ପ୍ରମୂଖ ଖବର
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

‘ ଅମାନବୀୟ କାର୍ଯ୍ୟ ’ : ଭାରତୀୟ ଶ୍ରମିକଙ୍କ ମୃତ୍ୟୁରେ ଇଟାଲୀର ପ୍ରଧାନମନ୍ତ୍ରୀ କଲେ ଦୁଃଖ ପ୍ରକାଶ

ରୋମ୍ – ନିକଟରେ ୩୧ ବର୍ଷିୟ ଜଣେ ଭାରତୀୟ ଶ୍ରମିକଙ୍କ ଇଟାଲୀରେ ହୋଇଥିଲା ଦୁଃଖଦ ମୃତ୍ୟୁ ଏବଂ ଏହି ମୃତ୍ୟୁକୁ ନେଇ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଦୁଃଖ ବ୍ୟକ୍ତ କରିଛନ୍ତି। ଭାରତୀୟ ଶ୍ରମିକଙ୍କ ହାତ କଟି ଯାଇ ଥିଲା। କିନ୍ତୁ ଏଠାରେ ସେ ଯାହାର କାମ କରୁଥିଲେ , ସେ ଚିକିତ୍ସା କରାଇବା ବଦଳରେ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି। ଗତ ସପ୍ତାହରେ ହୋଇଥିବା ଏହି ଘଟଣା ଇଟାଲୀକୁ ଦୋହଲାଇ ଦେଇଛି ଏବଂ ବିକ୍ଷୋଭ ପ୍ରଦର୍ଶନକାରୀ ମାନେ ଏହି ନିଯୁକ୍ତିଦାତାଙ୍କ ବିରୋଧରେ ଦୃଢ କର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ଆଜି ମେଲୋନି ଇତାଲବି ସଂସଦରେ ଏହି ମାମଲାକୁ ଉଠାଇଛନ୍ତି ଏବଂ ମୃତକ ଶ୍ରମିକ ସତନାମ ସିଂହଙ୍କ ପ୍ରତି ସମ୍ୱେଦନା ବ୍ୟକ୍ତ କରିଛନ୍ତି। ରୋମ୍‌ର ନିକଟ ଲାଜିୟୋରେ ଏକ ପରିବା କ୍ଷେତରେ କାମ କରୁଥିବା ବେଳେ ସତନାମ ସିଂହଙ୍କ ହାତ ଧାରୁଆ ମେସିନରେ କଟି ଯାଇଥିଲା।

ମେଲୋନି ସତନାମ ସିଂହଙ୍କୁ ଅମାନବୀୟ କୃତ୍ୟର  ଶିକାର ଦର୍ଶାଇ ଦୋଷୀଙ୍କ ବିରୋଧରେ କଡ଼ା ସଜା ଦେବାକୁ ଶପଥ ନେଇଛନ୍ତି। ସେ କହିଛନ୍ତି , ଏହା ଅମାନବୀୟ କାର୍ଯ୍ୟ । ଇତାଲବୀ ଲୋକ ଏମିତି ନୁହଁନ୍ତି। ମୋର ଆଶା କି ଏହି ବର୍ବରତା ପାଇଁ କଡ଼ା ସଜା ଦିଆଯାଉ। ସତନାମ ସିଂହ ପଞ୍ଜାବରେ ରହୁଥିଲେ। ଇଟାଲୀ ମିଡ଼ିଆର ଖବର ମୁତାବିକ୍ , ସତନାମ ସିଂହଙ୍କ ନିଯୁକ୍ତିଦାତା ଏଣ୍ଟୋନେଲୋ ଲୋଭେଟୋ ତାଙ୍କୁ ଓ ତାଙ୍କର ପତ୍ନୀଙ୍କୁ ଏକ ଭ୍ୟାନରେ ବସାଇ ଥିଲେ ଏବଂ ତାଙ୍କ ଘରର ନିକଟରେ ଥିବା ରାସ୍ତା କଡ଼ରେ ଛାଡ଼ି ଦେଇ ଥିଲେ। 

ଏଏନଏସଏ ନ୍ୟୁଜ୍‌ ଏଜେନ୍ସି ଘରର ମାଲିକ ଇଲାରିୟୋ ପେପେଙ୍କ ଅନୁସାରେ ଖବରରେ କହିଛି କି, ଆମେ ସିଂହଙ୍କ ପତ୍ନୀଙ୍କ ଚିତ୍କାର ଶୁଣିଲୁ, ଯିଏ ସାହାଯ୍ୟ ପାଇଁ ଚିତ୍କାର କରୁ ଥିଲେ। ଏହାପରେ ଆମେ ଜଣେ ଯୁବକକୁ ଦେଖିଲୁ , ଯିଏ ନିଜର ବାହୁରେ ଉଠାଇ ତାଙ୍କୁ ଘର ଭିତରକୁ ନେଇଗଲେ। ଆମେ ଭାବିଲୁ କି ସେ ସାହାଯ୍ୟ କରୁଛନ୍ତି ,କିନ୍ତୁ ସେ ବି ଫେରାର ହୋଇଗଲେ। ପେପେ କହିଛନ୍ତି, ମୁଁ ତାଙ୍କ ପଛରେ ଦୌଡ଼ିଲି , ସେ ଭ୍ୟାନରେ ଚଢୁ ଥିବାର ଦେଖିଲି। ମୁଁ ତାଙ୍କୁ ପଚାରିଲି କଣ ହୋଇଥିଲା । ସେ ତାଙ୍କୁ ହସ୍ପିଟାଲ କାହିଁକି ନେଲେ ନାହିଁ ।

ଯୁବକ ଜଣକ କହିଲେ , ସେ (ସତନାମ ସିଂହ ) ନିୟମିତ କର୍ମଚାରୀ ଭାବେ ପଞ୍ଜୀକୃତ ନୁହଁନ୍ତି। କଟା ହୋଇଥିବା ହାତକୁ ଫଳ ଡ଼ବାରେ ରଖାଯାଇ ଥିଲା। ସତନାମ ସିଂହଙ୍କୁ ଦେଢ ଘଣ୍ଟା ଯାଏ ଚିକିତ୍ସା ମିଳି ନଥିଲା। ତାଙ୍କୁ ବିମାନରେ ରୋମ୍‌ର ଏକ ହସ୍ପିଟାଲ ନିଆଗଲା , ହେଲେ ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ନିଯୁକ୍ତିଦାତା ଲୋଭେଟୋଙ୍କ ଉପରେ ଏବେ ଅପରାଧିକ ଅବହେଳା ଓ ହତ୍ୟାର ଅଭିଯୋଗ ଲଗାଯାଇ ମାମଲାର ଯାଞ୍ଚ ଚାଲିଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.