ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ

ବର୍ଲିନ,୦୨/୦୭: ଫିଫା ମାନ୍ୟତାର ତୃତୀୟ ସ୍ଥାନରେ ରହିଥିବା ବେଲଜିୟମ୍‌ ଚଳିତ ୟୁରୋ ଚାମ୍ପିଅନସିପ୍‌ରୁ ବିଦାୟ ନେଇଛି । ଡୁସେଲଡର୍ଫରେ  ଅନୁଷ୍ଠିତ ରାଉଣ୍ଡ-୧୬ର ଏକ ମ୍ୟାଚ୍‌ରେ ବେଲ୍‌ଜିୟମ୍‌  ୦-୧ ଗୋଲ୍‌ରେ ଫ୍ରାନ୍ସ ଠାରୁ ପରାଜିତ ହୋଇଥିଲା ।  ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିଥିଲେ ହେଁ ଶେଷରେ ବେଲ୍‌ଜିୟମ୍‌ ଖେଳାଳି ଜାନ୍‌ ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ଫ୍ରାନ୍ସ ବିଜୟ ହାସଲ କରିଥିଲା । ଫ୍ରାନ୍ସ ଏହି ବିଜୟ ସହ ଷଷ୍ଠ ଥର ପାଇଁ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା । କେବଳ ସେତିକି ନୁହେଁ, ବିଶ୍ୱକପ୍‌ ଏବଂ ୟୁରୋକୁ  ମିଶାଇ ବେଲ୍‌ଜିୟମ୍‌ ବିପକ୍ଷରେ ଏହା  ଫ୍ରାନ୍ସର ପଞ୍ଚମ ବିଜୟ ରହିଥିଲା ।  

୮୫ତମ ମିନିଟ୍‌ରେ ଫ୍ରାନ୍ସ ଖେଳାଳି  କୋଲୋ ମୁଆନି ଗୋଲ ପାଇଁ ପ୍ରୟାସ  କରିଥିଲେ । ଡିଫେନ୍ସରେ ରହିଥିବା  ଭର୍ତୋଙ୍ଗେନ ବଲ୍‌ ଅଟକାଇବା ପାଇଁ  ପ୍ରୟାସ କରୁଥିବାବେଳେ ତାଙ୍କ ଗୋଡରେ ବଲ୍‌ ବାଜି ନିଜ ଦଳର ଗୋଲ୍‌ ପୋଷ୍ଟ  ଭିତରକୁ ଚାଲିଯାଇଥିଲା । ମ୍ୟାଚ୍‌କୁ ଫେରିବା ପାଇଁ ବେଲ୍‌ଜିୟମ୍‌ ନିକଟରେ ଆଉ ସମୟ ନଥିଲା ।  

ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ପେନ୍‌ ଘନ  ଘନ ଆକ୍ରମଣ କରିଥିଲା । ସମ୍ପୂର୍ଣ୍ଣ ୯୦ମିନିଟ୍‌ ମଧ୍ୟରେ  ଦଳ ମୋଟ୍‌ ୧୯ଟି ସୁଯୋଗ ସୃଷ୍ଟି କରିଥିଲା । ମାତ୍ର  ଗୋଟିଏ ହେଲେ ଗୋଲ୍‌ କରିପାରି ନଥିଲା । କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ସାରିଥିଲେ  ହେଁ ଫ୍ରାନ୍ସର କୌଣସି ଖେଳାଳି ଏପର୍ଯ୍ୟନ୍ତ ଗୋଲ୍‌  କରିନାହାନ୍ତି । ଅଷ୍ଟ୍ରିୟା ବିପକ୍ଷ ଲିଗ ମ୍ୟାଚ୍‌ରେ ଫ୍ରାନ୍ସ  ଆତ୍ମଘାତୀ ଗୋଲ୍‌ ବଳରେ ଜିତିଥିଲା । ଏହାପରେ  ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ ଗୋଲ୍‌ ଶୂନ୍ୟ  ରହିଥିଲା । ସେହିପରି ପୋଲାଣ୍ଡ ବିପକ୍ଷ ମ୍ୟାଚ୍‌ ମଧ୍ୟ ୧-୧ ଗୋଲ୍‌ରେ  ଡ୍ର’ ରହିଥିଲା । ଉଭୟ ଦଳ ପେନାଲ୍ଟି ବଳରେ ଗୋଲ୍‌ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.