ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ

ପୁରୀ,୦୨/୦୭: ମଙ୍ଗଳବାର ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ ଅବସରରେ ଦାରୁବ୍ରହ୍ମଙ୍କୁ ରକ୍ତ ବସ୍ତ୍ର ଲାଗି ସହ ବିଶେଷ ସେବାର୍ଚ୍ଚନା ଅନୁଷ୍ଠିତ  ହେବ । ଏଣୁ ଆଗଭଳି ପୁଣି କୋଳାହଳମୟ ହେବ ବଡ଼ଦେଉଳ । ବିଜେ କାହାଳୀ ବାଜିବ । ଦାରୁଦିଅଁଙ୍କ ପୂର୍ଣ୍ଣାଙ୍ଗ ସର୍ବାଙ୍ଗ ଅର୍ଥାତ ସମ୍ପୂର୍ଣ୍ଣ ଶ୍ରୀଅଙ୍ଗରେ ଚନ୍ଦନଲାଗି ହେବ । ଅଣସର  ଘରେ ଦାରୁଦିଅଁଙ୍କ ସମେତ ଦଶ ଠାକୁରଙ୍କ ଚନ୍ଦନଲାଗି ଅନୁଷ୍ଠିତ ହେବ । ବଡ଼ସିଂହାର ବେଶରେ ଠାକୁରେ ଗୀତଗୋବିନ୍ଦ ପାଟ ପରିଧାନ କରିବେ । 

ଅନବସରରେ ପ୍ରଥମ ଥରପାଇଁ ନାଲି ଫୁଲ ତଥା  ସୁବାସିତ ଫୁଷ୍ପ ଓ ତୁଳସୀ ଆଦି ଠାକୁରେ ଲାଗି ହେବେ । ଅଣସର ସମୟର  ଶୁଭ୍ର ବସ୍ତ୍ର ପରିତ୍ୟାଗ କରିଥିଲେ ଠାକୁରେ । ଠାକୁରଙ୍କ ସବୁଠାରୁ ପ୍ରିୟ  ତୁଳସୀ ମଧ୍ୟ ଗତ ୧୦ ଦିନ ପର୍ଯ୍ୟନ୍ତ ବାରଣ ଥିଲା । ଏକାଦଶୀଠାରୁ ସାଧାରଣ  ଦିନ ଭଳି ଠାକୁରେ ତୁଳସୀ ସହ ରଙ୍ଗିନ ଓ ସୁବାସିତ ପୁଷ୍ପ ଲାଗି ହେବେ । ବେଶ ଅନୁଷ୍ଠିତ ହେବାପରେ ଠାକୁରଙ୍କୁ ରାଜପ୍ରସାଦ ଭୋଗ ଲାଗି କରାଯିବ ।  ଏଥିସହ ମହୌଷଧି ଲାଗି ପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।

  • PrameyaOdia
  • prameya
  • puri news
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.