ପ୍ରମୂଖ ଖବର
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ନବଗଠିତ ରତ୍ନଭଣ୍ଡାର ଯାଞ୍ଚ୍ କମିଟିର ବୈଠକ ଆରମ୍ଭ, ଆସିପାରେ ଚୂଡ଼ାନ୍ତ ନିଷ୍ପତ୍ତି

ପୁରୀ, ୦୬/୦୭ : ନବଗଠିତ ରତ୍ନଭଣ୍ଡାର ଯାଞ୍ଚ୍ କମିଟିର ପ୍ରଥମ ବୈଠକ ଆରମ୍ଭ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ଯାଞ୍ଚ୍ କମିଟିର ବୈଠକ ଆରମ୍ଭ ହୋଇଛି। ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଆଜିର ବୈଠକରେ ରଥଯାତ୍ରା ପରେ କେବେ ରତ୍ନଭଣ୍ଡାର ଖୋଲାଯିବ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିପାରେ ବୋଲି ଅନୁମାନ କରାଯାଉଛି। 

ସୂଚନାନୁଯାୟୀ, ରତ୍ନଭଣ୍ଡାର ଗଣତିମଣତି ପାଇଁ ସରକାର ନୂଆ ଯାଞ୍ଚ୍ କମିଟି ଗଠନ କରିଛନ୍ତି। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ଡ. ସି ବି କେ ମହାନ୍ତି, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ୍‌ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍‌ ପ୍ରକାଶ ମିଶ୍ର, ସ୍ୱାମୀ ପ୍ରଜ୍ଞାନନ୍ଦ ଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ମଧୁସୂଦନ ସିଂହାରୀ, ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲି, ଗଜପତି ମହାରାଜା ଓ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି, ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସଦସ୍ୟ ଅଛନ୍ତି। ଏହି କମିଟି ହିଁ ରତ୍ନଭଣ୍ଡାର ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। 

ଆଜିର ବୈଠକରେ ରଥଯାତ୍ରାରେ ମହାପ୍ରଭୁ ବଡ଼ ଦେଉଳରୁ ବାହାରିବା ପରେ କେବେ ରତ୍ନଭଣ୍ଡାର ଖୋଲିବ? କେଉଁ ପ୍ରକ୍ରିୟାରେ ରତ୍ନଭଣ୍ଡାର ଗଣତି କରାଯିବ? ଏଥିରେ କୌଣସି ପେସାଦାରୀ ଏଜେନ୍ସି ନିୟୋଜିତ ହେବ ନା ନାହିଁ ସେ ସଂପର୍କରେ କମିଟି ନିଷ୍ପତ୍ତି ନେବ। ରତ୍ନଭଣ୍ଡାର ଗଣତି ମଣତି ସହ ମରାମତି ନେଇ କମିଟି ଯାହା ସୁପାରିଶ କରିବେ ସରକାର ତାକୁ କାର୍ଯ୍ୟକାରୀ କରିବେ ବୋଲି ସୂଚନା ମିଳିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.