ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ନବରଙ୍ଗପୁରରେ ୪୬୫ ଅଙ୍ଗନବାଡିର ନାହିଁ ନିଜସ୍ୱ ଗୃହ, ଭଡା ଘରେ ଚାଲିଛି ପାଠପଢା

ନବରଙ୍ଗପୁର, ୦୩/୦୭ : ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣିବା ଲାଗି ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ଅଥଚ ଜିଲ୍ଲାରେ ଭିତ୍ତିଭୂମି ଅଭାବରୁ ପ୍ରାକ୍‌ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି । ଜିଲ୍ଲାରେ ୪୬୫ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ କେଉଁଠି ଭଡା ଘରେ ତ ଆଉ କେଉଁଠି ଗୋଷ୍ଠୀକେନ୍ଦ୍ର ନହେଲେ ସ୍କୁଲଗୃହରେ ଗେଞ୍ଜା ଗେଞ୍ଜି ହୋଇ ଅଙ୍ଗନବାଡି କେନ୍ଦ୍ର ଚାଲିଛି। ବହୁ କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ ନଥିବା ବେଳେ ପିଲାଙ୍କୁ ପିଇବାପାଣି ମିଳୁନାହିଁ । ଏଭଳି ପରିବେଶରେ ପ୍ରାକ୍‌ ଶିକ୍ଷାର ମୂଳଦୁଆ ପଡିଛି ।  

ଜିଲ୍ଲାର ୧୦ଟି ବ୍ଲକ ଓ ୨ଟି ପୌରପାଳିକାରେ ମୋଟ ୨ ହଜାର ୩୩୦ ଅଙ୍ଗନବାଡି କେନ୍ଦ୍ର ରହିଛି । ସେଥିମଧ୍ୟରୁ ୧୮୬୫ କେନ୍ଦ୍ରର ନିଜସ୍ୱ ଗୃହ ରହିଛି । ବଳକା ୪୬୫ କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ନିଜସ୍ୱ କେନ୍ଦ୍ର ଥିବା ୧୪୪୦ ଅଙ୍ଗନବାଡିରେ ଶୌଚାଳୟ ରହିଛି । ସେଭଳି ୧୨୪୦ କେନ୍ଦ୍ରରେ ପାନୀୟଜଳର ସୁବିଧା ରହିଛି । ଅଧିକାଂଶ କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ ହୋଇନାହିଁ । ବର୍ଷବର୍ଷ ଧରି ଏସବୁ କେନ୍ଦ୍ର ଅବ୍ୟବସ୍ଥାରେ ଚାଲିଛି । ସରକାର ପରେ ସରକାର ବଦଳୁଛନ୍ତି । କିନ୍ତୁ ଅଙ୍ଗନବାଡି କେନ୍ଦ୍ରଗୁଡିକର ଚିତ୍ର ବଦଳିପାରୁନି । ଏନେଇ ଜିଲ୍ଲା ଡିଏସ୍‌ଡବ୍ଲ୍ୟୁଓ ଶିବାନୀ ଗୁହାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହି ସମସ୍ୟା ଦୂର ହେବ । ଜିଲ୍ଲାରେ ନୂତନ ୨୨୦ ଅଙ୍ଗନବାଡି କେନ୍ଦ୍ର ନିର୍ମାଣାଧୀନ ରହିଛି । ରାଜ୍ୟସରକାରଙ୍କ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରର ନୂତନ କୋଠା ପର୍ଯ୍ୟାୟକ୍ରମେ ମଞ୍ଜୁର ହେଉଛି । ନୂତନ କୋଠା ମଞ୍ଜୁର ହେଲେ ପ୍ରଶାସନ ପକ୍ଷରୁ କୋଠା ନିର୍ମାଣ କରାଯିବ । ନିଜସ୍ୱ ଗୃହ ନଥିବା କେନ୍ଦ୍ରଗୁଡ଼ିକ ସୁରକ୍ଷିତ ଭଡା ଘର ଓ ଗୋଷ୍ଠୀକେନ୍ଦ୍ରରେ ଚାଲୁଥିବା ସେ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.