ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ବାରବାଡୋସରେ ଘୂର୍ଣ୍ଣିଝଡରେ ଫସିଥିଲେ ଟିମ୍ ଇଣ୍ଡିଆ, ଦିଲ୍ଲୀରେ ପହଞ୍ଚିବେ କାଲି

ନୂଆଦିଲ୍ଲୀ, ୩/୭: ଆସନ୍ତାକାଲି ସକାଳ ୬ଟା ସମୟରେ ଦିଲ୍ଲୀରେ ପହଞ୍ଚିବେ ବିଶ୍ବବିଜୟୀ । ସ୍ବତନ୍ତ୍ର ବିମାନରେ ଆସୁଛନ୍ତି ଟି-୨୦ ବିଶ୍ବକପ୍ ଚମ୍ପିଆନ୍ ଟିମର ଖେଳାଳି । ସ୍ବଦେଶ ଫେରୁଛନ୍ତି  ଓ୍ବେଷ୍ଟ ଇଣ୍ଡିଜ ବାରବାଡସରେ ଫସିଥିବା ଟିମ୍ ଇଣ୍ଡିଆ ଖେଳାଳି । ପ୍ରବଳ ଝଡ ତୁଫାନ ପାଇଁ ବରଲିରେ ଫସିଥିଲା ଟିମ୍ ଇଣ୍ଡିଆ ।ତେବେ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ପ୍ରୟାସ ପରେ ସ୍ବତନ୍ତ୍ର ଚାର୍ଟାଡ ବିମାନରେ ଆସୁଛନ୍ତି ଖେଳାଳି। 

ସୂଚନା ମୁତାବକ, ଝଡ ପାଇଁ ଟିମ୍ ଇଣ୍ଡିଆର ଉଡାଣରେ ବିଳମ୍ବ ହୋଇଥିଲା । ଏପଟେ ଟିମ୍ ସହିତ ଫସିଥିବା ଭାରତୀୟ ସାମ୍ବାଦିକଗଣଙ୍କୁ ମଧ୍ୟ ଫେରିବାର ସୁଯୋଗ ପ୍ରଦାନ କରିଛନ୍ତି ଜୟ ଶାହ । ସମାନ ବିମାନରେ ଉଭୟ ଖେଳାଳି ଏବଂ ଦେଶର ବିଭିନ୍ନ ଗଣମାଧ୍ୟମର କ୍ରୀଡା ସାମ୍ବାଦିକ ମଧ୍ୟ ଭାରତ ଫେରିବେ ।

୧୭ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଆଇସିସି ଟି-୨୦ ବିଶ୍ବକପରେ ଚମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ଗତ ଶନିବାର ହାଇଭୋଲଟେଜ ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଏହାପରେ ଝଡ ତୁଫାନ ପାଇଁ ଫସିଥିଲା ରୋହିତ ବ୍ରିଗେଡ୍ । ତେବେ ଆଜି ବିସିସିଆଇ ସୋସିଆଲ ମିଡିଆ ଏକ୍ସରେ ଘରକୁ ଆସୁଛି ଟ୍ରଫି ଲେଖି ଟି-୨୦ ଆଇସିସି ଟ୍ରଫି ଭିଡିଓ ପୋଷ୍ଟ କରୁଛି । ଭାରତ ଫେରିବା ପରେ ଜୋରଦାର ସେଲିବ୍ରେସନ ହେବ ବୋଲି ଏହା ସୂଚନା ଦେଉଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.