ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ରୋହିତଙ୍କ ନାଁରେ ଯୋଡ଼ି ହେଲା ୩ଟି ବଡ଼ ରେକର୍ଡ , ଏହାକୁ ଭାଙ୍ଗିରେ ଖେଳାଳି ହେବେ ନାକେଦମ

ନୂଆଦିଲ୍ଲୀ – ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ୪ର୍ଥ ପ୍ରୟାସରେ ଆଇସିସି ଟୁର୍ଣ୍ଣାମେଣ୍ଟର ଟାଇଟଲ ଜିତିଛି। ଏହା ପୂର୍ବରୁ ରୋହିତଙ୍କ ଅଧିନାୟକତ୍ୱରେ ଟିମ୍‌ ୨୦୨୨ରେ ହୋଇଥିବା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲ ଯାଏ ପହଞ୍ଚି ଥିଲା। ଏହାପରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ୍‌ର ଫାଇନାଲରେ ସ୍ଥାନ ବନାଇ ଥିଲେ , ହେଲେ ସେଠାରେ ବି ପରାଜୟର ସାମନା କରିବାକୁ ପଡ଼ିଥିଲା। ଗତ ବର୍ଷ ୱାନଡେ ବିଶ୍ୱକପ୍‌ ୨୦୨୩ରେ ମଧ୍ୟ ଟିମ୍‌ ଲଗାତାର ମ୍ୟାଚ୍‌ ଜିତି ଫାଇନାଲର ଟିକେଟ୍‌ କାଟି ଥିଲା , କିନ୍ତୁ ଟାଇଟଲ ମୁକାବିଲାରେ ଟିମ୍‌କୁ ପରାସ୍ତ ହେବାକୁ ପଡ଼ିଥିଲା। ହେଲେ ଏହି ଥର ଲଗାତାର ୮ଟି ବିଜୟ ସହ ଭାରତୀୟ ଟିମ୍‌ ବିଶ୍ୱ ଚମ୍ପିୟାନ ହେବାର ସଫଳ ହୋଇଛି। ଫାଇନାଲ ଜିତିବା ସହ ହିଁ ରୋହିତଙ୍କ ନାଁରେ ଅନେକ ରେକର୍ଡ ସୃଷ୍ଟି ହୋଇଛି, ଯାହାକୁ ଭାଙ୍ଗିବାକୁ ଅନ୍ୟ ଖେଳାଳିଙ୍କ ପାଇଁ ଅସମ୍ଭବ ହୋଇ ପାରେ। 

୫୦ଟି -୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଜିତିବାର ପ୍ରଥମ ଅଧିନାୟକ - ଭାରତର ଷ୍ଟାର କ୍ରିକେଟ୍‌ର ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୫୦ଟି ବିଜୟ ହାସଲ କରିଥିବା ଦୁନିଆର ପ୍ରଥମ ଅଧିନାୟକ ହୋଇଛନ୍ତି। ସେ ଦକ୍ଷିଣ ଆଫ୍ରିକାର ବିରୋଧରେ ନିଜର ଟି-୨୦ କ୍ୟାରିୟରର ଶେଷ ମ୍ୟାଚ୍‌ ବେଳେ ଏହି ସଫଳତା ହାସଲ କରିଛନ୍ତି। ରୋହିତ ୨୦୨୧ରେ ଟିମ୍‌ର ଦାୟିତ୍ୱ ସମ୍ଭାଳି ଥିଲେ ଏବଂ ଏହାପର ଠାରୁ ସେ ୬୨ଟି ମ୍ୟାଚ୍‌ରେ ଟିମ୍‌ର ନେତୃତ୍ୱ ନେଇଛନ୍ତି ବଂ  ୫୦ଟି ମ୍ୟାଚ୍‌ରେ  ବିଜୟ ହାସଲ କରିଛନ୍ତି। ଏଥିରେ କୌଣସି ଦ୍ୱିମତ ନାହିଁ କି ତାଙ୍କର ଟି-୨୦ ଇଣ୍ଟରନ୍ୟାସନାଲ କ୍ୟାରିୟରର ସବୁଠୁ ମହତ୍ତ୍ୱପୂର୍ଣ୍ଣ ମୁକାବିଲା ସାଉଥ୍‌ ଆଫ୍ରିକାର ବିରୋଧରେ ଫାଇନାଲ ଭାବେ ରହିଥିଲା।

୨ୟ ଥର ଟି -୨୦ ବିଶ୍ୱକପ୍ ଜିତିଥିବା ଭାରତୀୟ ଖେଳାଳି – ରୋହିତ ଶର୍ମା ୨୦୦୭ରେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିବାର ଟିମ୍‌ର ସଦସ୍ୟ ରହି ଥିଲେ। ଫାଇନାଲରେ ସେ ୧୬ଟି ବଲରେ ୩୦ ରନ୍‌ର ମହତ୍ତ୍ୱପୂର୍ଣ୍ଣ ପାଳି ଖେଳି ଥିଲେ। ଏହି ସମୟରେ ଏମଏସ ଧୋନୀ ଟିମ୍‌ର ଅଧିନାୟକ ଥିଲେ। ଏହିଥର ସେ ଜଣେ ଅଧିନାୟକ ଭାବେ ଖେଳିବାକୁ ଆସି ଥିଲେ ଏବଂ ଟିମ୍‌କୁ ଚମ୍ପିୟାନ କରିଥିଲେ। ଏହା ସହ ସେ ଦୁଇ ଥର ଟି-୨୦ ବିଶ୍ୱକପ୍‌ ଜିତିବାର ପ୍ରଥମ ଭାରତୀୟ କ୍ରିକେଟର ହୋଇ ପାରିଛନ୍ତି। 

୧୦୦ ପ୍ରତିଶତ ବିଜୟ ରେକର୍ଡ – ରୋହିତ ଶର୍ମା ୧୦୦ ପ୍ରତିଶତ ବିଜୟର ରେକର୍ଡର ସହ ଟି-୨୦ ବିଶ୍ୱକପ୍‌ ଜିତିବାର ପ୍ରଥମ ଅଧିନାୟକ ହୋଇଛନ୍ତି। ଏହା ପୂର୍ବରୁ ୱାନଡେ ବିଶ୍ୱକପ୍‌ରେ ଟିମ୍‌ ଲଗାତାର ମ୍ୟାଚ୍‌ ଜିତି ଫାଇନାଲର ଟିକେଟ୍‌ କାଟି ଥିଲେ। ଫର୍ମାଟ ବଦଳିଲା ,କିନ୍ତୁ ରୋହିତଙ୍କର ଦବଦବା ବଜାୟ ରହିଲା। ଭାରତ ଯେବେ ୨୦୦୭ରେ ଶେଷ ଥର ଟି-୨୦ ବିଶ୍ୱକପ୍‌ ଜିତି ଥିଲା , ତ ସେ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଗ୍ରୁପ୍‌ ମ୍ୟାଚ୍‌ରେ ୧୦ ରନ୍‌ରେ ହାରି ଯାଇ ଥିଲା। ହେଲେ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳା ଯାଇଥିବା ବିଶ୍ୱକପ୍‌ରେ ଭାରତ ବାଜି ମାରି ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.