ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଅଲିମ୍ପିକ୍ସ ଆଉ ୨୧ ଦିନ...ପ୍ୟାରିସ କ୍ରୀଡ଼ା ଗ୍ରାମରେ ମଦ ନିଷେଧ, ଟୋକିଓ ଭଳି ବ୍ୟବହାର ହୋଇଛି କାର୍ଡବୋର୍ଡ ବେଡ୍‌

ପ୍ୟାରିସ,୦୪/୦୭: ମଝିରେ ଆଉ ତିନି ସପ୍ତାହ ରହିଲା । ଦିନ ଯେତିକି ପାଖେଇ ଆସୁଛି, କ୍ରୀଡ଼ାବିତ ଓ ପ୍ରଶଂସକଙ୍କ ମହଲରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।  ଆସନ୍ତା ୭ ତାରିଖ ସୁଦ୍ଧା କ୍ରୀଡ଼ାବିତଙ୍କ ତାଲିକା ଚୂଡ଼ାନ୍ତ ହୋଇଯିବ । ଏଥର ୧୦,୫୦୦ କ୍ରୀଡ଼ାବିତ ଅଂଶ ଗ୍ରହଣ କରିବେ । କ୍ରୀଡ଼ାବିତଙ୍କ ରହିବା ପାଇଁ ନିର୍ମାଣ ହୋଇ ବିଳାସପୂର୍ଣ୍ଣ କ୍ରୀଡ଼ା ଗ୍ରାମ । ଆଉ ଏହି ଗ୍ରାମରେ ରହିଛି ୭୦୦୦ କୋଠରୀ ଏବଂ ଗୋଟିଏ ଡାକ ଘର ।

୨୦୧୭ ସେପ୍ଟେମ୍ବର ୧୩ ତାରିଖରେ ପ୍ୟାରିସକୁ ୨୦୨୪ ଅଲିମ୍ପିକ୍ସର ଆୟୋଜକ ଘୋଷଣା କରିଥିଲା ଆଇଓସି (ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି) । ଦୁଇ ଜଣ ସଦସ୍ୟ ଭୋଟ୍‌ ଦେବାକୁ ଅଯୋଗ୍ୟ ବିବେଚିତ ହୋଇଥିଲେ । ଭୋଟ୍‌ ପ୍ରକ୍ରିୟାରେ ଫ୍ରାନ୍ସ ନିଦ୍ୱନ୍ଦ୍ୱର୍ରେ ବିଜୟୀ ହୋଇଥିଲା ।

ଫ୍ରାନ୍ସ କ୍ରୀଡ଼ା ଆୟୋଜନ ଅଧିକାର ପାଇବା ପରେ କ୍ରୀଡ଼ା ଗ୍ରାମର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୫୨ ହେକ୍ଟର ଜମିରେ ଏହା ନିର୍ମାଣ ହୋଇଛି । କ୍ରୀଡ଼ା ଗ୍ରାମରେ ୭୦୦୦ କୋଠରୀ ରହିଛି । କ୍ରୀଡ଼ାବିତଙ୍କ ପାଇଁ ସମସ୍ତ ସୁବିଧା ସାଙ୍ଗକୁ ଅଭ୍ୟାସ କରିବାର ମଧ୍ୟ ବ୍ୟବସ୍ଥା ରହିଛି। ବିଭିନ୍ନ ପ୍ରତିଯୋଗିତା ଷ୍ଟାଡିୟମକୁ କ୍ରୀଡ଼ାବିତମାନେ ୨୦ରୁ ୩୦ ମିନିଟ ମଧ୍ୟରେ ପହଞ୍ଚି ପାରିବେ । କ୍ରୀଡ଼ା ଗ୍ରାମ ମଧ୍ୟରେ ଯିବା ଆସିବା ପାଇଁ ସ୍ୱତନ୍ତ୍ର ବସ୍‌ ଏବଂ ଇଲେକ୍ଟ୍ରି ବାଇକ ରହିଛି ।

୧୬ ହଜାରରୁ ଅଧିକ ଶଯ୍ୟା


ଟୋକିଓ କ୍ରୀଡ଼ା ଗ୍ରାମରେ କାର୍ଡବୋର୍ଡ ବେଡ୍‌ ବ୍ୟବହାର କରାଯାଇଥିଲା । କିନ୍ତୁ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ଏହାକୁ ସମାଲୋଚନା କରାଯାଇଥିଲା । ମାତ୍ର ଏଭଳି ଶଯ୍ୟା ବେଶ ଉପଯୋଗୀ ହୋଇ ପାରିଥିଲା । ତେଣୁ ପ୍ୟାରିସ ଆୟୋଜକ ମଧ୍ୟ ଏହି କାର୍ଡବୋର୍ଡ ବେଡ୍‌ର ବ୍ୟବହାର କରିଛନ୍ତି । କ୍ରୀଡ଼ା ଗ୍ରାମରେ ୧୬ ହଜାରରୁ ଅଧିକ ଶଯ୍ୟା ରହିଛି । 

ଦୈନିକ ପ୍ରସ୍ତୁତ ହେବ ୪୦ ହଜାର ମିଲ୍‌ 

କ୍ରୀଡ଼ା ଗ୍ରାମର ମୁଖ୍ୟ ଭୋଜନାଳୟରେ ୩୫୦୦ରୁ ଅଧିକ ଏକା ଥରକେ ଭୋଜନ କରିବାର ବ୍ୟବସ୍ଥା ରହିଛି । ଦୈନିକ ଏଠାରେ ୪୦ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କ ପାଇଁ ରୋଷେଇ କରାଯିବ । ସୁସ୍ଥ ଓ ରୁଚିକର ଖାଦ୍ୟ ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ତେବେ ଅଧିକ କ୍ରୀଡ଼ାବିତ ନିରାମିଷ ଖାଦ୍ୟକୁ ପସନ୍ଦ କରିଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି । ଆଉ ଗୋଟିଏ ସପ୍ତାହ ପରେ କ୍ରୀଡ଼ା ଗ୍ରାମକୁ କ୍ରୀଡ଼ାବିତ ଆସିବା ଆରମ୍ଭ ହୋଇଯିବ ।  

ମଦ ନିଷେଧ

କ୍ରୀଡ଼ା ଆୟୋଜକ କ୍ରୀଡ଼ା ଗ୍ରାମକୁ ମଦ ନିଷେଧ କରିଛନ୍ତି । ନିଶାସକ୍ତ ହୋଇ କ୍ରୀଡ଼ାବିତମାନେ କାଳେ ବିଶୃଙ୍ଖଳା ସୃଷ୍ଟି କରିବେ ସେ ନେଇ ଆୟୋଜକ ଏଭଳି ନିଷ୍ପତ୍ତି ନେଇଛନ୍ତି । ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ପାଇଁ ଏହାକୁ ବ୍ୟବହାର କରାଯିବ । କିନ୍ତୁ କ୍ରୀଡ଼ା ଶେଷ ହେବା ପରେ କ୍ରୀଡ଼ା ଗ୍ରାମକୁ ଭାଙ୍ଗି ଦିଆଯିବ ନାହିଁ । ବରଂ ଏହା ବିକ୍ରି ହେବ । ଯଦିଓ ପୂର୍ବରୁ ଏହି ପ୍ରକ୍ରିୟା ଶେଷ ହୋଇ ଯାଇଛି । କ୍ରୀଡ଼ା ଶେଷ ହେବା ପରେ ସମସ୍ତଙ୍କୁ ନିଜ ନିଜର ଘର ମିଳିଯିବ । 

୧୯୨୪ରେ ଶେଷ ଥର ଫ୍ରାନ୍ସ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରିଥିଲା । ପୁଣି ଶହେ ବର୍ଷ ପରେ ଅଲିମ୍ପିକ୍ସ ପ୍ୟାରିସକୁ ଫେରିଛି । କ୍ରୀଡ଼ାକୁ ସ୍ମରଣୀୟ କରିବା ପାଇଁ ପ୍ରଥମ ଥର ଖୋଲା ଆକାଶ ତଳେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସେନ ନଦୀରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ । ଭାସମାନ ମଞ୍ଚ ନଦୀରେ ୬ କି.ମି ଯାତ୍ରା କରିବ । ୩୦୦୦ କଳାକାର ଉଦ୍‌ଘାଟନୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ । ଅଲିମ୍ପିକ୍ସ ୨୬ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖରେ ଶେଷ ହେବ ।

  • PrameyaOdia
  • prameya
  • paris olympic
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.