ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଛୁରି ଭୁଷି ବାପାକୁ ହତ୍ୟା କଲା ପୁଅ, ମଞ୍ଚେଶ୍ୱର ଥାନାରେ ଅଟକ

ଭୁବନେଶ୍ୱର,୩|୭: ଭୁବନେଶ୍ୱରର ରଙ୍ଗମାଟିଆ ଅଞ୍ଚଳରେ ଛୁରି ଭୁଷି ବାପାକୁ ହତ୍ୟା କଲା ପୁଅ । ଡିଏଚପିଏଲ ଆପାର୍ଟମେଣ୍ଟର ୧୦୮ ଫ୍ଲାଟରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା । କ୍ୟପିଟାଲ ହସ୍ପିଟାଲରେ ମୃତଦେହକୁ ରଖାଯାଇଥିବା ବେଳେ ପୁଅ ଅନିରୁଦ୍ଧଙ୍କୁ ମଞ୍ଚେଶୱର ଥାନାରେ ଅଟକ ରଖିଛି ପୋଲିସ୍ ।

ସୂଚନା ଅନୂଯାୟୀ, ସୁନିଲ ଚୌଧୁରୀ ଜଣେ ଅବସରପ୍ରାପ୍ତ ନାଲକୋ ବରିଷ୍ଠ ଅଧିକାରୀ । ପୁଅ ଅନିରୁଦ୍ଧ ଚୌଧୁରୀ ଆଇନ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର । ତେବେ ପୂର୍ବରୁ ବାପା ଏବଂ ପୁଅ ମଧ୍ୟରେ କୌଣସି ବ୍ୟକ୍ତିଗତ କଥାକୁ ନେଇ ବଚସା ହୋଇଥିଲା । ଯାହାକୁ ନେଇ ଉତକ୍ଷିପ୍ତ ହୋଇ ଛୁରୀ ମାରି ବାପାକୁ ହତ୍ୟା କରିଛି ପୁଅ । ଭୋରୁ ଭୋରୁ ପୁଅ ଛୁରି ଭୁଷି ହତ୍ୟା କରିବା ପରେ ମାଆ ଏଭଳି ନୃସଂଶ କାଣ୍ଡ ଦେଖି ବିରୋଧ କରିବା ସହ ଚିତ୍କାର କରିଥିଲେ । ଏହାପରେ ମାଆ ତୁରନ୍ତ ଜଣେ ସ୍ଥାନୀୟ ଯୁବକଙ୍କୁ ଫୋନ୍ ଯୋଗେ ଡକାଇଥିଲେ । ଯୁବକ ଜଣକ ପହଞ୍ଚି ପଡୋଶୀଙ୍କୁ ଖବର ଦେଇଥିଲେ । ଏହାପରେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ୍ ପହଞ୍ଚି ପ୍ରଥମେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । ୧୦୮ ଫ୍ଲାଟରେ ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ କରିବ । ସେପଟେ ହତ୍ୟାକାରୀ ପୁଅ ଅନିରୁଦ୍ଧଙ୍କୁ ବର୍ତ୍ତମାନ ପୋଲିସ୍ ମଞ୍ଚେଶ୍ୱର ଥାନାରେ ଅଟକ ରଖିଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.