ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଟି-୨୦ ବିଶ୍ବକପ୍‌ ଚାମ୍ପିୟନ ହେବା ପରେ ଟିମ୍‌ ଇଣ୍ଡିଆ ଉପରେ ଟଙ୍କା ବର୍ଷା; ୧୨୫ କୋଟି ଘୋଷଣା କଲେ ବିସିସିଆଇ ସଚିବ ଜୟ ଶାହ

ନୂଆଦିଲ୍ଲୀ,୩୦/୦୬: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି ୨୦ ବିଶ୍ୱକପ ଚାମ୍ପିୟନ ହୋଇଛି। ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଛି। ଏଥି ସହିତ, ଏହି ବିଜୟ ପରେ ବିସିସିଆଇ ଭାରତୀୟ ଦଳ ପାଇଁ ପୁରସ୍କାର ରାଶି ଭାବରେ ୧୨୫ କୋଟି ଟଙ୍କା ଘୋଷଣା କରିଛି। ଟି ୨୦ ବିଶ୍ୱକପ ଜିତିଥିବା ଟିମ୍ ଇଣ୍ଡିଆକୁ ବିସିସିଆଇ ୧୨୫ କୋଟି ଟଙ୍କା ଦେବ। ବିସିସିଆଇ ସଚିବ ଜୟ ଶାହା ଏହି ଟ୍ୱିଟ କରିଛନ୍ତି। ସେ ଏହି ଟୁଇଟରେ ଏହି ସୂଚନା ଦେଇଛନ୍ତି।

ବିସିସିଆଇ ସଚିବ ଜୟ ଶାହା ଏକ୍ସରେ ଲେଖିଛନ୍ତି - 'ମୁଁ ସୂଚନା ଦେଇ ବହୁତ ଖୁସି ଯେ ଭାରତୀୟ ଦଳ ଆଇସିସି ପୁରୁଷ ଟି ୨୦ ବିଶ୍ୱକପ ଜିତିବା ପରେ ପୁରସ୍କାର ରାଶି ଭାବରେ ୧୨୫ କୋଟି ଘୋଷଣା କରୁଛି। ଭାରତୀୟ ଦଳ ଟି ୨୦ ବିଶ୍ୱକପରେ ଆକର୍ଷଣୀୟ ପ୍ରଦର୍ଶନ, ପ୍ରତିଭା, ନିଷ୍ଠାର ନିଦର୍ଶନ ଦେଖାଇଛନ୍ତି।

କହିରଖୁଛୁ ଯେ, ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଦ୍ୱିତୀୟ ଥର ପାଇଁ ଟାଇଟଲ ଜିତିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଥିଲା। ଭାରତ ପାଇଁ ବିରାଟ କୋହଲି ୫୯ ବଲରେ ସର୍ବାଧିକ ୭୬ ରନ୍ ସ୍କୋର କରିଥିଲେ। ଏହାର ଉତ୍ତରରେ ଦକ୍ଷିଣ ଆଫ୍ରିକା ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୬୯ ରନ୍ ସ୍କୋର କରିପାରିଥିଲା। ଏହିପରି ଭାବେ ଭାରତ ୭ ରନ୍‌ରେ ମ୍ୟାଚ୍ ଜିତିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.