ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ପୁନରୁଦ୍ଧାର ହେଉନି ଚନ୍ଦ୍ରଭାଗା ପୁଷ୍କରିଣୀ, ଖାଲି ମାଘ ସପ୍ତମୀ ବେଳେ ମନେ ପଡେ, ଶ୍ରଦ୍ଧାଳୁ ନିରାଶ

କୋଣାର୍କ, ୦୩/୦୭ : ମାଘ ସପ୍ତମୀ ଆସିଲେ ମନେ ପଡ଼ୁଛି । ସେହି ସମୟରେ ସଫା କରାଯାଉଛି । ରଙ୍ଗବେରଙ୍ଗ ଆଲୋକମାଳାରେ ସଜା ଯାଉଛି । ଏହାପରେ ସମେସ୍ତ ଭୁଲି ଯାଉଛନ୍ତି । ବର୍ଷ ତମାମ କେହି ଆଡ଼ ଆଖିରେ ବି ଦେଖୁ ନାହାନ୍ତି । ଅବହେଳିତ ଅବସ୍ଥାରେ ରହୁଛି ଚନ୍ଦ୍ରଭାଗା ପୁଷ୍କରିଣୀ । ଯାହାକୁ ନେଇ ଶ୍ରଦ୍ଧାଳୁ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । 

ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରୁ ୩କିମି ଦୂରରେ ଅବସ୍ଥିତ ଚନ୍ଦ୍ରଭାଗା । ଏହି କ୍ଷେତ୍ର ପରିସରକୁ ଲାଗି ରହିଛି ବଙ୍ଗୋପସାଗର । ଚନ୍ଦ୍ରଭାଗା ତୀର୍ଥ କ୍ଷେତ୍ରର ମାହାତ୍ମ୍ୟ ସର୍ବଜନବିଦିତ । କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ତୀର୍ଥରେ ସୂର୍ଯ୍ୟ ଉପାସନା କରି କୁଷ୍ଠ ରୋଗରୁ ଆରୋଗ୍ୟଲାଭ କରିଥିବା ପୁରାଣ ବର୍ଣ୍ଣିତ । ବର୍ତ୍ତମାନ ଏହି ପବିତ୍ର କ୍ଷେତ୍ର ତୀର୍ଥ ପୁଷ୍କରିଣୀ ଭାବେ ରହିଛି । ମାଘ ଶକ୍ଳପକ୍ଷ ସପ୍ତମୀ ତିଥିରେ ଚନ୍ଦ୍ରଭାଗା ତୀର୍ଥ ଜଳରେ ସ୍ନାନ ସାରି ସୂର୍ଯ୍ୟଦର୍ଶନ ଓ ଦାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି । କାର୍ତ୍ତିକ ପୂର୍ଣ୍ଣିମା, ମାଘ ସପ୍ତମୀ ଓ ଶାମ୍ବ ଦଶମୀରେ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଏଣୁ କାହିଁ କେଉଁ କାଳରୁ ମାଘ ସପ୍ତମୀ ତିଥିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ପବିତ୍ର ମାଘ ଶୁକ୍ଳ ସପ୍ତମୀ ତିଥିରେ ଆବାଳ ବୃଦ୍ଧ ବନିତା ଚନ୍ଦ୍ରଭାଗା ତୀର୍ଥ ଜଳରେ ସ୍ନାନ କରି ସୂର୍ଯ୍ୟ ଦର୍ଶନ ଓ ନବଗ୍ରହଙ୍କ ନିକଟରେ ହୋମଯଜ୍ଞ, ପୂଜାର୍ଚ୍ଚନା କରିଥାନ୍ତି । 

ମାଘ ସପ୍ତମୀ ପୂର୍ବ ଷଷ୍ଠୀ ରାତିରୁ ଚନ୍ଦ୍ରଭାଗା ତୀର୍ଥ କ୍ଷେତ୍ରକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଧାଇଁ ଆସନ୍ତି । ଶ୍ରୀଶ୍ରୀ ତ୍ରିବେଣୀଶ୍ୱର, ଇଷାଣେଶ୍ୱର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ସ୍ନାନ ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇଥାନ୍ତି । ଏବେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚତୁଃପାଶ୍ୱର୍ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି । ତୀର୍ଥ ପୁଷ୍କରିଣୀରେ ପ୍ରବେଶ କରିବା କ୍ଷଣି ଏଠାରେ ସ୍ନାନ କରିବା ଆଶା ମଉଳି ଯାଉଛି । ତୀର୍ଥ ପୁଷ୍କରିଣୀରେ ମାତ୍ର ଅଣ୍ଟାଏ ପାଣି ରହିଥିବାବେଳେ ଜଳ ଗୋଳିଆ ଓ ଦଳପୂର୍ଣ୍ଣ ରହୁଛି । କେବଳ ମାଘ ସପ୍ତମୀ ପୂର୍ବରୁ ପୁଷ୍କରିଣୀକୁ ସଫା କରି ପ୍ରଶାସନ ଦାୟିତ୍ୱ ସାରି ଦେଉଛି । ପରେ ଅବସ୍ଥା ଯାହାକୁ ସେଇଆ । ପୁଷ୍କରିଣୀରେ ଛିଣ୍ଡା କପଡ଼ା, ପ୍ଲାଷ୍ଟିକ ବୋତଲ, ମଦ ବାତଲ, ଜରି, ସାଲ ଆଦି ପରିତ୍ୟକ୍ତ ପଦାର୍ଥ ଗୁଡ଼ିକ ପଡ଼ି ରହୁଥିବାବେଳେ ମୂର୍ତ୍ତି ବିସର୍ଜନ ହେଉଛି । ଫଳରେ ତୀର୍ଥ ଜଳ ପ୍ରଦୂଷିତ ହେବାରେ ଲାଗିଛି । ତୀର୍ଥ ପୁଷ୍କରିଣୀରେ ଏଭଳି ଅବସ୍ଥା ଦେଖି ଶ୍ରଦ୍ଧାଳୁଙ୍କ ମନରେ ନିରାଶ ଭାବ ଦେଖାଦେଇଛି । 

ଅଧିକାଂଶ ସମୟ ଏହି ଜଳ ଗୋଳିଆ ରହୁଥିବାରୁ ଶ୍ରଦ୍ଧାଳୁମାନେ ସ୍ନାନ ନକରି ଫେରି ଯାଉଛନ୍ତି । ପ୍ରଶାସନ ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କରିବା, ଜଳରାଶିକୁ ବିଶୋଧନ କରିବା, ଚତୁଃପାଶ୍ୱର୍ ସଫା କରିବା ପାଇଁ ସାଧାରଣରେ ଦାବି ହୋଇଆସୁଛି । ୨୦୨୩ ଜାନୁଆରୀରେ ବିଶ୍ୱ ହିନ୍ଦୁ ପରିଷଦ, କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସାକ୍ଷାତ କରି ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରର ସାମାଜିକ ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହତ୍ତ୍ୱକୁ ଅକ୍ଷୁଣ୍ଣ ରଖିବା ସହିତ ଏହାର ପୁନରୁଦ୍ଧାର ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରୁ ପ୍ରାୟ ଏକ କିମି ଇକୋ ରିଟ୍ରିଟ୍‌ ପର୍ଯ୍ୟନ୍ତ ବେଳାଭୂମି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି । ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପାଦଚଲା ରାସ୍ତା, ସିଟିଂ ବେଞ୍ଚ, ଛତା, ପାର୍କିଂ ଭେଣ୍ଡିଂ ଜୋନ୍‌, ସୁରକ୍ଷା ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା ଆଦି ସୁବିଧା ଉପଲବ୍ଧ ହେବ । ହେଲେ ସର୍ବ ପୁରାତନ ଚନ୍ଦ୍ରଭାଗାର ପୁନରୁଦ୍ଧାର ପାଇଁ କରାଯାଉନି । ଯାହାକୁ ନେଇ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.