ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ମଣିଷ କରିପାରିବ କି ଟାଇମ୍ ଟ୍ରାଭେଲ ? ଜାଣନ୍ତୁ ମହାନ ବୈଜ୍ଞାନିକ ଆଇନଷ୍ଟାଇନ୍‌ଙ୍କ ‘ଥିଓରି ଅଫ୍ ରିଲେଟିଭିଟି’ କ’ଣ କୁହେ ?

ନୂଆଦିଲ୍ଲୀ,୨୯।୬: ଟାଇମ୍ ଟ୍ରାଭେଲ ବିଷୟରେ ବହୁ ଫିଲ୍ମ ଓ ଓ୍ବେବ୍ ସିରିଜ୍ ଦେଖିଥିବେ। ଏପରିକି ଅନେକ ଦାବି ମଧ୍ୟ ହେଉଛି ଟାଇମ୍ ଟ୍ରାଭେଲ ସତ। ତେବେ ଏହାର ବାସ୍ତବିକତା କେତେ ତାହା ଏବେ ବି ସ୍ପଷ୍ଟ ହୋଇନି। ଟାଇମ୍ ଟ୍ରାଭେଲ ବିଷୟରେ ବିଂଶ ଶତାବ୍ଦୀରେ  ମହାନ ବୈଜ୍ଞାନିକ ଆଲବର୍ଟ  ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଆଇନଷ୍ଟାଇନ୍‌ଙ୍କ ‘ଥିଓରି ଅଫ୍ ରିଲେଟିଭିଟି’ ସ୍ପେସ୍ ଓ ଟାଇମ୍‌କୁ ଏକା ସହ ଯୋଡୁଥିଲା। ତେବେ ଆସନ୍ତୁ ଜାଣିବା କିଭଳି ?

ଟାଇମ୍ ଟ୍ରାଭେଲ କ’ଣ ସତ ? କ’ଣ ଟାଇମ୍ ଟ୍ରାଭେଲ ମେସିନ୍‌ରେ ବସି ଆମେ ସମୟର ଆଗକୁ ଓ ପଛକୁ ଯାଇପାରିବା ? ଯଦିଓ ଏହା ସମ୍ଭବ କି ନାହିଁ, କିନ୍ତୁ ଟାଇମ୍ ଟ୍ରାଭେଲ ସମ୍ଭବ। ଏହା ଆଇନଷ୍ଟାଇନ୍‌ଙ୍କ ‘ଥିଓରି ଅଫ୍ ରିଲେଟିଭିଟି’ରୁ ଜଣାପଡିଛି। କ’ଣ ଆପଣ ଜାଣନ୍ତି କି ବିମାନ ଓ ସାଟେଲାଇଟ୍‌ରେ ଲାଗିଥିବା ଘଣ୍ଟାର ସମୟ କିଛି ଅଲଗା ଥାଏ ? ଏଭଳି ଭାବରେ ଯଦି ଦେଖିବା ତେବେ ବ୍ରହ୍ମାଣ୍ଡ ପ୍ରତ୍ୟେକ ବସ୍ତୁ ଓ ମଣିଷ ଟାଇମ୍ ଟ୍ରାଭେଲ କରୁଛନ୍ତି। ଆମର ଟାଇମ୍ ଟ୍ରାଭେଲର ବେଗ ଏଭଳି ଯେ, ଆମେ ଏହା ବିଷୟରେ ଜାଣିପାରିନଥାଉ। ନାସାର ସୂଚନା ଅନୁସାରେ, ଆମେ ସବୁ ଟାଇମ୍‌ରେ ପ୍ରାୟ ସମାନ ଗତିରେ ଟ୍ରାଭେଲ କରୁଛୁ, ଯାହାକି ୧ ସେକେଣ୍ଡ ପ୍ରତି ସେକେଣ୍ଡ କୁହାଯାଇଛି।

ଟାଇମ୍ ଟ୍ରାଭେଲ ସତ, ଏହି କଥାକୁ ଜାଣିବାକୁ ଆମକୁ ୧୦୯ ବର୍ଷ ପଛକୁ ଯିବାକୁ ପଡିବ। ଆଇନଷ୍ଟାଇନ୍ କହିଥିଲେ, ଟାଇମ୍‌ କିଭଳି କାମ କରୁଛି। ଆଇନଷ୍ଟାଇନ୍ ଏହାକୁ ରିଲେଟିଭିଟି ବା ‘ସାକ୍ଷେପତା’ର ନାଁ ଦେଇଥିଲେ। ଏହି ସିଦ୍ଧାନ୍ତକୁ ‘ଥିଓରି ଅଫ୍ ରିଲେଟିଭିଟି’ ଅର୍ଥାତ ‘ସାକ୍ଷେପତାର ସାମାନ୍ୟ ସିଦ୍ଧାନ୍ତ’ କୁହାଯାଏ। ଏହି ସିନ୍ଧାନ୍ତ କହୁଛି ଯେ, ସମୟ ଓ ମହାକାଶ ପରସ୍ପର ସହିତ ଜଡିତ।

ଆମ ବ୍ରହ୍ମାଣ୍ଡର ଗତିର ଏକ ସୀମା ରହିଛି। ଏଠାର କୌଣସି ବସ୍ତୁ ଆଲୋକର ବେଗଠାରୁ ଅଧିକ ଗତିରେ ଯାଇ ପାରେନି। ଅର୍ଥାତ ବସ୍ତୁର ଟ୍ରାଭେଲ କରିବାର ବେଗ ଯେତେ ଅଧିକ ରହିବ ଟାଇମ୍‌ ତା ପାଇଁ ସେତିକି ଧିମା ହୋଇଯିବ। ଏହି କଥାକୁ ସବୁ ଚେଷ୍ଟା ପରେ  ପ୍ରମାଣ କରାଯାଇଛି। ଏହି ପ୍ରୟୋଗ ଦୁଇଟି ଆଟୋମିକ୍ ଘଡି ସହ ଜଡିତ। ଏଥିପାଇଁ ଏକ ପରମାଣୁ ଘଡିକୁ ପୃଥିବୀ ଉପରେ ରଖାଯାଇଥିଲା ଓ ଅନ୍ୟଟିକୁ ବିମାନରେ ରଖି ଆକାଶକୁ ପଠାଯାଇଥିଲା। ଏହି ସମୟରେ ବିମାନ ସେହି ଦିଗରେ ଉଡିଥିଲା, ଯେଉଁ ଦିଗରେ ପୃଥିବୀ ଘୁରିଥାଏ। ଏହାପରେ ବୈଜ୍ଞାନିକମାନେ ଦୁଇ ପରମାଣୁ ଘଡିର ସମୟ ପରସ୍ପର ସହ ତୁଳନା କରିଥିଲେ। ତେବେ ଏହି ସମୟରେ ତଳେ ଥିବା ଘଡି ବିମାନରେ ଥିବା ଗଡିର ସମୟ ତୁଳନାରେ ଅଳ୍ପ ଆଗରେ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.