ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଦେଖିକି ଚାଲ, ଷ୍ଟେସନ୍‌ ରାସ୍ତାରେ ଖାଲ... ବହିରାଗତ ଅତିଥିଙ୍କୁ ସ୍ୱାଗତ କରୁଛି ମୃତ୍ୟୁ ଯନ୍ତା

ଭୁବନେଶ୍ୱର, ୦୩/୦୭ : ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ରେଳ ଷ୍ଟେସନ ଯାଉଛନ୍ତି କି ? ଯଦି ଯାଉଛନ୍ତି, ତେବେ ସାବଧାନ... । ରାସ୍ତାରେ ବଡ଼ ବଡ଼ ଖାଲ । ଗାଡ଼ି ଚଲାରେ ସାମାନ୍ୟ ଏପଟସେପଟ ହେଲେ ଗାତରେ ଦୁଲ୍‌କି ପଡିବେ । ବିଶ୍ୱସ୍ତରୀୟ ରେଳ ଷ୍ଟେସନ ରାସ୍ତା ଏବେ ସମ୍ପୂର୍ଣ୍ଣ ବିପଦସଙ୍କୁଳ ହୋଇପଡିଛି । ରାସ୍ତା ସାରା ଆଁ କରିଛି ଖାଲ । ଚାଲିକି ଯାଅ ଅଥବା ବାଇକ୍‌ରେ, ପଡିବା ନିଶ୍ଚିତ । ଆଜି କି କାଲି ନୁହେଁ, ପାଖାପାଖି ବର୍ଷେ ହେବ ଭୁବନେଶ୍ୱରର ପ୍ରମୁଖ ରେଳ ଷ୍ଟେସନର ଅବସ୍ଥା ଏମିତି । ନା ରେଳ ବିଭାଗ ନା ପୂର୍ତ୍ତ ଅବା ବିଏମସି କେହିବି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ପୂର୍ତ୍ତ ବିଭାଗକୁ ପଚାରିଲେ କହୁଛନ୍ତି ସେ ରାସ୍ତା ତାଙ୍କର ନୁହେଁ । ରେଳ ବିଭାଗ ବି ଚୁପ୍‌ । ତେବେ ରାସ୍ତାକୁ ମରାମତି କରିବ କିଏ ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ମାଷ୍ଟରକ୍ୟାଣ୍ଟିନ୍‌ ରେଳ ଷ୍ଟେସନକୁ ଦୈନିକ ହଜାରରୁ ଅଧିକ ଯାତ୍ରୀ ଯାତାୟାତ କରୁଛନ୍ତି । କେବଳ ରେଳ ଷ୍ଟେସନ ନୁହେଁ, ପାଖରେ ସିଟି ବସ୍‌ ଷ୍ଟାଣ୍ଡ, ଆହାର କେନ୍ଦ୍ର ସହ ଚା’ ଓ ଜଳଖିଆ ଷ୍ଟଲ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବି ରହିଛି । ସେଠାକୁ ମଧ୍ୟ ଦୈନିକ ଯାତ୍ରୀମାନେ ଆସୁଛନ୍ତି । ପ୍ରତିଦିନ କଟକ, ଖୋର୍ଦ୍ଧା, ଜଟଣୀ ଆଦି ସ୍ଥାନକୁ ଏହି ରାସ୍ତା ଦେଇ ବସଷ୍ଟାଣ୍ଡରୁ ବସ୍‌ ଯିବା ଆସିବା କରେ । ମାତ୍ର ରାସ୍ତା ମରାମତି କଥା କେହି ଚିନ୍ତା କରୁନାହାନ୍ତି । ଦିନ ବେଳା ଯେଣତେଣ ଚଳିଯିବ । ମାତ୍ର ରାତି ହେଲେ କଥା ସରିଲା । ଜାଣିନଥିବା ଲୋକ ଯଦି ଏରାସ୍ତାରେ ଯାଏ ତେବେ ଖାଲରେ ପଡି ଖଣ୍ଡିଆଖାବରା ହେବାର ଆଶଙ୍କା ରହିଛି । 

ପୂର୍ବରୁ ବି ଏଠାରେ ଛୋଟବଡ ଦୁର୍ଘଟଣା ଘଟିଥିବାର ନଜିର ରହିଛି । ବର୍ଷାଦିନେ ତ ସମସ୍ୟା କଥା ନକହିବା ଭଲ । ଗାତରେ ପାଣି ଜମିଯାଉଥିବାରୁ ଚାଲିକି ଯାଉଥିବା ପଥଚାରୀ ବି ପଡୁଥିବା ବେଳେ କାର ଗଲେ ପାଣି ଛିଟିକିପଡୁଥିବା ସ୍ଥାନୀୟ ବ୍ୟବସାୟୀମାନେ କୁହନ୍ତି । ସେହପରି ଦୀର୍ଘଦିନ ଧରି ପାଣି ଜମିରହିବା ପରେ ସେଠାରେ ମଶା ବଂଶ ବୃଦ୍ଧି ପାଉଥିବା ଆଶଙ୍କା ରହିଛି । ଖରାବେଳେ ଖାଲଖମାରୁ ଧୁଳି ଉଡି ପରିବେଶ ଆକ୍ତାମାକ୍ତା ହେଉଛି । ଫଳରେ ନାନା ସମସ୍ୟା ଭୋଗିବାକୁ ପଡୁଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଏହି ଖାଲଖମାକୁ ମରାମତି କରିବାକୁ ଦାବି ହୋଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.