ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

କୋପା-ଆମେରିକା କପ୍‌: କ୍ୱାର୍ଟରରେ ଭେନେଜୁଏଲା, ଇକ୍ୱେଡର

ନ୍ୟୁ ୟର୍କ,୦୨/୦୭: ୪୮ତମ କୋପା ଆମେରିକା  କପ୍‌(ଗ୍ରୁପ୍‌-ବି)ରେ ଭେନେଜୁଏଲା କ୍ରମାଗତ ତୃତୀୟ ମ୍ୟାଚ୍‌ ଜିତିଛି । ସେହିପରି ମେକ୍ସିକୋକୁ ପଛରେ ପକାଇ ଇକ୍ୱେଡର କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି । 

ପୂର୍ବରୁ ମେକ୍ସିକୋ ଓ ଇକ୍ୱେଡରକୁ ହରାଇ ସାରିଥିବା  ଭେନେଜୁଏଲା ୩-୦ ଗୋଲ୍‌ରେ ଜାମାଇକାକୁ ପରାସ୍ତ କରିଥିଲା । ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟ ରହିଥିଲା । ୪୯ତମ ମିନିଟ୍‌ରେ  ଏଡୁଆର୍ଡ ବେଲୋ ପ୍ରଥମ ଗୋଲ କରିଥିଲେ । ଏହାପରେ ୫୬ତମ  ମିନିଟ୍‌ରେ ସାଲୋମୋନ ରଣ୍ଡନ ଓ ୮୫ତମ ମିନିଟ୍‌ରେ ଏରିକ  ରାମିରେଜ ଅନ୍ୟ ଦୁଇଟି ଗୋଲ କରି ଦଳକୁ ବିଜୟୀ କରାଇଥିଲେ ।

ଇକ୍ୱେଡର ଓ ମେକ୍ସିକୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌  ଗୋଲ୍‌ ଶୂନ୍ୟ ରହିଥିଲା । ଉଭୟ ପଏଣ୍ଟ ଭାଗ କରିଥିଲେ । ୩ଟି  ଯାକ ଲିଗ ମ୍ୟାଚ୍‌ ପରେ ଉଭୟ ୪ ପଏଣ୍ଟ ଲେଖାଏଁ ଅର୍ଜନ  କରିଥିଲେ । ମାତ୍ର ଅଧିକ ଗୋଲ୍‌ ସ୍କୋର କରିଥିବା ଇକ୍ୱେଡର  କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା । ଉଭୟ ଜାମାଇକା  ବିପକ୍ଷରେ ବିଜୟୀ ହୋଇଥିଲେ । ମେକ୍ସିକୋ ୧-୦ ଗୋଲ୍‌ରେ ଓ  ଇକ୍ୱେଡର ୩-୧ ଗୋଲ୍‌ରେ ଜାମାଇକାକୁ ହରାଇଥିଲେ ।  

କ୍ୱାର୍ଟର ଫାଇନାଲ୍‌ରେ ଇକ୍ୱେଡର ଡିଫେଣ୍ଡିଂ ଚାମ୍ପିଅନ୍‌  ଆର୍ଜେଣ୍ଟିନାକୁ ଭେଟିବ । ସେହିପରି ଭେନେଜୁଏଲା ଓ କାନାଡ଼ା  ପରସ୍ପରକୁ ସାମ୍ନା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.