ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

'ମୁଁ ଅବସର ନେଇନି', ସୋସିଆଲ ମିଡିଆରେ ପୋଷ୍ଟ କରି ସ୍ପଷ୍ଟ କଲେ ଡେଭିଡ ମିଲର

ନୂଆଦିଲ୍ଲୀ, ୩/୭: ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଅନ୍ତର୍ଜାତୀୟ କ୍ରିକେଟରୁ ଡେଭିଡ ମିଲରଙ୍କ ଅବସର ଘୋଷଣା ଖବର। ଏହାକୁ ନେଇ ସମସ୍ତ କ୍ରିକେଟପ୍ରେମୀ ଡେଭିଡ ମିଲରଙ୍କ ଅବସରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସେ ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚକୁ ଡରି ସନ୍ୟାସ ଘୋଷଣା କରିଥିବା ନେଇ କିଛି ୟୁଜର୍ସ ପୋଷ୍ଟ କରିଥିଲେ । ଯାହାକୁ ଖଣ୍ଡନ କରିଛନ୍ତି  ଡେଭିଡ ମିଲର।  ବାସ୍ତବରେ ମିଲର କୌଣସି ଅବସର ଘୋଷଣା କରିନାହାନ୍ତି । କୌଣସି ଅଫିସିଆଲ ଭାବେ ସେ ଅବସର ଘୋଷଣା କରିନାହାନ୍ତି । ଏପରିକି ଦଳ ପକ୍ଷରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନଥିଲା । ମାତ୍ର ସୋସିଆଲ ମିଡିଆରେ କିଛି ୟୁଜର୍ସ ଏଭଳି ଭାଇରାଲ କରୁଥିଲେ । ଯାହାକୁ  ନେଇ ସ୍ପଷ୍ଠ କରିଛନ୍ତି ମିଲର । 

ସେ ନିଜର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସ୍ପଷ୍ଠ କରିଛନ୍ତି । ସେ ଲେଖିଛନ୍ତି କି, ମୁଁ ଅବସର ନେଇନି ।  ଟି-୨୦ରେ ଖେଳ ଜାରି ରଖିଛି । ଆଗକୁ କିଛି ଭଲ ହେବାକୁ ଯାଉଛି ।ପ୍ରକାଶ ଥାଉକି , ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ଭାରତ ହରାଇ ଚାମ୍ପିୟନ ହୋଇଛି । ଏହି ଟ୍ରଫି ଜିତିବା ପରେ ଭାରତର ଦକ୍ଷ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି । ଯାହାକୁ ସହଜରେ କ୍ରିକେଟ ପ୍ରେମୀମାନେ ବିଶ୍ବାସ କରିପାରୁନାହାନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.