ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଟି-୨୦ ବିଶ୍ବକପ୍‌ରେ ସଫଳତା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ବଡ଼ ପୁରସ୍କାର

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି । ପାଣ୍ଡ୍ୟା ଦୁନିଆର ଏକ ନମ୍ବର ଟି-୨୦ ଅଲରାଉଣ୍ଡର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଇସିସି ପକ୍ଷରୁ ବୁଧବାର ନୂଆ ରାଙ୍କିଙ୍ଗ ଜାରି କରାଯାଇଛି ।   ଅଲରାଉଣ୍ଡର ଲିଷ୍ଟରେ ଶୀର୍ଷରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।  ମହମ୍ମଦ ନବୀ ଏବଂ ଓ୍ବାନେନ୍ଦୁ ହସରଙ୍ଗାଙ୍କୁ ପଛରେ ପକାଇ ପାଣ୍ଡ୍ୟା ଶୀର୍ଷରେ ପହଞ୍ଚିଛନ୍ତି ।  ଏହା ପୂର୍ବରୁ ପାଣ୍ଡ୍ୟା ତୃତୀୟ ସ୍ଥାନରେ ଥିଲେ । କିନ୍ତୁ ଟି-୨୦ ବିଶ୍ବକପରେ କମାଲ ପ୍ରଦର୍ଶନ କରି ସେ ଏକ ନମ୍ବର ଅଲରାଉଣ୍ଡର ମାନ୍ୟତା ପାଇଛନ୍ତି । 

ଟି-୨୦ ବିଶ୍ବକପରେ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ସମେତ ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ସେ ୮ ଟି ମ୍ୟାଚ୍‌ରେ ୪୮ ଆଭରେଜ୍‌ରେ ୧୪୪ ରନ୍‌ କରିଥିଲେ । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୫୦ରୁ ଅଧିକ ଥିଲା । ତାଙ୍କ ବ୍ୟାଟ୍‌ରୁ ଗୋଟିଏ ଅର୍ଦ୍ଧଶତକ କରିଥିଲେ ପାଣ୍ଡ୍ୟା । ଏହା ସହ ପାଣ୍ଡ୍ୟା ୮ଟି ମ୍ୟାଚ୍‌ରେ ୧୧ ଟି ଓ୍ବିକେଟ ଅକ୍ତିଆର କରିଥିଲେ । କିନ୍ତୁ ଫାଇନାଲ୍‌ ମ୍ୟାଚ୍‌ରେ ପାଣ୍ଡ୍ୟାଙ୍କ ଯାଦୁ ଦେଖିବାକୁ ମିଳିଥିଲା । ଫାଇନାଲ୍‌ ମ୍ୟାଚ୍‌ରେ ପାଣ୍ଡ୍ୟା ୩ ଓଭର‌ରେ ମାତ୍ର ୨୦ ରନ୍‌ ଦେବା ସହ ୩ଟି ଓ୍ବିକେଟ ନେଇଥିଲେ  । ଏହି ମ୍ୟାଚ୍‌ରେ ଦୁଇଟି ବଡ଼ ଓ୍ବିକେଟ ହେନରିକ୍‌ କ୍ଲାସେନ୍‌ ଏବଂ ଡେଭିଡ୍‌ ମିଲରଙ୍କୁ ଆଉଟ କରି ପାଣ୍ଡ୍ୟା ଭାରତ ବିଜୟର ପ୍ରମୁଖ ଭୂମିକା ନେଇଥିଲେ । 

ଟି-୨୦ ବିଶ୍ବକପରେ ଭଲ ପ୍ରଦର୍ଶନ କରିବା ଲାଗି ପାଣ୍ଡ୍ୟାଙ୍କୁ ଖୁବ ପରିଶ୍ରମ କରିବାକୁ ପଡ଼ିଛି । କାରଣ ଆଇପିଏଲ ୨୦୨୪ରେ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ର ଅଧିନାୟକ ଦାୟିତ୍ବ ନେଇଥିଲେ ।  ଦଳ ପ୍ଲେଅଫରେ ମଧ୍ୟ ପହଞ୍ଚିପାରି ନଥିଲା । ରୋହିତ ଶର୍ମାଙ୍କୁ ହଟାଇ ମୁମ୍ବାଇ ହାର୍ଦ୍ଦିକଙ୍କୁ ଦାୟିତ୍ବ ଦେଇଥିଲା ସତ କିନ୍ତୁ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ସେପଟେ ରୋହିତଙ୍କ ଫ୍ୟାନ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖୁବ ସମାଲୋଚନା କରିଥିଲେ । ଏଭଳି ଦୁଃଖରୁ ମୁକୁଳିବା ସହ ଟି-୨୦ ବିଶ୍ବ କପରେ ସୁନ୍ଦର ପ୍ରଦର୍ଶନ କରି ନିନ୍ଦୁକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ନମ୍ବର ଓ୍ବାନ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।   

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.