ପ୍ରମୂଖ ଖବର
  • ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ପିଏମ୍ ମୋଦୀଙ୍କୁ ଭେଟିଲେ ବିଶ୍ବ ଚାମ୍ପିୟନ ଭାରତୀୟ ଦଳ, ଖୁବ୍ ହେଲା ସହ- ମଜାକ୍, ଦେଖନ୍ତୁ ଭିଡ଼ିଓ...

ନୂଆଦିଲ୍ଲୀ,୪/୭ :  ଟି-୨୦ବିଶ୍ବକପ୍ ଜିତି ବାରବାଡୋସରୁ ଦିଲ୍ଲୀ ଫେରିଥିବା ଭାରତୀୟ କ୍ରିକେଟ୍ ଟିମ୍ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଭିଡ଼ିଓରେ ଦେଖାଯାଉଛି କି ଅଧିନାୟକ ରୋହିତ ଶର୍ମା, ବ୍ୟାଟର ବିରାଟ କୋହଲୀ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ଋଷଭ ପନ୍ତଙ୍କ ସହ ୧୫ଖେଳାଳୀ ଏବଂ କୋଚ୍ ରାହୁଲ ଦ୍ରାବିଡ଼ ପିଏମ୍ ମୋଦୀଙ୍କ ସହ ତାଙ୍କ ବାସଭବନରେ ଭେଟିଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ କ୍ରିକେଟ ଟିମ୍ ସହ କଥା ସମୟରେ ବହୁତ ଖୁସି ଥିବା ଦେଖାଯାଇଛନ୍ତି । ଏହି ସମୟରେ ବିଶ୍ବକପ୍ ଟ୍ରଫି ବି ପିଏମ୍ ମୋଦୀ ନିଜ ହାତରେ ଧରିଛନ୍ତି । ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଟିମକୁ ବ୍ରେକଫାଷ୍ଟରେ ନିମନ୍ତ୍ରଣ କରିଥିଲେ ।

କ୍ରିକେଟ ଟିମ୍ ଏବେ ମୁମ୍ବାଇ ଲାଗି ଉଡ଼ାଣ ଭରିବେ । ଯେଉଁଠାରେ ନରୀମନ ପଏଣ୍ଟରୁ ଓ୍ବାଙ୍ଖେଡ଼େ ପର୍ଯ୍ୟନ୍ତ ରୋଡ଼ ଶୋର ବ୍ୟବସ୍ଥା କରାଯାଇଛି ଫଳରେ ଫ୍ୟାନ୍ସ ବିଶ୍ବକପ୍ ଟ୍ରଫି ସହ ନିଜ ପସନ୍ଦର ଷ୍ଟାର ଖେଳାଳୀଙ୍କୁ ପାଖରୁ ଝଲକ ଦେଖିପାରିବେ । ଏହାପରେ ଟିମକୁ ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ ସମ୍ମାନୀତ କରାଯିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.