ଭୁବନେଶ୍ଵର, ୨୮/୦୬ : ନିଶା କାରବାରର ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ଵର। ରାଜଧାନୀରୁ ବ୍ରାଉନସୁଗର ଜବତ। ଏହା ସହ ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ସ୍ପେଶାଲ କ୍ରାଇମ ୟୁନିଟ୍।
ସୂଚନାନୁଯାୟୀ, ଭୁବନେଶ୍ଵରରୁ ୧୫୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ସୂଚନା ମିଳିଛି। ନିଶା କାରବାରରେ ସମ୍ପୃକ୍ତ ଥିବା ୨ ବେପାରୀଙ୍କୁ ସ୍ପେଶାଲ କ୍ରାଇମ ୟୁନିଟ୍ ଗିରଫ କରିଛି। ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।