ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଫିଟୁଛି ଇଛାପୁର ପଞ୍ଚାୟତ ଭତ୍ତା ଗୁମର, ସ୍ୱାମୀ ଥାଇ ସ୍ତ୍ରୀଙ୍କୁ ମିଳୁଛି ବିଧବା ଭତ୍ତା !

ବାଲିକୁଦା, ୦୩/୦୭ : ଲମ୍ବୁଛି ଇଛାପୁର ପଞ୍ଚାୟତ ଭତ୍ତା ଗୁମର । ସଳଖ ସୁନ୍ଦର ଭେଣ୍ଡିଆଙ୍କୁ ଭିନ୍ନକ୍ଷମ ଦର୍ଶାଇ ଭତ୍ତା ମଞ୍ଜୁର କରାଯାଇଥିବା ଘଟଣା ପଛକୁ ଯୋଡ଼ିହେଲାଣି ସଧବାଙ୍କୁ ସଜା ଯାଇଛି ବିଧବା । ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀଙ୍କ ନାମରେ ବିଧବା ଭତ୍ତା । ଯିଏ ଶୁଣିବ ସିଏ ଆଶ୍ଚର୍ଯ୍ୟ । କଟକରୁ ସ୍ୱାମୀଙ୍କ ନାମରେ ପଞ୍ଚାୟତର ଦଲାଲ୍‌ ମୃତ୍ୟୁ ପ୍ରମାଣପତ୍ର ଯୋଗାଡ଼ କରି ସ୍ତ୍ରୀଙ୍କ ନାମରେ ଭତ୍ତା ମଞ୍ଜୁର କରି ଉକ୍ତ ଟଙ୍କାକୁ ଆତ୍ମସାତ କରିବାକୁ କରିଛି ମସୁଧା । ଉକ୍ତ ପଞ୍ଚାୟତରେ ଏକକାଳୀନ ୪୦ ଜଣଙ୍କର ଭିନ୍ନକ୍ଷମ ଭତ୍ତା ମଞ୍ଜୁର ଘଟଣା ବିଡିଓଙ୍କ ପାଖରେ ତଦନ୍ତ ଚାଲିଥିବା ବେଳେ ଏବେ ସେହି ପଞ୍ଚାୟତ ମଲ୍ଲିକାପୁର ଗାଁର ଜନୈକା ମହିଳାଙ୍କ ସ୍ୱାମୀଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଯୋଗାଡ଼ କରାଯାଇ ତାଙ୍କ ନାମରେ ଭତ୍ତା ମଞ୍ଜୁର ଘଟଣା ସମ୍ପର୍କରେ ଜାଣି ବିଡିଓ ବିକାଶ ମହାନ୍ତି ପୂରା କାବା । 

ସେପଟେ ମହିଳାଙ୍କ ସ୍ୱାମୀ ମଧ୍ୟ ସରକାରୀ ଚାକିରି କରିଛନ୍ତି । ସିଏ ମଧ୍ୟ ଏ ବାବଦରେ ଶୁଣି ପ୍ରଶାସନ ଉପରେ ଯେତିକି ଖପ୍ପା ଗାଁର ସେହି ଦଲାଲ୍‌ ଉପରେ ମଧ୍ୟ ସେତିକି କ୍ଷୁବ୍ଧ । ସ୍ତ୍ରୀ ନାମରେ ବିଧବା ଭତ୍ତା ଏହି ଘଟଣା ପରେ ସେ ମାନସିକ ସ୍ତରରେ ଏକବାର ଭାଙ୍ଗି ମଧ୍ୟ ପଡ଼ିଛନ୍ତି । ନା’ ନଖୋଲିଥିଲେ ସୁଦ୍ଧା ଏଥିରେ ସେ ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଦାୟୀ କରିଛନ୍ତି । ବିଡିଓଙ୍କ ସହ ମଧ୍ୟ ଟେଲିଫୋନ୍‌ରେ କଥା ହୋଇ ସବୁ କଥା ଜଣାଇଛନ୍ତି । ସେପଟେ ଲୋକଟି ବଞ୍ଚିଛି । ହେଲେ ସ୍ତ୍ରୀ ନାମରେ ବିଧବା ଭତ୍ତା କଥା ଶୁଣି ମୁଣ୍ଡରେ ହାତ ଦେଇଛନ୍ତି ବିଡିଓ ଶ୍ରୀ ମହାନ୍ତି । ଏଥିରେ ଏକ ରାକେଟ କାମ କରୁଥିବା ଆଶଙ୍କା କରାଯାଉଛି । ଏହି ରାକେଟ ଭିନ୍ନକ୍ଷମ ପ୍ରମାଣପତ୍ର ମଧ୍ୟ ଯୋଗାଡ଼ କରି ପଞ୍ଚାୟତର ୪୦ ଜଣଙ୍କ ନାମରେ ଭିନ୍ନକ୍ଷମ ଭତ୍ତା କରାଇ ନେବାରେ ବି ସକ୍ଷମ ହୋଇଛନ୍ତି । 

କିଏ ଏହାର କାର୍ପଟଦାର? କ’ଣ ରହିଛି ତାର ଉଦ୍ଦେଶ୍ୟ? ଯେଉଁମାନେ ଏହି ଚଞ୍ଚକତାରେ ସାମିଲ ସେମାନଙ୍କ ନାମରେ କ୍ରିମିନାଲ୍‌ କେସ୍‌ ରୁଜୁ ହେବାର ଆବଶ୍ୟକତା ରହିଛି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସମ୍ପୃକ୍ତ ମହିଳା ଜଣକ ଉକ୍ତ ଭତ୍ତା ରାଶି ନେଇ ନଥିବା ବେଳେ ତାଙ୍କ ନାମରେ ଭତ୍ତା ଅର୍ଥ ଉଠାନ କରାଯାଇଥିବା ଜାଣିବାକୁ ମିଳିଛି । ସେପଟେ ଯେ କୌଣସି ଆବେଦନ କରି ନାହୁଁ କିମ୍ବା ଭତ୍ତା ବାବଦରେ ଜାଣିନାହୁଁ । କି କୌଣସି ଆବେଦନ ଫର୍ମରେ ଆମେ ଦସ୍ତଖତ କରି ନାହୁଁ ବୋଲି ମହିଳାଙ୍କ ସ୍ୱାମୀ ଆମ ‘ପ୍ରମେୟ’କୁ କହିଥିବା ବେଳେ ଏହି ଲଜ୍ୟାଜନକ ଘଟଣା ପାଇଁ ସେ କାହାରିକୁ ମୁହଁ ଦେଖେଇ ପାରିବେ ନାହିଁ ବୋଲି କହି ମାନସିକ ସ୍ତରରେ ଢେର ଭାଙ୍ଗି ପଡ଼ିଛନ୍ତି । ଏହି ଭତ୍ତା ଘୋଟାଲାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଘଟଣା ପଛରେ ଯେଉଁ ମାନେ ସାମିଲ ରହିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ ଓ କଡ୍ଡା କାର୍ଯ୍ୟାନୁଷ୍ଠାନ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.