ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ବିଶ୍ୱ ଚାମ୍ପିଅନଙ୍କୁ ମାହିଙ୍କ ବିଶେଷ ଶୁଭେଚ୍ଛା, କହିଲେ ଅମୂଲ୍ୟ ଜନ୍ମଦିନ ଉପହାର ପାଇଁ ଧନ୍ୟବାଦ...

ନୂଆଦିଲ୍ଲୀ,୦୧/୦୭: ଅନ୍ୟ ସେଲିବ୍ରିଟି ମାନଙ୍କ ଭଳି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (ମାହି)  ସୋସିଆଲ ମିଡିଆରେ ସେମିତି ସକ୍ରିୟ ନୁହଁନ୍ତି । କିନ୍ତୁ  ଯାହା ବି ଗୋଟିଏ ପୋଷ୍ଟ କରନ୍ତି, ତାହା ବେଶ ଚର୍ଚ୍ଚା ହୁଏ । ଭାରତ ଚାମ୍ପିଅନ ହେବା ପରେ ମାହି ସୋସିଆଲ ମିଡିଆରେ ବିଶ୍ୱ ଚାମ୍ପିଅନଙ୍କୁ ଜଣାଇଛନ୍ତି ବିଶେଷ ଶୁଭେଚ୍ଛା ।  

ସେ ଲେଖିଛନ୍ତି, ‘ ବିଶ୍ୱକପ୍‌ ଚାମ୍ପିଅନ ୨୦୨୪ । ମୋର ହୃଦସ୍ପନ୍ଦନ ବଢ଼ି ଯାଇଥିଲା । ଶାନ୍ତ ରହି, ଆତ୍ମବିଶ୍ୱାସ ରଖି ତୁମେମାନେ ଯାହା କରିଛ, ସେଥିପାଇଁ ଶୁଭେଚ୍ଛା । ବିଶ୍ୱକପ୍‌  ଟ୍ରଫି ଜିତି ଘରକୁ ଆଣିଥିବାରୁ ବହୁତ ବହୁତ ଅଭିନନ୍ଦନ । ଆରେ ଅମୂଲ୍ୟ ଜନ୍ମଦିନ ଉପହାର ପାଇଁ ଧନ୍ୟବାଦ ।’ ଆସନ୍ତା ଜୁଲାଇ ୭ ତାରିଖରେ ମାହିଙ୍କ ଜନ୍ମ ଦିନ । ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ (ଟି-ଟ୍ୱେଣ୍ଟି) ଏବଂ  ୨୦୧୧ (ଦିନିକିଆ) ବିଶ୍ୱକପ୍‌ରେ ଚାମ୍ପିଅନ ହୋଇଥିଲା ।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.