ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଆଗାମୀ ଟି ୨୦ ବିଶ୍ବକପ୍‌କୁ ନେଇ ବଡ଼ ଘୋଷଣା କଲା ଆଇସିସି; ଜାଣନ୍ତୁ କେବେ, କେଉଁଠି ଓ କେତୋଟି ଟିମ୍‌କୁ ନେଇ ହେବ ଟୁର୍ଣ୍ଣାମେଣ୍ଟ

Image source: Live Hindustan

ନୂଆଦିଲ୍ଲୀ,୦୩/୦୭: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ମ୍ୟାଚ୍‌ ସହିତ ଟି ୨୦ ବିଶ୍ବକପ୍‌ର ସମାପ୍ତି ହୋଇଥିଲା। ଭାରତୀୟ ଟିମ୍‌ ଦ୍ବିତୀୟ ଥର ଟୁର୍ଣ୍ଣାମେଣ୍ଟ ଜିତିବାରେ ସଫଳ ହୋଇଥିଲା। ଏବେ ଦ୍ବିପାଖିକ ସିରିଜ ଆରମ୍ଭ ହେବ, କିନ୍ତୁ ଏହାରି ଭିତରେ ଆଇସିସି ଆଗାମୀ ଟି ୨୦ ବିଶ୍ବକପ୍‌କୁ ନେଇ ଏକ ବଡ଼ ଘୋଷଣା କରିଛି। ତେବେ ଆଗାମୀ ବିଶ୍ବକପ୍‌ କେଉଁଠାରେ ହେବ, ତାହା ତ ପୂର୍ବରୁ ଧାର୍ଯ୍ୟ ହୋଇସାରିଛି, କିନ୍ତୁ ଆଇସିସି ଏବେ ଏହାର ଷ୍ଟୋରୀରେ କିଛି ନୂଆ କଥା ସାମିଲ କରିଛି। 

ସୂଚନାଥାଉକି, ଆଇସିସି ଟି ୨୦ ବିଶ୍ବକପ୍‌ ୨୦୨୬ ପାଇଁ ବିଗୁଲ ବଜାଇ ସାରିଛି। ୨୦ଟି ଟିମ୍‌କୁ ନେଇ ଯେଉଁଭଳି ଭାବେ ଟି ୨୦ ବିଶ୍ବକପ୍‌ ୨୦୨୪ ସମାପନ ହେଲା, ସେହିଭଳି ଭାବେ ଆଗାମୀ ଟି ୨୦ରେ ୨୦ଟି ଟିମ୍‌ ହିଁ ଖେଳିବେ। ଯେଉଁଭଳି ମିଳିତ ଭାବେ ୨୦୨୪ ଟି୨୦ର ନେତୃତ୍ବ ଆମେରିକା ଓ ଓ୍ବେଷ୍ଟ ଇଣ୍ଡିଜ୍‌ ନେଇଥିଲେ, ସେହିପରି ୨୦୨୬ ଟି ୨୦ ବିଶ୍ବକପ୍‌ର ନେତୃତ୍ବ ଭାରତ ଓ ଶ୍ରୀଲଙ୍କା ନେବେ। ୨୦୨୬ ଫେବୃଆରୀ- ମାର୍ଚ୍ଚରେ ଟି ୨୦ ବିଶ୍ବକପ୍‌ ଖେଳାଯାଇପାରେ ।

ଟି ୨୦ ବିଶ୍ବକପ୍‌ ୨୦୨୬ର ଫର୍ମାଟ ବି ୨୦୨୪ ଭଳି ସମାନ ରହିବ, ଯେଉଁ‌ଥିରେ ଫାଇନାଲକୁ ମିଶାଇ ମୋଟ ୫୫ଟି ମ୍ୟାଚ୍‌ ଖେଳାଯିବ। ଏଥର ମଧ୍ୟ ୨୦ ଟି ଟିମ୍‌ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବେ, ଯାହାକୁ ଚାରୋଟି ଗ୍ରୁପ୍‌ରେ ବଣ୍ଟାଯିବ। ଏହା ପରେ ଚାରୋଟି ଗ୍ରୁପ୍‌ର ପଏଣ୍ଟ ଟେବୁଲରେ ଟପ୍‌ ୨ରେ ରହିଥିବା ଦୁଇଟି ଟିମ୍‌କୁ ସୁପର ୮ରେ ସାମିଲ କରାଯିବ। ସୁପର ୮ରେ ମଧ୍ୟ ଦୁଇଟି ଗ୍ରୁପ୍‌ କରାଯିବ। ସୁପର ୮ର ଦୁଇଟି ଗ୍ରୁପ୍‌ରୁ ପଏଣ୍ଟ ଟେବୁଲରେ ଶୀର୍ଷ ୨ରେ ରହିଥିବା ଟିମ୍‌କୁ ସେମିଫାଇନାଲରେ ଏଣ୍ଟ୍ରି ମିଳିବ ଏବଂ ପରେ ଫାଇନାଲ ମୁକାବିଲା ଖେଳାଯିବ। 

ନେତୃତ୍ବକୁ ଦେଖିଲେ ଭାରତ ଓ ଶ୍ରୀଲଙ୍କା ୨୦୨୬ ଟି ୨୦ ବିଶ୍ବକପ୍‌ ପାଇଁ ସ୍ବୟଂ କ୍ବାଲିଫାୟ କରିଛନ୍ତି। ଏହା ବ୍ୟତିତ ଟି ୨୦ ବିଶ୍ବକପ୍‌ ୨୦୨୪ର ସୁପର ୮ରେ ପହଞ୍ଚି‌ଥିବା ସମସ୍ତ ୮ଟି ଟିମ୍‌କୁ ସ୍ବତଃ ସାମିଲ କରାଯାଇଛି। ଏଥିରେ ପ୍ରଥମେ ଭାରତ ନେତୃତ୍ବ ହିସାବରେ କ୍ବାଲିଫାୟ କରିସାରିଥିବା ବେଳେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଆମେରିକା ଓ ଓ୍ବେଷ୍ଟ ଇଣ୍ଡିଜ୍‌ ଟିମ୍‌ ଆଗାମୀ ବିଶ୍ବକପ୍‌ ପାଇଁ ସିଧାସଳଖ ଉତିର୍ଣ୍ଣ ହୋଇସାରିଛନ୍ତି। ୯ମ ଟିମ୍‌ ଭାବେ ଶ୍ରୀଲଙ୍କା ରହିଥିବା ବେଳେ ଏହା ଭାରତ ସହିତ ମିଶି ନେତୃତ୍ବ ନେବ। ଏହା ବ୍ୟତିତ ଆଇସିସି ଜୁନ୍‌ ୩୦ ତାରିଖରେ କଟ୍‌ଅଫ୍‌ ରଖିଥିଲା, ଯେଉଁ ଟିମ୍‌ ଏହି ତାରିଖ ପର୍ଯ୍ୟନ୍ତ ଆଇସିସି ଟି ୨୦ ରାଙ୍କିଙ୍ଗର ଟପ୍‌ ୧୦ରେ ରହିବ, ଏହାକୁ ସିଧା ଟି୨୦ ବିଶ୍ବକପ ୨୦୨୬ରେ ଖେଳିବାକୁ ସୁଯୋଗ ମିଳିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.