ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଆଇସିସି ପକ୍ଷରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ‘ଟିମ୍‌ ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ’ ଘୋଷଣା: ଏକାଦଶରେ ୬ ଭାରତୀୟ, ସ୍ଥାନ ପାଇଲେନି କୋହଲି

ଦୁବାଇ,୦୨/୦୭: ଆଇସିସି ପକ୍ଷରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ‘ଟିମ୍‌ ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ’ ବା ଶ୍ରେଷ୍ଠ ଏକାଦଶ ଘୋଷଣା ହୋଇଛି । ଏଥିରେ ଚାମ୍ପିଅନ୍‌  ଭାରତୀୟ ଦଳର ୬ଜଣ ଖେଳାଳି ସ୍ଥାନ ପାଇଛନ୍ତି ।  ସେମାନେ ହେଲେ ରୋହିତ ଶର୍ମା, ସୂର୍ଯ୍ୟକୁମାର  ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ । ଅନ୍ୟ ପଟରେ ଦକ୍ଷିଣ ଆଫ୍ରିକା  ବିପକ୍ଷ ଫାଇନାଲ୍‌ରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା  ଷ୍ଟାର୍‌ ବ୍ୟାଟର ବିରାଟ କୋହଲି ଏହି ଦଳରେ ସ୍ଥାନ  ପାଇ ନାହାନ୍ତି । ସେହିପରି ଆଫଗାନିସ୍ତାନରୁ ୩ଜଣ, ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍‌ରୁ ଜଣେ ଲେଖାଏଁ  ଖେଳାଳି ସ୍ଥାନ ପାଇଛନ୍ତି । ରନର୍ସ ଅପ୍‌ ଦକ୍ଷିଣ ଆଫ୍ରିକା ଦଳର ପେସ୍‌ ବୋଲର ଆନରିଜ ନର୍ଜ ଦ୍ୱାଦଶ  ଖେଳାଳି ଭାବେ ଏହି ଦଳରେ ସାମିଲ ରହିଛନ୍ତି । 




ବିଶ୍ୱକପ୍‌ରେ ରୋହିତ ୧୫୬.୭ ଷ୍ଟ୍ରାଇକ୍‌ ରେଟ୍‌ରେ ମୋଟ ୨୫୭ରନ୍‌ କରିବା ସହ ଦ୍ୱିତୀୟ  ସର୍ବାଧିକ ରନ୍‌ ହାସଲକାରୀ ସାବ୍ୟସ୍ତ ହୋଇଥିଲେ ।  ଫାଷ୍ଟ୍‌ ବୋଲର ବୁମରା ୧୫ଟି ୱିକେଟ୍‌ ନେଇ ପ୍ଲେୟାର  ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ । 

ଦଳ: ରୋହିତ ଶର୍ମା, ରହମନୁଲ୍ଲା ଗୁରବାଜ, ନିକୋଲାସ୍‌  ପୂରନ, ସୂର୍ଯ୍ୟକୁମାର ଯାଦବ, ମାର୍କସ ଷ୍ଟଇନିସ୍‌, ହାର୍ଦ୍ଦିକ  ପାଣ୍ଡ୍ୟା, ଅକ୍ଷର ପଟେଲ, ରସିଦ ଖାନ, ଯଶପ୍ରୀତ ବୁମରା,  ଅର୍ଶଦୀପ ସିଂହ, ଫଜଲହକ୍‌ ଫାରୁକି, ଆନରିଜ ନର୍ଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.