ପ୍ରମୂଖ ଖବର
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଗୁଣିଗାରେଡି ସନ୍ଦେହରେ ଦମ୍ପତି ସମେତ ୩ ଜଣଙ୍କୁ ହତ୍ୟା, ୭ ଅଟକ

ଔପଦା/ନୀଳଗିରି, ୦୫/୦୭ : ତିନି ଜଣଙ୍କୁ ନୃଶଂସ ଭାବେ ହତ୍ୟା କରି ପାହାଡ଼ ଉପରେ ଫିଙ୍ଗିଦେଲେ। ନିଖୋଜର ଚାରିଦିନ ପରେ ମିଳିଲା ତିନି ଆଦିବାସୀଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍‌ ବଡ଼ପୋଖରୀ ପଞ୍ଚାୟତ ଅନ୍ତର୍ଗତ ବରପଦା ଆଦିବାସୀ ବସ୍ତିରେ। ମୃତକ ହେଲେ ଦାମ୍ପା ସିଂ, ତାଙ୍କ ସ୍ତ୍ରୀ ଜାଲିଆ ଓ ଅନ୍ୟ ଜଣେ ମହିଳା ହେଲେ ସୋମବାରୀ ସିଂ। ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଗୁଣିଗାରେଡ଼ି ପାଇଁ ମାରି ଦିଆଯାଇଥିବା ଚର୍ଚ୍ଚା ହେଉଛି । ଘଟଣାରେ ପୁଲିସ୍‌ ୭ ଜଣଙ୍କୁ ଅଟକ ରଖିଛି । 

ସୂଚନା ଅନୁଯାୟୀ, ଗତ ସୋମବାରରୁ ଏହି ୩ ଜଣ ନିଖୋଜ ଥିଲେ। ସେମାନଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ। ଗୁରୁବାର ସୋମବାରୀଙ୍କ ପୁଅ ନିରଞ୍ଜନ ସିଂ ସେମାନଙ୍କୁ ଖୋଜିବାକୁ ଗାଁଠୁ ୫ କିମି ଦୂର ଦେବଗିରି ପାହାଡ଼ର ଦଲଦଲି ହୁଡ଼ିକୁ ଯାଇଥିଲେ। ପାହାଡ଼ ଶିଖରସ୍ଥ ଜଙ୍ଗଲରେ ୩ ଜଣଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ନିରଞ୍ଜନ ଏନେଇ ସ୍ଥାନୀୟ ଲୋକଙ୍କୁ କହିବା ପରେ ଲୋକେ ପାହାଡ଼ ଉପରକୁ ଯାଇ ୩ ଜଣଙ୍କ ଗଳିତ ମୃତଦେହକୁ ଚିହ୍ନଟ କରିଥିଲେ। ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବା ଦେଖିଥିଲେ। ପରେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ଔପଦା ଥାନା ଆଇଆଇସି ଶ୍ରବଣ କୁମାର ମହାରଣା ଏକ ଟିମ୍‌ ନେଇ ଘଟଣାର ତଦନ୍ତ କରିବା ସହ ୩ ମୃତଦେହକୁ ଜବତ କରିଥିଲେ । ଘଟଣା ସ୍ଥଳରୁ ଏକ କୁରାଢ଼ି, ବାଉଁଶ ଠେଙ୍ଗା ପୁଲିସ୍‌ ଜବତ କରିଛି। ପୁଲିସ୍‌ ୭ ଜଣଙ୍କୁ ଥାନାରେ ଅଟକ ରଖିଛି । ଏନେଇ ନିରଞ୍ଜନ ଔପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୋମବାରୀଙ୍କ ସମେତ ଦାମ୍ପା, ଜାଲିଆଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ହତ୍ୟା ଘଟଣାରେ ନିଜ ଗ୍ରାମର ଲାଲା ସିଂ, ପୀତାମ୍ବର ସିଂଙ୍କୁ ଦାୟୀ କରିଛନ୍ତି। 

ଅଭିଯୋଗପତ୍ରରେ ସେ ଉଲ୍ଲେଖ କରିଛନ୍ତି, ଗତ ମାସ ୩୦ ତାରିଖ ସକାଳେ ସୋମବାରୀ, ଦାମ୍ପା ଏବଂ ଜାଲିଆଙ୍କ ସହିତ ଲାଲା ଓ ପୀତାମ୍ବରଙ୍କ ଝଗଡ଼ା ହୋଇଥିଲା। ଶେଷରେ ଏହା ଉଗ୍ରରୂପ ଧାରଣ କରିଥିଲା। ଉକ୍ତ ଘଟଣାକୁ କେନ୍ଦ୍ର କରି ଲାଲା, ପୀତାମ୍ବର ଏହି ୩ ଜଣଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଔପଦା ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ସେପଟେ ଘଟଣା ପରେ ବରପଦା ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ଘରେ ତାଟି କବାଟ ପଡ଼ିଛି। ଅନ୍ୟପଟେ ହତ୍ୟା ପରେ ଜଙ୍ଗଲରେ ମୃତଦେହ ପୋତିବାକୁ ଚେଷ୍ଟା କରାଯାଇଥିବା ସନ୍ଦେହ କରାଯାଉଛି । ସୋମବାରୀଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଯାଇଥିବା ବେଳେ ଅନ୍ୟମାନଙ୍କ ତଣ୍ଟି କଟାଯାଇଛି। ପାରିପାର୍ଶ୍ଵିକ ସ୍ଥିତିରୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.