ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

୧୦୦ ଦିନିଆ ଯୋଜନାରେ ଏଟିଏଲସିର ପୁନଃକଳ୍ପନା : ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପ୍ରତିଷ୍ଠା କରିବ ନୂତନ ଶିକ୍ଷା କେନ୍ଦ୍ର ଓ ଭାଷା ପରୀକ୍ଷାଗାର

ଭୁବନେଶ୍ଵର, ୨୮/୦୬ : ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ୧୦୦ ଦିନିଆ ଯୋଜନାରେ ପୁନଃକଳ୍ପନା। ସହରସ୍ଥିତ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ATLC) ପାଇଁ ଏକ ନୂତନ ଏକାଡେମିକ୍ ସେଣ୍ଟର ଏବଂ ଭାଷା ପରୀକ୍ଷାଗାର ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସହର ଉପକଣ୍ଠସ୍ଥ ଗୋଠପାଟଣାଠାରେ ପ୍ରସ୍ତାବିତ ଆଦିବାସୀ ଭବନ ନିକଟରେ ATLC ପାଇଁ ଏକ ନୂତନ ଏକାଡେମିକ୍ ସେଣ୍ଟର ଏବଂ ଭାଷା ପରୀକ୍ଷାଗାର ବିକଶିତ କରାଯିବ । ପ୍ରସ୍ତାବିତ ଏହି ଆଦିବାସୀ ଭବନରେ ଆଦିବାସୀ କଳା, ସଂସ୍କୃତି ଏବଂ ବିକାଶର ସଭା, ସମ୍ମିଳନୀ, ପ୍ରଦର୍ଶନ ଏବଂ ପ୍ରଦର୍ଶନୀ ପାଇଁ ଏକ ବହୁମୁଖୀ କେନ୍ଦ୍ର ଯୋଜନା କରାଯାଇଛି।

ଓଡ଼ିଶାରେ ବର୍ତ୍ତମାନ ୬୪ଟି ଜନଜାତି ଓ ୧୩ଟି ଆଦିମ ଜନଜାତି ଗୋଷ୍ଠୀ ରହିଛନ୍ତି । ସେମାନଙ୍କ ଲୋକକଥା, ସଂସ୍କୃତି ଓ ପରମ୍ପରା, କୋହଳ, ଜୀବନୀ, ରୋଷେଇ, ଅଭିଧାନ, ଗୀତ, ଲୋକଗୀତ, ଉପନ୍ୟାସ, ଦକ୍ଷତା ମଡ୍ୟୁଲ ଓ ବହୁଭାଷୀ ଶିକ୍ଷା ଓ ସଶକ୍ତୀକରଣ ପାଇଁ ଇଛୁକ ପାଠକଙ୍କ ଆଦିବାସୀ ବିଷୟ ବସ୍ତୁ ଓ ପ୍ରକାଶନର ପାରଦର୍ଶିତା ପାଇଁ ATLC ମନ୍ଦିରମାଳିନୀ ଭୁବନେଶ୍ବରର କେନ୍ଦ୍ରସ୍ଥଳରେ ଏକମାତ୍ର ଗନ୍ତବ୍ୟସ୍ଥଳ। ଏହାର ଅନ୍ୟତମ ଶ୍ରେଷ୍ଠ ପୁସ୍ତକ ହେଉଛି 'ଓଡ଼ିଶାର ଆଦିବାସୀ ଆଟଲାସ' । ଯାହା ଓଡ଼ିଶାର ଆଦିବାସୀ ବୈଭବର ଏକ ସୁନ୍ଦର ସଂକଳନ। 

ATLC ହେଉଛି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ଏକ ପ୍ରମୁଖ ସ୍ୱୟଂଶାସିତ ଅନୁଷ୍ଠାନ । ଏହା ପୂର୍ବରୁ ଆଦିବାସୀ ଉପଭାଷା ଓ ସଂସ୍କୃତି ଏକାଡେମୀ (ଏଟିଡିସି) ନାମରେ ପରିଚିତ ଥିଲା । ୧୯୭୯ମସିହାରେ ସ୍ଥାପିତ ହୋଇଥିବା ATDCକୁ ପରବର୍ତ୍ତୀ ସମୟରେ ୨୦୦୭-୨୦୦୮ ମସିହାରେ ଏହାକୁ ATLC ନାମରେ ନାମିତ କରାଯାଇଯାଇଥିଲା। ବର୍ତ୍ତମାନ ଏହା ଭୁବନେଶ୍ବର ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରୁ କାର୍ଯ୍ୟ କରୁଛି।

ଗବେଷଣା ଏବଂ ପ୍ରକାଶନ ବ୍ୟତୀତ, ATLC ଏକ ବହୁମୁଖୀ ବର୍ଷବ୍ୟାପୀ କାର୍ଯ୍ୟକଳାପରେ ନିୟୋଜିତ ଅଛି । ଏହା ସହିତ ଏଥିରେ ବିଶେଷଜ୍ଞ, ଚଳଚ୍ଚିତ୍ର ନିର୍ମାତା, ଲେଖକ, ବେସରକାରୀ ସଂଗଠନ (ଏନଜିଓ) ଏବଂ ଆଦିବାସୀ ସମ୍ପ୍ରଦାୟ ଏବଂ ସେମାନଙ୍କ ସଂସ୍କୃତିରେ ଆଗ୍ରହୀ ସରକାରୀ ଅନୁଷ୍ଠାନଗୁଡ଼ିକୁ ମାର୍ଗଦର୍ଶନ ଏବଂ ପରାମର୍ଶ ଦେବା ଭଳି ସେବା ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସଂକ୍ଷିପ୍ତରେ କହିବାକୁ ଗଲେ ATLC ସମ୍ଭବତଃ ରାଜ୍ୟର ଆଦିବାସୀ ସଂସ୍କୃତି ଓ ପରମ୍ପରାରେ ଥିବା ସର୍ବୋତ୍ତମ ରହସ୍ୟର ସୂତ୍ର ଖୋଜିବା ପାଇଁ ଅହରହ କାମ କରୁଛି ।

ଏକାଡେମୀ ପକ୍ଷରୁ ବିଭିନ୍ନ ଆଦିବାସୀ ଉପଯୋଜନା (TSP) ଅଞ୍ଚଳରେ ଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ତୃଳମୂସ୍ତରର କର୍ମଚାରୀ ଓ ଶିକ୍ଷକମାନଙ୍କୁ ଭାଷା କୌଶଳ ପ୍ରଦାନ କରିବା ସହ ଆଦିବାସୀ ଭାଷା ବିଷୟରେ ସେମାନଙ୍କ କାର୍ଯ୍ୟକାରୀ ଜ୍ଞାନ ବୃଦ୍ଧି କରାଯାଉଛି। ବର୍ତ୍ତମାନ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI) ତତ୍ତ୍ୱାବଧାନରେ "ସମ୍ହତି" ନାମକ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ATLC ବାର୍ଷିକ ଆଦିବାସୀ ମେଳା ମଧ୍ୟ ଆୟୋଜନ କରିଥାଏ ଏବଂ ଏହା ରାଜ୍ୟ ରାଜଧାନୀରେ ସାଂସ୍କୃତିକ ଆଦାନ ପ୍ରଦାନର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ରେ ପରିଣତ ହୋଇଛି । ବିଭାଗୀୟ ସ୍କୁଲରେ ଆଦିବାସୀ ପିଲାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ATLC ରାଜ୍ୟସ୍ତରୀୟ ଛାତ୍ର ଉତ୍ସବ "ସର୍ଗିଫୁଲ" ଆୟୋଜନ କରିଥାଏ । ଏହାସହ ବିଭିନ୍ନ ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ଉତ୍ସବ ପାଇଁ ଆଦିବାସୀ ସାଂସ୍କୃତିକ ଦଳକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ ATLC ।

ଜନଜାତି ପ୍ରତିଭାଙ୍କୁ ସମ୍ମାନିତ କରିବା:

ସାହିତ୍ୟ ଓ ସାମାଜିକ କାର୍ଯ୍ୟଠାରୁ ଆରମ୍ଭ କରି କ୍ରୀଡ଼ା ଓ ସଂସ୍କୃତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଆଦିବାସୀ ପ୍ରତିଭାର ଉଲ୍ଲେଖନୀୟ ପ୍ରଭାବ ପକାଇଥିବା ୧୦ ଜଣ ଜନଜାତି ପ୍ରତିଭାଙ୍କୁ ବାର୍ଷିକ ଆଦିବାସୀ ମେଳାରେ 'ଉତ୍କୃଷ୍ଟ ଆଦିବାସୀ ପ୍ରତିଭା' ଭାବେ ସମ୍ବର୍ଦ୍ଧିତ କରାଯିବା ଏକ ପ୍ରମୁଖ କାର୍ଯ୍ୟକ୍ରମ ପାଲଟିଛି।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ କମିଶନର ତଥା ସଚିବ ରୂପା ରୋଶନ ସାହୁ କହିଛନ୍ତି ଯେ, ଆଦିବାସୀ ମେଳାରେ ସଫଳତା ହାସଲକରିଥିବା ଜନଜାତିଙ୍କୁ ଏଟିଏଲସି ପକ୍ଷରୁ ସମ୍ମାନିତ କରାଯିବା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସନୀୟ ଶ୍ରଦ୍ଧାଞ୍ଜଳି। ସେମାନଙ୍କ ସଫଳତାକୁ ସମ୍ମାନ ଜଣାଇ ଏଟିଏଲସି କେବଳ ସେମାନଙ୍କ ସଫଳତାକୁ ପାଳନ କରେ ନାହିଁ, ବରଂ ଆଦିବାସୀ ସମ୍ପ୍ରଦାୟର ଅନ୍ୟମାନଙ୍କୁ ମଧ୍ୟ ସମାନ ସଫଳତା ପାଇଁ ପ୍ରୟାସ କରିବାକୁ ପ୍ରେରଣା ଯୋଗାଇଥାଏ।

ଜନଜାତି ସମ୍ପ୍ରଦାୟରେ ସଫଳତା ହାସଲକରିଥିବା ଆଦିବାସୀଙ୍କୁ ସମ୍ମାନିତ କରିବା ବ୍ୟତୀତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ଏଚ୍ ଏସ୍ ସି) ପରୀକ୍ଷାରେ ଶ୍ରେଷ୍ଠ କରିଥବା ୧୦୦ ଜଣ ଛାତ୍ରଛାତ୍ରୀ ଏବଂ ଭଲ ପ୍ରଦର୍ଶନ କରିଥିବା ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟମ ବିଭାଗର ୫୦ଟି ସ୍କୁଲକୁ ପ୍ରତିବର୍ଷ ବାର୍ଷିକ ଆଦିବାସୀ ମେଳାରେ ATLC ପୁରସ୍କୃତ କରିଥାଏ।

ବର୍ତ୍ତମାନ ଏକାଡେମୀ ବିଭିନ୍ନ ବର୍ଗରେ ୯ଟି ବିଭିନ୍ନ ଆଦିବାସୀ ଭାଷାର ୧୭୨ ଜଣ ଆଦିବାସୀ ଲେଖକଙ୍କ ପାଣ୍ଡୁଲିପି ସଂଗ୍ରହ କରି ପ୍ରକାଶନ କରୁଛି। ଏହା ନିଶ୍ଚିତ ଭାବରେ ଲେଖକମାନଙ୍କୁ ପରବର୍ତ୍ତୀ ସ୍ତରକୁ ନେବ, ଯାହା ଦ୍ୱାରା ସେମାନଙ୍କ ରଚନା ଆଗାମୀ ପୀଢିକୁ ଆଲୋକ ଯୋଗାଇବ ।

ଏଟିଏଲସିର ବାର୍ଷିକ ସ୍ମାରକୀ "ବନଜା"ରେ ବିଦ୍ବାନ, ଗବେଷକ ଓ ସାହିତ୍ୟପ୍ରେମୀଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ ପ୍ରକାଶ ପାଇଥାଏ । ଏହାବ୍ୟତୀତ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କାହାଣୀ, କବିତା ଓ ଚିତ୍ରକଳା ସମ୍ବଳିତ ଛାତ୍ରପତ୍ରିକା 'ସର୍ଗିଫୁଲ' ମଧ୍ୟ ପ୍ରକାଶ ପାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.