ପ୍ରମୂଖ ଖବର
  • ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ଚାମ୍ପିଅନ୍ସ ଟ୍ରଫି: ମାର୍ଚ୍ଚ ୧ରେ ଭାରତ-ପାକିସ୍ତାନ ମୁକାବିଲା, ଲାହୋରରେ ଖେଳାଯିବ ମ୍ୟାଚ!

ନୂଆଦିଲ୍ଲୀ,୦୪/୦୭: ଟି-ଟ୍ୱେଣ୍ଟି ବିଶ୍ୱକପ  ଶେଷ ହୋଇଛି । ବର୍ତ୍ତମାନ ଆଉ ଏକ ଆଇସିସି  ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ବର୍ଷ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ । ଆୟୋଜନ ଅଧିକାର ପାଇଥିବା ପାକିସ୍ତାନ ଇତି  ମଧ୍ୟରେ କ୍ରୀଡ଼ାସୂଚୀ ପ୍ରସ୍ତୁତ କରି ସାରିଛି। କେବଳ  ଏହି କ୍ରୀଡ଼ାସୂଚୀରେ ଆଇସିସିର ମୋହର ଲାଗିବା ବାକି ଅଛି । ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ  ମୁକାବିଲା ପାଇଁ ତାରିଖ ଚୂଡ଼ାନ୍ତ କରାଯାଇଛି ।  

ପ୍ରସ୍ତାବିତ କ୍ରୀଡ଼ାସୂଚୀ ଅନୁଯାୟୀ ମାର୍ଚ୍ଚ ମାସ ୧  ତାରିଖରେ ଏହି ମ୍ୟାଚ୍‌ ଆୟୋଜନ ଖେଳାଯିବ ।  ଲାହୋର ସହରରେ ଏହି ମ୍ୟାଚ୍‌କୁ ଆୟୋଜନ  କରିବାକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ନିଷ୍ପତ୍ତି ନେଇଛି ।  ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୯ ତାରିଖ ମଧ୍ୟରେ  ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ ।  ମାର୍ଚ୍ଚ ୧୦ ତାରିଖକୁ ରିଜର୍ଭ ଦିବସ  ରୂପେ ଚୟନ କରାଯାଇଛି । 

ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଅଧ୍ୟକ୍ଷ  ମହସିନ ନକଭୀ ଆଇସିସିର ନିମନ୍ତ୍ରିତ ଅତିଥି  ଭାବେ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌  ଦେଖିବା ପାଇଁ ୱେଷ୍ଟ ଇଣ୍ଡିଜ ଯାତ୍ରା କରିଥିଲେ ।  ଏହି ଅବସରରେ ସେ ଚାମ୍ପିଅନ୍ସ ଟ୍ରଫିର କ୍ରୀଡ଼ାସୂଚୀ  ଆଇସିସିକୁ ପ୍ରଦାନ କରିଛନ୍ତି ।  

ଆଇସିସିକୁ ପ୍ରଦାନ କରାଯାଥିବା କ୍ରୀଡ଼ାସୂଚୀ  ଅନୁଯାୟୀ ଚାମ୍ପିଅନ୍ସ ଟ୍ରଫିରେ ମୋଟ୍‌ ୧୫ଟି ମ୍ୟାଚ୍‌  ଖେଳାଯିବ। ଭାରତର ସମସ୍ତ ମ୍ୟାଚ୍‌ ଲାହୋରରେ  ଅନୁଷ୍ଠିତ ହେବ। ଲାହୋରରେ ମୋଟ୍‌ ୭ଟି  ମ୍ୟାଚ୍‌ ଖେଳାଯିବ । ଏହା ବ୍ୟତୀତ  କରାଚୀରେ ୩ଟି ଓ ରାୱଲପିଣ୍ଡିରେ  ୫ଟି ମ୍ୟାଚ ଆୟୋଜନ କରିବା ପାଇଁ ପ୍ରସ୍ତାବ ରହିଛି । କରାଚୀରେ ଉଦ୍‌ଘାଟନୀ ମୁକାବିଲା ଓ ୨ଟି ସେମି ଫାଇନାଲ୍‌ ଖେଳାଯିବ । ଭାରତ ସେମି ଫାଇନାଲ୍‌କୁ ଗଲେ ଉକ୍ତ ମ୍ୟାଚ୍‌ ଲାହୋରକୁ ସ୍ଥାନାନ୍ତରିତ ହେବ । ଫାଇନାଲ୍‌ ମ୍ୟାଚ୍‌ ଲାହୋରରେ ଅନୁଷ୍ଠିତ ହେବ।  

ମୋଟ୍‌ ୮ଟି ଦଳ ଚାମ୍ପିଅନ୍ସ ଟ୍ରଫି ଖେଳିବେ। ସମସ୍ତ ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି । ଭାରତ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଛି । ଏହି ଗ୍ରୁପ୍‌ରେ  ପାକିସ୍ତାନ,ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ସ୍ଥାନ ପାଇଛନ୍ତି । ସେହିପରି ଗ୍ରୁପ୍‌ ବି’ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା,  ଇଂଲଣ୍ଡ ଓ ଆଫଗାନିସ୍ତାନ ରହିଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.