ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ପ୍ଲିଜ୍ କିଏ ତାଙ୍କୁ ରୋକ , ସରକାରଙ୍କୁ କୁହ ... , ଚୀନରୁ ସ୍ୱାମୀଙ୍କ ମୃତଦେହ ଫେରାଇ ଆଣିବାକୁ ଅନୁରୋଧ କଲେ ପତ୍ନୀ

ଆଗ୍ରା : ଚୀନରେ ସମୁଦ୍ର ଜାହାଜର ମରାମତି କାମ କରୁଥିବା ବେଳେ ଇଞ୍ଜିନିୟର ଅନିଲ ଶ୍ରୀବାସ୍ତବଙ୍କ ହୋଇଥିଲା ମୃତ୍ୟୁ। ଏହାପରେ ପରିବାର ଲୋକ ତାଙ୍କର ଅନ୍ତିମ ଦର୍ଶନ କରିବା ଓ ଭାରତ ମାଟିରେ ତାଙ୍କର ଅନ୍ତିମ ସଂସ୍କାର କରିବାର ଆଶା ଶେଷ ହେବାକୁ ଯାଉଛି। ଚୀନ୍‌ରେ ରହୁଥିବା ଭାରତୀୟ ମହିଳା ନମ୍ରତା ଉପାଧ୍ୟାୟ , ଅନିଲଙ୍କର ପତ୍ନୀ ଅଞ୍ଜୁଲତାଙ୍କୁ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ଚୀନରେ କରାଯିବାକୁ ନେଇ ହେଉଥିବା ପ୍ରସ୍ତୁତି ବିଷୟରେ ଜଣାଇଛନ୍ତି। 

ଡେଡ୍‌ବଡିର ସ୍ଥିତି ଖରାପ ହେବା କଥା ଦର୍ଶାଇ ଚୀନ ସେଠାରେ ଅନ୍ତିମ ସଂସ୍କାର କରାଇବାକୁ କହୁଛି। ଅଞ୍ଜୁଲତା ସରକାରଙ୍କୁ କୌଣସି ବି ମୂଲ୍ୟରେ ଚୀନ୍‌ରେ ସ୍ୱାମୀଙ୍କ ଅନ୍ତିମ ସଂସ୍କାର ନକରିବାକୁ ଅନୁରୋଧ କରିଛନ୍ତି। ସୂଚନା ପାଇବା ପରେ ସେ ଭୟରେ ଠିକ୍‌ରେ କଥାବାର୍ତ୍ତା କରି ପାରୁନାହାନ୍ତି। ପୂରା ପରିବାରର ସ୍ଥିତି ଖରାପ ହୋଇ ଯାଇଛି। 

ଉଲ୍ଲେଖନୀୟ ଯେ, ୪ ମାସ ପୂର୍ବେ ଫେବ୍ରୁଆରୀରେ ଶାହଗଞ୍ଜର ଚାଣକ୍ୟ ପୁରୀରେ ରହୁଥିବା ଅନିଲ କୁମାର ଶ୍ରୀବାସ୍ତବ ମର୍ଚାଣ୍ଟ ନେଭିରେ ଡ୍ୟୁଟି କରିବାକୁ ଯାଇଥିଲେ। ସେ ଇଷ୍ଟର୍ଣ୍ଣ ଶିପ୍‌ ମ୍ୟାନେଜମେଣ୍ଟ କମ୍ପାନୀରେ ମୁଖ୍ୟ ଇଞ୍ଜିନିୟର ଥିଲେ। ୧୨ ଜୁନ୍‌ରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଚୀନ୍‌ରେ ରହୁ ଥିବା ଭାରତୀୟ ମହିଳା ନମ୍ରତା ଉପାଧ୍ୟାୟ ପରିବାରର ସଂପର୍କରେ ଥିଲେ ଏବଂ ପାର୍ଥିବ ଶରୀର ଭାରତରୁ ପ୍ରତ୍ୟର୍ପଣ କରାଇବା ପାଇଁ ଚୀନ୍‌ର ସାଂଘାଇରେ ଭାରତୀୟ ଦୂତାବାସର ସଂପର୍କରେ ଥିଲେ। 

ଅନିଲଙ୍କ ପତ୍ନୀ ଅଞ୍ଜୁଲତା ଶ୍ରୀବାସ୍ତବ କହିଛନ୍ତି କି ୧୫ ଦିନରେ ଦୁଇ ହଜାରରୁ ଅଧିକ ଲୋକଙ୍କୁ ପୋନ୍‌ କରି ସାହାଯ୍ୟ ମାଗି ସାରିଛନ୍ତି। ଏବେ ବି ଲଗାତାର ମେଲ୍‌ , ଏକ୍ସ (ଟ୍ୱିଟର)ରେ ଅନୁରୋଧ କରୁଥିଲେ। ଆରମ୍ଭରେ ଆଶ୍ୱାସନା ମିଳିବା ପରେ ଏବେ ଦୂତାବାସ , ବିଦେଶ ମନ୍ତ୍ରଣାଳୟ ଓ ପିଏମଓ ସବୁ ସ୍ଥାନରୁ କୌଣସି ଜବାବ ମିଳି ନାହିଁ।

ସେପଟେ ଶିପ୍‌ କମ୍ପାନୀର ଲୋକେ ବି ତାଙ୍କର ଫୋନ୍‌ ଓ ଇ-ମେଲର କୌଣସି ଜବାବ ଦେଉ ନାହାନ୍ତି। ସେ କହିଛନ୍ତି ଏବେ ବୃଦ୍ଧା ଶାଶୂ ଓ ଦୁଇ ପିଲାଙ୍କୁ ସମ୍ଭାଳିବାକୁ ଦମ୍ଭ ଆଉ ନାହିଁ। ଆଖିରୁ ଅନବରତ ବୋହି ଚାଲିଛି ଲୁହ। ସମସ୍ତଙ୍କୁ ଖାଲି ସାହାଯ୍ୟ ମାଗି ଚାଲିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.