ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଟି-୨୦ବିଶ୍ବକପ ପରେ ୯ଭେଟରାନ୍ ନେଲେ ଅବସର, ଜାଣନ୍ତୁ କେଉଁମାନେ

ନୂଆଦିଲ୍ଲୀ,୨/୭ : ଚଳିତ ଟି-୨୦ ବିଶ୍ବକପ ୨୦୨୪ କେତେକ କାରଣରୁ ଖାସ୍ ରହିଛି। ପ୍ରଥମ ଥର ୨୦ଟି ଟିମ୍ ଏହି ଆଇସିସି ଇଭେଣ୍ଟରେ ଭାଗ ନେଇଥିଲେ । ଆମେରିକା ପ୍ରଥମ ଥର କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲା । ମ୍ୟାଚ ଡ୍ରପ-ଇନ ପିଚରେ ଖେଳା ଯାଇଥିଲା ଏବଂ ସାଧାରଣତ ବ୍ୟାଟରଙ୍କ ପକ୍ଷ ଧରାଯାଉଥିବା ଏହି ଫର୍ମାଟରେ ବିଶେଷ କରି ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା । ଏହି ସବୁ ବିଶେଷତ୍ବ ବ୍ୟତୀତ ଟି-୨୦ ବିଶ୍ବକପ ୨୦୨୪ରେ କେତେକ ଭେଟରାନ ଖେଳାଳୀ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟକୁ ଅଲବିଦା କହିଛନ୍ତି । ଫାଇନାଲ ପରେ ହିଁ ଭାରତର ୩ଭେଟରାନ ଖେଳାଳୀ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟକୁ ଅଲବିଦା କହିଛନ୍ତି । ଆସନ୍ତୁ ଜାଣିବା ଏହି ଟୁର୍ଣ୍ଣାମେଣ୍ଟ ପରେ କେଉଁ ଖେଳାଳୀମାନେ ଟି-୨୦ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଛନ୍ତି ।

ବିରାଟ କୋହଲୀ


ଭରତର ପୂର୍ବତନ ଅଧିନାୟକ ଫାଇନାଲରେ ୫୯ବଲରେ ୭୬ରନ୍ କରି ପ୍ଲେୟର ଅଫ ଦ ମ୍ୟାଚର ତାଜ୍ ମିଳିବା ପରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । କୋହଲୀ ୧୨୫ ଟି-୨୦ ମ୍ୟାଚ ଖେଳିଛନ୍ତି ଏବଂ ୪୧୮୮ରନ୍ କରିଛନ୍ତି । ସେ ଏହି ଫର୍ମାଟରେ ସବୁଠରୁ ଅଧିକ ରନ୍ କରିବା ମାମଲାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ।

ରୋହିତ ଶର୍ମା

ଭାରତର ଅଧିନାୟକ ରୋହିତ ସାଉଥ ଆଫ୍ରିକାର ବାରବାଡୋସରେ ୭ରନରେ ହରାଇବା ପରେ ଲମ୍ବା ସମୟରୁ ଚାଲୁଥିବା ତାଜ୍ ଜିତିବାର ସ୍ବପ୍ନ ପୂରା କରିଛନ୍ତି । ବିଜୟ ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ବି ବିରାଟ କୋହଲୀଙ୍କ ସହ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି । ସେ ୧୫୯ମ୍ୟାଚ୍ ଖେଳିଛନ୍ତି ଏବଂ ୪୨୩୧ରନ୍ କରିଛନ୍ତି । ସେ ଏହି ଫର୍ମାଟରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ଅଟନ୍ତି ।

ରବିନ୍ଦ୍ର ଜାଡେଜା


ଭାରତ ବିଜୟର ଗୋଟିଏ ଦିନ ପରେ ଷ୍ଟାର ଅଲରାଉଣ୍ଡର ଟି-୨୦ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି । ଜାଡେଜା ୭୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୫୧୫ରନ୍ କରିଛନ୍ତି ଏବଂ ୫୪ଓ୍ବିକେଟ ନେଇଛନ୍ତି ।

ଡେଭିଡ ଓ୍ବାର୍ଣ୍ଣର

ଅଷ୍ଟେ୍ରଲିଆର ଭେଟରାନ ବ୍ୟାଟର ଘୋଷଣା କରିଥିଲେ କି ସେ ଟି-୨୦ ବିଶ୍ବକପ ୨୦୨୪ପରେ ସନ୍ନ୍ୟାସ ନେବେ । ଅଷ୍ଟ୍ରେଲିଆ ସେମିଫାଇନାଲ ଲାଗି କ୍ବାଲିଫାଇ କରିବାରେ ବିଫଳ ରହିବା କାରଣରୁ ତାଙ୍କ କ୍ୟାରିୟରର ଶେଷ ଭଲ ରହିଲା ନାହିଁ । ଓ୍ବାର୍ଣ୍ଣର ୧୧୦ ଟି-୨୦ ମ୍ୟାଚରେ ୩୨୭୭ରନ୍ କରିଛନ୍ତି ।

ଟ୍ରେଣ୍ଟ ବୋଲ୍ଟ

ଷ୍ଟାର ବାମ ହାତୀ ବୋଲର ଟି-୨୦ ବିଶ୍ବକପ ୨୦୨୪ର ସୁପର ୮ ଦୌଡ଼ରେ ନ୍ୟୁଜିଲାଣ୍ଡ ଲାଗି ପପୁଆ ନ୍ୟୁ ଗିନି ବିରୁଦ୍ଧରେ ନିଜ ଶେଷ ଟି-୨୦ମ୍ୟାଚ ଖେଳିଛନ୍ତି । ବୋଲ୍ଟ ୬୧ମ୍ୟାଚରେ ୮୩ଓ୍ବିକେଟ ନେଇ ନିଜ ଟି-୨୦କ୍ୟାରିୟର ଶେଷ କରିଛନ୍ତି । ସେ ଟି-୨୦ ବିଶ୍ବକପ ୨୦୨୪ରେ ୪ମ୍ୟାଚରେ ୯ଓ୍ବିକେଟ ନେଇଛନ୍ତି। 

ମହମୁଦ୍ଦୁଲ୍ଲାହ


ବାଙ୍ଗଲାଦେଶର ଭେଟରାନ କ୍ରିକେଟର ମହମୁଦ୍ଦୁଲ୍ଲାହ ଟି-୨୦ ବିଶ୍ବକପ ୨୦୨୪ର ଶେଷ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି ୩୮ବର୍ଷୀୟ ଅଲରାଉଣ୍ଡର । ଟୁର୍ଣ୍ଣାମେଣ୍ଟରେ ବାଙ୍ଗଲାଦେଶ ଲାଗି ୭ମ୍ୟାଚରେ ୯୫ରନ୍ କରିଛନ୍ତି । ପ୍ରାୟ ସେ ୧୩୮ ଟି-୨୦ରେ ୨୩୯୪ରନ୍ କରିଛନ୍ତି । ସେ ନିଜ ଅଫ ସ୍ପିନ ବୋଲିଂରେ ୪୦ଓ୍ବିକେଟ ବି ନେଇଛନ୍ତି ।

ଡେଭିଡ ବିଜ


ନାମିବିୟାର ମହାନ ଖେଳାଳୀ ଡେବିଡ ବିଜ ଇଂଲଣ୍ଡଠାରୁ ଗ୍ରୁପ ଚରଣର ଶେଷ ମ୍ୟାଚରେ ପରାଜୟ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି । ବିଜ ୫୪ ଟି-୨୦ ମ୍ୟାଚରେ ୬୨୪ରନ୍ କରିଛନ୍ତି ଏବଂ ୫୯ଓ୍ବିକେଟ ନେଇଛନ୍ତି ।

ସାଇବ୍ରାଣ୍ଡ ଏଜେଲବ୍ରେକ୍ଟ


ନେଦରଲ୍ୟାଣ୍ଡ୍ସର ଅନଭୁବୀ ଖେଳାଳୀ ସାଇବ୍ରାଣ୍ଡ ଅବ୍ରାହମ ଏଜେଲବ୍ରେକ୍ଟ ବି ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚ୍ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି । ସାଉଥଆଫ୍ରିକାରେ ଜନ୍ମିତ ୩୫ବର୍ଷୀୟ ଏହି କ୍ରିକେଟର ୧୨ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେ ୩୧.୧୧ର ପ୍ରତିଶତ ଏବଂ ୧୩୨.୭ର ଷ୍ଟ୍ରାଇକ ରେଟରେ ୨୮୦ରନ୍ କରିଛନ୍ତି ।

ବ୍ରାୟନ ମସାବା


ୟୁଗାଣ୍ଡାର ବ୍ରାୟନ ମସାବା ବି ଟି-୨୦ ବିଶ୍ବକପ ୨୦୨୪ରେ ଟିମର ଅଭିଯାନ ପରେ ଟି-୨୦ କ୍ରିକେଟରୁ ଅଚାନକ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି । ୩୨ବର୍ଷୀୟ ବ୍ରାୟନ ୬୧ ଟି-୨୦ ମ୍ୟାଚରେ ୪୩୭ରନ୍ କରିଛନ୍ତି ଏବଂ ୨୩ଓ୍ବିକେଟ ନେଇଛନ୍ତି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.