ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ

ନୂଆଦିଲ୍ଲୀ ୦୨/୦୭: କ୍ରୀଡ଼ାର ପ୍ରୋତ୍ସାହନ ପାଇଁ କ୍ରୀଡ଼ା ସାମ୍ବାଦିକଙ୍କ ସେବାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜୁଲାଇ ୨ ତାରିଖରେ ପାଳିତ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ । କ୍ରୀଡ଼ା ସାମ୍ବାଦିକତା ବିଷୟରେ ସାଧାରଣ ଲୋକଙ୍କ ମଧ୍ୟରେ  ସଚେତନତା ସୃଷ୍ଟି ଏହି ଦିବସର ଉଦ୍ଦେଶ୍ୟ । କ୍ରୀଡ଼ା  ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରି ବିଶ୍ୱସ୍ତରୀୟ  ପ୍ରଭାବ ସୃଷ୍ଟି କରିଛି ।

ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍‌  ସଂଗଠନ ନିଜର ୭୦ତମ ବାର୍ଷିକୀ ଅବସରରେ ଏହି  ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ନେବା ପରେ ୧୯୯୪ ମସିହାରେ ପ୍ରଥମ ଥର ପାଳିତ ହୋଇଥିଲା ବିଶ୍ୱ  କ୍ରୀଡ଼ା ସାମ୍ବାଦିକ ଦିବସ । ଏବେ ଏହା ଏକ ବିଶ୍ୱସ୍ତରୀୟ  କାର୍ଯ୍ୟକ୍ରମ ହୋଇଛି । ୧୯୨୪ ମସିହା, ଜୁଲାଇ ୨  ତାରିଖରେ ପ୍ୟାରିସ୍‌ଠାରେ ଅନୁଷ୍ଠିତ ସମର୍‌ ଅଲିମ୍ପିକ୍ସରେ  ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍‌ ସଂଗଠନ ପ୍ରତିଷ୍ଠା ହୋଇଥିଲା । ସମଗ୍ର ବିଶ୍ୱରେ କ୍ରୀଡ଼ା ସାମ୍ବାଦିକତା ସହବନ୍ଧନକୁ ମଜବୁତ କରିବାକୁ ଏହା ପ୍ରାଧାନ୍ୟ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.