ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଦେଲେ ସହିଦ ଭଳି ସମ୍ମାନ, ବିପଦ ଜାଣି ବି ନିଜ୍ଜରଙ୍କୁ ପୂଜା କଲେ ଟ୍ରୁଡୋ ; ପୁଣ୍ୟତିଥିରେ ଲୁହ ଗଡ଼ାଇଲେ

ଓଟାୱା – ଖଲିସ୍ତାନୀ ଆତଙ୍କବାଦୀ ହରଦ୍ୱୀପ ସିଂହ ନିଜ୍ଜରଙ୍କୁ କାନାଡାର ସଂସଦରେ ସହିଦ ଭଳି ସମ୍ମାନ ଦିଆ ଯାଇଛି। ଆତଙ୍କୀ ନିଜ୍ଜରଙ୍କର ପ୍ରଥମ ପୁଣ୍ୟ ତିଥି ଅବସରରେ ସଂସଦରେ ଏକ ମିନିଟ୍‌ର ମୌନ ରଖାଯାଇ ଥିଲା। ଏହି କଥା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭଲ ଭାବେ ଜାଣନ୍ତି କି, ଆତଙ୍କୀ ନିଜ୍ଜର ତାଙ୍କ ଦେଶର ଶାନ୍ତି ଓ ଆଇନ୍‌ ବ୍ୟବସ୍ଥା ପାଇଁ ବିପଦ ଥିଲା, ଏହା ସତ୍ତ୍ୱେ ଟ୍ରୁଡୋ ନିଜ ସଂସଦରେ ଆତଙ୍କୀ ନିଜ୍ଜରଙ୍କର ଡେଥ୍ ଆନିଭର୍ସାରୀରେ ଲୁହ ବୁହାଇ ଥିଲେ। କାନାଡାର ସଂସଦରେ ଯେଉଁ ପରି ନିଜ୍ଜରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଗଲା , ତାହା ସାଧାରଣ ଭାବେ ଦେଶ ଜାତି ପାଇଁ ମହତ୍ତ୍ୱପୂର୍ଣ୍ଣ ଥିବା ବ୍ୟକ୍ତିଙ୍କ ଯୋଗଦାନକୁ ମନେପକାଇ ଦିଆଯାଏ। 

ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ମୁତାବିକ, ନିକଟରେ ଦ ଗ୍ଲୋବ ଆଣ୍ଡ ମେଲ୍‌ର ଏକ ରିସର୍ଚ୍ଚ ରିପୋର୍ଟରେ ଏହି କଥା ସାମନାକୁ ଆସିଛି ଯେ,  ଆତଙ୍କୀ ନିଜ୍ଜର ଭାରତ ବିରୋଧି ଗତିବିଧି ସହ କାନାଡାର ଶାନ୍ତି ଓ ଆଇନ ବ୍ୟବସ୍ଥା ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ଥିଲା। ରିପୋର୍ଟରେ ଜଣାପଡ଼ିଛି କି , ହରଦୀପ ନିଜ୍ଜର ଦୀର୍ଘ ସମୟରୁ କାନାଡା ସରକାର ପାଇଁ ଚିନ୍ତାର ବିଷୟ ଥିଲା। ତାଙ୍କୁ ନୋ-ଫ୍ଲାଇ ଲିଷ୍ଟରେ ପକାଇ ଦିଆ ଯାଇ ଥିଲା ଏବଂ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍‌ କରିଦିଆ ଯାଇଥିଲା।  କାନାଡାରେ ଶିଖ୍‌ଙ୍କ ପାଇଁ ଅବୈଧ ଅସ୍ତ୍ର ଟ୍ରେନିଂ ପ୍ରୋଗ୍ରାମ ପାଇଁ ତାଙ୍କର ଭୂମିକା ବିଷୟରେ ମଧ୍ୟ ତାଙ୍କୁ ପଚରାପଚରି କରାଯାଇ ଥିଲା।

ଗ୍ଲୋବ୍‌ ଆଣ୍ଡ ମେଲ୍‌ର ରିପୋର୍ଟରେ ଏହି କଥାର ମଧ୍ୟ ଅବତାରଣ କରାଯାଇଛି କି, କାନାଡା ସରକାର ନିଜ୍ଜରଙ୍କ ଅପରାଧରେ ଭଲ ଭାବେ ଅବଗତ ଥିଲା । ଏହସତ୍ତ୍ୱେ  ଟ୍ରୁଡୋ ନିଜ ସଂସଦରେ ନଜ୍ଜରଙ୍କ ପୁଣ୍ୟିତିଥି ପାଳିବାର ଆୟୋଜନ କଲେ। କାନାଡାର ଉପ-ପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲ୍ୟାଣ୍ଡ ମଧ୍ୟ ଏହି ପ୍ରଶ୍ନକୁ ଟାଳି ଦେଇଥିଲେ କି ନିଜ୍ଜରଙ୍କ ଆତଙ୍କବାଦୀ ଇତିହାସକୁ ଜାଣି ବି କାନାଡା ସରକାର ତାଙ୍କୁ ଶ୍ରଦ୍ଧାଞ୍ଜଳି କାହିଁକି ଦେଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.