ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ବିଶ୍ୱ ବିଜେତା ଟିମ୍‌କୁ ଅଭିନନ୍ଦନର ସୁଅ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୩୦/୦୬: ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ୍‌ ଟିମ୍‌ ଇଣ୍ଡିଆକୁ ମୋର ଅଭିନନ୍ଦନ ।  କେବେବି ହାର୍‌ ନମାନିବାର ଜିଦ ସହ ଆମ ଦଳ ବହୁ  କଠିନ ପରିସ୍ଥିତିରୁ ମୁକୁଳି ଥିଲା ଏବଂ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ  ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା । ଫାଇନାଲ୍‌ ମ୍ୟାଚ୍‌ରେ ଏହା ଏକ ଅସାଧାରଣ ବିଜୟ ଥିଲା । ସାବାସ୍‌ ଟିମ୍‌ ଇଣ୍ଡିଆ । ତୁମକୁ  ନେଇ ଆମେ ଗର୍ବିତ।।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଟିମ୍‌ ଇଣ୍ଡିଆକୁ ଏହି ଭବ୍ୟ ବିଜୟ  ପାଇଁ ଦେଶବାସୀଙ୍କ ତରଫରୁ ବହୁତ ବହୁତ ଅଭିନନ୍ଦନ।  ଆଜି ୧୪୦ କୋଟି ଦେଶବାସୀ ତୁମମାନଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଗର୍ବ ଅନୁଭବ କରୁଛନ୍ତି । ଖେଳ ପଡ଼ିଆରେ ତୁମେମାନେ ବିଶ୍ୱକପ୍‌ ଜିତିଛ, କିନ୍ତୁ ଭାରତର ସବୁ ଗାଁ, ଗଳି  ଓ ସହରରେ କୋଟି କୋଟି ଦେଶବାସୀଙ୍କ ହୃଦୟ ଜିତି ପାରିଛ । 

ଏହି ଟୁର୍ଣ୍ଣାମେଣ୍ଟ ବିଶେଷ କାରଣ ପାଇଁ ମନେ ରହିବ । ଏତେ  ଗୁଡ଼ିଏ ଦେଶ, ଏତେ ଗୁଡ଼ିଏ ଦଳ, ଗୋଟିଏ ମ୍ୟାଚ୍‌ ବି ଆମ ଦଳ  ହାରି ନାହିଁ। ଏହା କିଛି ଛୋଟ କଥା ନୁହେଁ । ତୁମେମାନେ କ୍ରିକେଟ୍‌  ଜଗତର ପ୍ରତ୍ୟେକ ଶକ୍ତିଶାଳୀ ଦଳର ପ୍ରତିଟି ବଲକୁ ଖେଳିଛ ଏବଂ  ଚମତ୍କାର ବିଜୟ ହାସଲ କଲ । ଗୋଟିଏ ପରେ ଗୋଟିଏ ମ୍ୟାଚ୍‌  ଜିତି ଟୁର୍ଣ୍ଣାମେଣ୍ଟର ରୋମାଞ୍ଚ ବଢ଼ାଇ ଦେଇଥିଲ । ଏହି ବିଜୟ  ପାଇଁ ଦଳକୁ ବହୁତ ବହୁତ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି,  ବିଶ୍ୱ ଚାମ୍ପିଅନ୍‌ ଦଳକୁ ଶୁଭେଚ୍ଛା । ଆମ ଦେଶ ପାଇଁ ଏକ  ଗୌରବମୟ ମୁହୂର୍ତ୍ତ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆମ ଖେଳାଳିମାନେ  ଏକତାର ଭାବନା ଏବଂ ଖେଳୁଆଡ଼ ମନୋଭାବ ସହ ଅତି  ଚମତ୍କାର ପ୍ରଦର୍ଶନ କରିଥିଲେ । ସେମାନଙ୍କର ଏହି ଐତିହାସିକ  ଉପଲବ୍ôଧକୁ ନେଇ ସମଗ୍ର ଦେଶ ଗର୍ବିତ । ବହୁତ ଭଲ ଖେଳିଲ । 

ଜୟ ହିନ୍ଦ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ୍‌ ଟିମ୍‌ ଇଣ୍ଡିଆକୁ  ଶୁଭେଚ୍ଛା । ତୁମମାନଙ୍କୁ ନେଇ ଆମେ ସମସ୍ତେ ଗର୍ବିତ ବୋଲି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ।

ପୂର୍ବତନ କ୍ରିକେଟ ବୀରେନ୍ଦ୍ର ସେହ୍ୱାଗ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି,  ପ୍ରତୀକ୍ଷାର ଅନ୍ତ ଘଟିଲା । ପ୍ରତ୍ୟାବର୍ତ୍ତନ କରି ବିଶ୍ୱକପ୍‌ ଟ୍ରଫି ଜିତିବା  ଅବିଶ୍ୱସନୀୟ ଥିଲା । ୧୩ବର୍ଷ ପରେ ଆମେ ବିଶ୍ୱକପ୍‌ ଏବଂ ଦୀର୍ଘ  ବର୍ଷ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ୍‌ ହେଲୁ । ଆଇପିଏଲ୍‌ ଆରମ୍ଭ  ହେବା ପରେ ଏହା ଆମର ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଟ୍ରଫି ରହିଥିଲା । 

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ୍‌ ଭାରତୀୟ ଦଳକୁ ଅଭିନନ୍ଦନ ।  ଟୁର୍ଣ୍ଣାମେଣ୍ଟରେ ସର୍ବଶ୍ରେଷ୍ଠ ଦଳ ରହିବା ସହ ଏବଂ ଅପରାଜେୟ  ସାବ୍ୟସ୍ତ ହେଲା । ଶେଷ ୫ ଓଭରରେ ଆମ ଦଳ ଚାପ ସମ୍ଭାଳି  ଧୈର୍ଯ୍ୟର ସହ ଲଢ଼େଇ କରି ଜିତିଲା । ରୋହିତଙ୍କ ନେତୃତ୍ୱ  ପ୍ରଶଂସନୀୟ ରହିଥିଲା । ବିଶ୍ୱକପ୍‌ ଟ୍ରଫି ସଫଳତା ପଛରେ ସମସ୍ତ  ଖେଳାଳିଙ୍କ ଅବଦାନ ରହିଥିଲା । - ଭିଭିଏସ୍‌ ଲକ୍ଷ୍ମଣ (ପୂର୍ବତନ କ୍ରିକେଟର) 

ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି,  ତୁମେମାନେ କରି ଦେଖାଇଲ । ହାର୍ଦ୍ଦିକ ପାଣ୍ଡ୍ୟା ତୁମେ ଜଣେ ହିରୋ। ମ୍ୟାଚ୍‌କୁ ଫେରିବାରେ ବୁମରାଙ୍କ ଓଭର ସହାୟକ  ହୋଇଥିଲା । ବୁମରା ତୁମ ପ୍ରଦର୍ଶନକୁ ନେଇ ମୁଁ ବହୁତ ଖୁସି ।  ଚାପରେ ସମୟରେ ରୋହିତଙ୍କ ନେତୃତ୍ୱ ଓ ରଣନୀତି ପ୍ରଶଂସନୀୟ  ରହିଥିଲା । ବିରାଟ କୋହଲି, ଅକ୍ଷର ପଟେଲ ଏବଂ ସାଥୀ ଖେଳାଳି  ଭଲ ଖେଳିବେ । ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ ପାଇଁ ବହୁତ ଖୁସି । - 

ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଶୁଭେଚ୍ଛା ଜଣାଇବା ସହ କହିଛନ୍ତି,  ରୋହିତ ଶର୍ମା ଏବଂ ତାଙ୍କ ଦଳୁ ହାର୍ଦ୍ଦିକ ଅଭିନନ୍ଦନ । ଚିତ୍ତାକର୍ଷକ  ବିଜୟ । ୧୧ବର୍ଷ ପରେ ହୁଏତ ଆମେ ବିଶ୍ୱକପ୍‌ ଜିତିଛୁ କିନ୍ତୁ  ଆମ ନିକଟରେ ଯେଉଁ ପ୍ରତିଭା ଅଛନ୍ତି, ଆଗକୁ ଏକାଧିକ ଟ୍ରଫି  ଜିତିପାରିବେ। ବୁମରା ବୋଲିଂ ଯାଦୁଗର । ବିରାଟ, ଅକ୍ଷର, ହାର୍ଦ୍ଦିକ ଓ  ଅନ୍ୟମାନେ ଭଲ ଖେଳିଲେ । ରାହୁଲ ଦ୍ରାବିଡ଼ ଏବଂ ସହାକାରୀ ଷ୍ଟାଫ୍‌ଙ୍କ  ଅବଦାନ ପ୍ରଶଂସନୀୟ । ସମଗ୍ର ଦେଶବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ । 


  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.