଗର ପୁନ୍ଦାଳ ମାଇନର ଏବଂ ଖାନନଗର ମାଇନର ପାଣି ଉପରେ ନିର୍ଭର କରନ୍ତି । 

ମୌସୁମୀ ବର୍ଷା ଆସି ନଥିବା ବେଳେ ଲଘୁଚାପ ବର୍ଷା କମ୍‌ ହେଉଥିବାରୁ ଗାଁଗହଳିରେ ଥିବା ଗଡ଼ିଆ ପୋଖରୀ, ନଦୀ, ଚୁଆଗୁଡ଼ିକ ଶୁଖିଲା ପଡ଼ିଛି । ଏହି କେନାଲ ପାଣିରେ ଚଷୀମାନେ ମୁଖ୍ୟତଃ ଜଳସେଚନ କରି ଖରାଟିଆ ଫସଲ କରିବା ସହିତ ଗୋରୁଗାଈମାନେ ଏହି ପାଣି ପିଇଥାନ୍ତି । କିନ୍ତୁ ପୁନ୍ଦାଳ ମାଇନର ଏବଂ ଖାନନଗର ମାଇନର ବର୍ତ୍ତମାନ ଶୁଖିଲା ପଡ଼ିଛି । ଜଳସେଚନ ବିଭାଗର ଖାମଖିଆଲି ନୀତି ଯୋଗୁଁ କେନାଲରେ ପାଣି ଆସୁନଥିବାରୁ ଚାଷୀମାନେ ଲଗାଇଥିବା ବାଇଗଣ, ପୋଟଳ, ଝୁଡ଼ଙ୍ଗ, କଲରା, କଖାରୁ, ଭେଣ୍ଡି, ଶାଗ ଇତ୍ୟାଦି ଚାଷରେ ପାଣି ମଡ଼ାଇ ପାରୁନାହାନ୍ତି । ସେହିପରି ୨ବର୍ଷ ତଳେ ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାଶ୍ୱର୍ କେନାଲ ଉଦ୍‌ଘାଟନ ହୋଇଥିଲେ ମଧ୍ୟ ସେଥିରେ ଏପର୍ଯ୍ୟନ୍ତ ପାଣି ଆସିନାହିଁ । ତେଣୁ ଚିତ୍ରୋତ୍ପଳା ପାଇକା ଦ୍ୱୀପାଞ୍ଚଳର ୧୦ ଗୋଟି ପଂଚାୟତର ଚଷୀମାନେ ବର୍ଷା ହେଉନଥିବାରୁ ଏପରିକି କେନାଲରେ ପାଣି ଆସୁନଥିବାରୁ ଚାଷ କାର୍ଯ୍ୟ ଆଗେଇ ନପାରି ହାତ ବାନ୍ଧି ବସିଛନ୍ତି । 

ଗରଦପୁର ବ୍ଲକ୍‌ରେ ପ୍ରାୟ ୯ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ହେଉଥିବା ବେଳେ ଚଳିତବର୍ଷ ବର୍ଷା ନହେବାରୁ ଖାଲ ଜମିମାନଙ୍କରେ ଚାଷୀ ଧାନ ବୁଣି ପାରିନାହାନ୍ତି । ସେଥିପାଇଁ ଧାନ ରୁଆ ପାଇଁ ମୌସୁମୀ ବର୍ଷାକୁ ଲକ୍ଷ୍ୟ କରି ଚାଷୀମାନେ ଏପର୍ଯନ୍ତ ଧାନ ତଳି ପକାଇ ପାରୁନାହାନ୍ତି । ଅଗଷ୍ଟ ମାସରେ ରୁଆ ବେଉଷଣ କାର୍ଯ୍ୟ ଆରମ୍ଭ ହେଉଥିବାରୁ ବର୍ତ୍ତମାନ ତଳି ପକାଇବା ଜରୁରି । ନଚେତ୍‌ ରୁଆ ବେଉଷଣ କାର୍ଯ୍ୟ ପଛେଇ ଗଲେ ଭଲ ଅମଳ ହେବ ନାହିଁ । ସୂଚନାଯୋଗ୍ୟ ସରକାର ବିଲକୁ ଜଳସେଚନ ପାଇଁ ବହୁ ଯୋଜନା କରିବା ସହିତ ପାଣି ପଂଚାୟତ ଗଠନ କରିଥିଲେ । କିନ୍ତୁ ତାହାର ସୁଫଳ ଚାଷୀଙ୍କ ପାଖରେ ପହଂଚି ପାରୁନାହିଁ । ଅପରପକ୍ଷରେ କେନାଲରେ ପାଣି ନଦେଇ ଚାଷୀଙ୍କ ଉପରେ ଜଳକର ଲଦିଦେବା ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି । ଏଣୁ ସରକାର ତୁରନ୍ତ ପୁନ୍ଦାଳ ମାଇନର, ଖାନନଗର ମାଇନର ଏବଂ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ କେନାଲରେ ପାଣି ଛାଡ଼ିବାକୁ ସାଧାରଣରେ ଦାବି ହେଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.