ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଜିମ୍ବାୱେ ଦଳ: ନକ୍‌ଭୀ ନୂଆମୁହଁ, ସିକନ୍ଦର ଅଧିନାୟକ

ହରାରେ,୦୨/୦୭: ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟି-ଟ୍ୱେଣ୍ଟି ସିରିଜ ପାଇଁ ଜିମ୍ବାୱେ ଦଳ ଘୋଷଣା ହୋଇଛି । ବେଲଜିୟମରେ ଜନ୍ମିତ ଯୁବ ବ୍ୟାଟର ଆଣ୍ଟମ ନକ୍‌ଭୀ ପ୍ରଥମ ଥର ସୁଯୋଗ ପାଇଛନ୍ତି । ମାତ୍ର ନାଗରିକତା ସ୍ଥିତି ସ୍ପଷ୍ଟ ହେବା ପରେ ତାଙ୍କ ଖେଳିବା ନେଇ ସ୍ପଷ୍ଟ ଜଣାପଡ଼ିବ । 

ଗତ ଲୋଗନ କପ୍‌ରେ ସେ ପ୍ରଥମ  ଖେଳାଳି (ଜିମ୍ବାୱେର ଯେକୌଣସି ଦଳ ପକ୍ଷରୁ) ଭାବେ ତ୍ରିଶତକ ଅର୍ଜନ କରିଥିଲେ। ଏହି ପ୍ରଦର୍ଶନ ବଳରେ ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡ୍ରଗ୍ସ ବ୍ୟବହାର କରି ବାସନ୍ଦ ହୋଇଥିବା ଅଭିଜ୍ଞ ଅଲରାଉଣ୍ଡର ୱେସଲି ମଧେବୀର ଓ ବ୍ରାଣ୍ଡନ ମାଭୁତା ଦଳକୁ  ଫେରିଥିବାବେଳେ ଭେଟେରାନ କ୍ରେଗ ଏରଭିନ୍‌, ସିନ ୱିଲିୟମ୍ସ,  ରିୟାନ ବୁର୍ଲ ବାଦ୍‌ ପଡ଼ିଛନ୍ତି । ସିକନ୍ଦର ରାଜା ଅଧିନାୟକ ନିଯୁକ୍ତ  ହୋଇଛନ୍ତି । ଆସନ୍ତା ୬ ତାରିଖରେ ଭାରତ ଓ ଜିମ୍ବାୱେ ମଧ୍ୟରେ ପ୍ରଥମ  ଟି-ଟ୍ୱେଣ୍ଟି ଖେଳାଯିବ । ଏହାପରେ ୭, ୧୦, ୧୩, ୧୪ ତାରିଖରେ  ଶେଷ ୪ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । 

ଜିମ୍ବାୱେ ଦଳ: ସିକନ୍ଦର ରାଜା (ଅଧିନାୟକ), ଫରାଜ ଆକ୍ରମ,  ବ୍ରାଏନ ବେନେଟ, ଜୋନାଥନ କ୍ୟାମ୍ପବେଲ, ତେନ୍ଦାଇ ଚତାରା,  ଲ୍ୟୁକ ଜଙ୍ଗୱେ, ଇନୋସେଣ୍ଟ କାଇଆ, କ୍ଲାଇଭ୍‌ ମଡାଣ୍ଡେ, ୱେସଲି  ମଧେବୀର, ତଡ଼ିୱାନସେ ମରୁମାନି, ୱେଲିଂଟନ ମାସାକାଜା, ବ୍ରାଣ୍ଡନ  ମାଭୁତା, ବ୍ଲେସିଂ ମୁଜାରବାନି, ଡାୟନ ମେୟର୍ସ, ଆଣ୍ଟମ ନକ୍‌ଭୀ,  ରିଚାର୍ଡ଼ ନଗରଭା, ମିଲଟନ ଶୁମ୍ବା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.