ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଦୁବେ, ସ୍ୟାମସନ, ୟଶସ୍ବୀ ବାଦ୍ ପଡ଼ିଲେ... ଜିମ୍ବାଓ୍ବେ ଗସ୍ତ ଲାଗି ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ୩ନୂଆ ଖେଳାଳୀଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୨/୭ :  ଜିମ୍ବାଓ୍ବେ ବିପକ୍ଷ ଟି-୨୦ ସିରିଜ ଲାଗି ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇଛି । ୬ଜୁଲାଇରୁ ଏହି ସିରିଜ ଆରମ୍ଭ ହେବାକୁ ଯାଉଛି । ଯେଉଁଥିଲାଗି ଟିମ୍ ଇଣ୍ଡିଆ ଯାଇ ସାରିଛି । ଏହା ମଧ୍ୟରେ ଆରମ୍ଭ ଦୁଇ ମ୍ୟାଚ୍ ଲାଗି ଶିବମ ଦୁବେ, ସଞ୍ଜୁ ସ୍ୟାମସନ ଏବଂ ୟଶସ୍ବୀ ଜୟସଓ୍ବାଲଙ୍କ ସ୍ଥାନରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣାଙ୍କୁ ଟିମରେ ସାମିଲ କରାଯାଇଛି। ବିସିସିଆଇ ଅପଡେଟ୍ ଜାରି କରିବାକୁ ଯାଇ ଏହାର ସୂଚନା ଦେଇଛି।  ଭାରତୀୟ ଟିମ୍ ଏହି ସିରିଜରେ ୫ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ, ଯାହାର ନେତୃତ୍ବ ଶୁଭମନ ଗିଲ୍ କରିବେ । 

ବିସିସିଆ ଏକ ବୟାନ ଜାରି କରି ଲେଖିଛି କି, ପୁରୁଷ ଚୟନକର୍ତ୍ତା କମିଟି ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ମ୍ୟାଚ୍ ଲାଗି ସଞ୍ଜୁ ସାମସନ, ଶିବମ ଦୁବେ ଏବଂ ୟଶସ୍ବୀ ଜୟସଓ୍ବାଲଙ୍କ ସ୍ଥାନରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣାଙ୍କୁ ଟିମରେ ସାମିଲ କରାଯାଇଛି । ପ୍ରକାଶ ଯେ, ସଞ୍ଜୁ ସ୍ୟାମସନ, ଶିବମ ଦୁବେ ଏବଂ ୟଶସ୍ବୀ ଜୟସଓ୍ବାଲ ଟି-୨୦ ବିଶ୍ବକପ୍ ଓ୍ବିନିଂ ଟିମର ଭାଗିଦାରୀ ଅଟନ୍ତି । ଯେଉଁମାନେ ଭାରତ ଫେରିନାହାନ୍ତି । ଭାରତ ଆସିବା ପରେ ଏହି ତିନି ଖେଳାଳୀ ହରାରେ ଲାଗି ଯିବେ ।

ସାଉଥ ଆଫ୍ରିକାକୁ ଫାଇନାଲରେ ହରାଇ ବିଶ୍ବକପ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ଶନିବାର ଭାରତ ଆସିବାକୁ ଥିଲା । କିନ୍ତୁ ବୋରିଲ ଝଡ଼ ଲାଗି ଟିମ୍ ହୋଟେଲରେ ହିଁ ଫଶି ରହିଛି । ମାତ୍ର ଏକ ଅପଡେଟ୍ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି କି ଟିମ୍ ବୁଧବାର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀ ପହଞ୍ଚିପାରେ । ଭାରତୀୟ ଟିମ୍ ଚାର୍ଟର ପ୍ଲେନରେ ସ୍ବଦେଶ ଫେରିବା ଲାଗି ଉଡ଼ାଣ ଭରିବେ । 

ଟି-୨୦ ମ୍ୟାଚ୍ ଲାଗି ଭାରତୀୟ ଟିମ୍

ଶୁଭମନ ଗିଲ(ଅଧିନାୟକ), ଋତୁରାଜ ଗାୟକଓ୍ବାଡ଼, ଅଭିଷେକ ଶର୍ମା, ରିଙ୍କୁ ସିଂହ, ଧ୍ରୁବ ଜୁରେଲ(ଓ୍ବିକେଟକିପର), ରିୟାନ ପରାଗ, ଓ୍ବାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ଆବେଶ ଖାନ, ଖଲୀଲ ଅହମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ, ସାଇ ସୁଦର୍ଶନ, ଜିତେଶ ଶର୍ମା(ଓ୍ବିକେଟକିପର), ହର୍ଷିତ ରାଣା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.