ପ୍ରମୂଖ ଖବର
  • ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରଥଯାତ୍ରା ସମ୍ପର୍କରେ ଆଲୋଚନା କଲେ ଗଜପତି ମହାରାଜ

ଭୁବନେଶ୍ବର,୧।୭ : ପବିତ୍ର ରଥଯାତ୍ରା କିପରି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଭେଟି ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ। 

ବୈଠକ ପରେ ଗଜପତି ମହାରାଜ କହିଛନ୍ତି ଯେ  ରଥଯାତ୍ରା ସମ୍ପର୍କରେ  ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ସହ ବୈଠକ ହୋଇଥିଲା । ରଥଯାତ୍ରା ସୁପରିଚାଳନା ପ୍ରସଙ୍ଗରେ ଆଲୋଚନା ହୋଇଛି । ୧୯୭୧  ମସିହା ପରେ ଚଳିତ ବର୍ଷ ଗୋଟିଏ ଦିନରେ ରଥଯାତ୍ରା ଓ ନବ ଯୌବନ ବେଶ ଥିବାରୁ କିଭଳି ସୂଚାରୁରୂପେ କାମ ହେବ ସେନେଇ ବୈଠକ ରେ ଆଲୋଚନା ହୋଇଛି ।

ସେହିପରି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜ କହିଛନ୍ତି ଯେ  ଏନେଇ ବୈଠକରେ ଆଲୋଚନା ହୋଇଛି।  ସରକାର ନିଷ୍ପତ୍ତି ନେବେ କେବେ ଖୋଲିବେ। ସେତେବେଳେ କେଉଁମାନେ ଉପସ୍ଥିତ ରହିବେ ତାହା ସରକାର ଘୋଷଣା କରିବେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.