ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା

ଖୋର୍ଦ୍ଧା, ୦୩/୦୭ : କଲେଜ୍ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ। ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବୁଧବାର ସକାଳୁ ଅଧ୍ୟକ୍ଷଙ୍କ ଚାମ୍ବର ଭିତରେ ଅଧ୍ୟାପକ ଜଣକ ନିଜ ସମର୍ଥକଙ୍କ ସହ ଆସି ଆକ୍ରମଣ କରିଛନ୍ତି। ପିଟାପିଟି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି।

ସୂଚନାନୁଯାୟୀ, ହଳଦିଆ କଲେଜ ଇତିହାସ ବିଭାଗର ଅଧ୍ୟାପକ ବିଜୟ କୁମାର ଭଞ୍ଜଦେଓ ସକାଳ ସାଢେ ୮ଟା ସମୟରେ ତାଙ୍କ ୪ ସହଯୋଗୀମାନଙ୍କ ସହ ମିଶି ପ୍ରିନ୍ସପାଲ ଉମାକାନ୍ତ ପାତ୍ରଙ୍କୁ ଧମକ ଚମକ ଦେଇଥିଲେ। ଚାମ୍ଵର ଛାଡି ଚାଲିଯିବାକୁ କହିଥିଲେ। ଉମାକାନ୍ତ ସେଭଳି ନକରିବାରୁ ବିଜୟ କୁମାର ଏବଂ ତାଙ୍କର ସହଯୋଗୀ ପ୍ରିନ୍ସପାଲଙ୍କ ଉପରକୁ ଆକ୍ରମଣ କରିଥିଲେ। ଯାହାଫଳରେ ସେ ଆହତ ହୋଇଛନ୍ତି। ଏନେଇ ଉମାକାନ୍ତ ପାତ୍ର ଥାନାର ଦ୍ଵାରସ୍ଥ ହୋଇଛନ୍ତି।  




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.