ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଟିମ୍ ଇଣ୍ଡିଆର ହେବ ଗ୍ରାଣ୍ଡ ଓ୍ବେଲକମ୍, ଦିଲ୍ଲୀରୁ ମୁମ୍ବାଇ ଉତ୍ସବ ମୁଖର

ନୂଆଦିଲ୍ଲୀ,୩/୭ : ଟି-୨୦ ବିଶ୍ବକପରେ ଚାମ୍ପିୟନ ହେବା ପରେ ଟିମ୍ ଇଣ୍ଡିଆ ବାରବାଡୋସରେ ଉତ୍ସବ ମନାଇଛି । କିନ୍ତୁ ଫ୍ୟାନ୍ସ  ବିଶ୍ବ ବିଜୟୀଙ୍କୁ ଭାରତ ଫେରିବାକୁ ଅପେକ୍ଷା କରିଛନ୍ତି । ବୋରିଲ ତୁଫାନ ପାଇଁ ଭାରତୀୟ ଦଳ ବାରବାଡୋସରେ ଫସି ରହିଥିଲେ । କିନ୍ତୁ ଏବେ ଚାମ୍ପିୟନ ଟିମ୍ ସେଠାରୁ ଉଡ଼ାଣ ଭରିବା ପରେ ଭାରତ ତାଙ୍କର ଗ୍ରାଣ୍ଡ୍ ଓ୍ବେଲକମ୍ କରିବା ଲାଗି ପ୍ରସ୍ତୁତିରେ ଲାଗି ପଡ଼ିଛି । ପିଏମ୍ ମୋଦୀ ଖେଳାଳୀଙ୍କୁ ସମ୍ମାନୀତ କରିବେ । ପୂରା ସିଡ୍ୟୁଲ ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି ।

ରୋହିତ ଶର୍ମା ଏଣ୍ଡ କମ୍ପାନୀ ଏବଂ ଟିମ୍‌ର ସହଯୋଗୀ ଷ୍ଟାଫଙ୍କୁ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ସମ୍ମାନୀତ କରାଯିବ । ୨୯ଜୁନର ଫାଇନାଲ ମୁକାବିଲାରେ ତାଜ୍ ଜିତିବା ପରେ ଭାରତୀୟ ଟିମ୍ ବାରବାଡୋସରେ ପ୍ରାୟ ୩ଦିନ ହେବ ଫଶି ରହିଥିଲେ । କିନ୍ତୁ ଏବେ ଭାରତୀୟ ସମୟ ଅନୁସାରେ ୪ଟା ୫୦ ମିନିଟରେ ଭାରତୀୟ ଖେଳାଳୀ ନିଜ ପରିବାର, କୋଚିଂ ଷ୍ଟାଫ ଏବଂ ବିସିସିଆଇ ଅଧିକାରୀଙ୍କ ସମେତ ବାରବାଡୋସରୁ ଉଡ଼ାଣ ଭରି ସାରିଛନ୍ତି । ଟିମ୍ ଇଣ୍ଡିଆ ଲାଗି ବିସିସିଆଇ ଚାର୍ଟର ପ୍ଲାନର ବ୍ୟବସ୍ଥା କରିଥିଲା ।

ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଟିମ୍ ଇଣ୍ଡିଆ ସ୍ବାଗତର ପୂରା ସିଡ୍ୟୁଲ କହିଛନ୍ତି । ସେ କହିଛନ୍ତି କି, ଟିମ୍ ବିସିସିଆଇ ଦ୍ବାରା ନିଆଯାଇଥିବା ସ୍ପେଶାଲ ଏୟାର ଇଣ୍ଡିଆର ବିଶେଷ ବିମାନରେ ବାରବାଡୋସରେ ଉଡ଼ାଣ ଭରିଛନ୍ତି । ସେହିଭଳି ସେଠାରେ ସେଠାରେ ଫଶିଥିବା ଭାରତୀୟ ସାମ୍ବାଦିକ ବି ସେହି ବିମାନରେ ଆସୁଛନ୍ତି । ବିମାନ ଆସନ୍ତାକାଲି ସକାଳ ୬ଟାବେଳେ ଦିଲ୍ଲୀ ଏୟାରପୋର୍ଟରେ ଓହ୍ଲାଇବ । ଟିମ୍ ସକାଳ ୧୧ଟାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ‌ରେ ଭେଟିବେ । ଏହାପରେ ଟିମ୍ ମୁମ୍ବାଇ ଲାଗି ଉଡ଼ାଣ ଭରିବ । ନରୀମନ ପଏଣ୍ଟରେ ରୋଡ଼ ଶୋ ହେବ ଏବଂ ପରେ ଖେଳାଳୀଙ୍କୁ ସମ୍ମାନିତ କରାଯିବ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.