ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ସୋମବାରଠାରୁ ଖୋଲିବ ଜନତା ଦରବାର, ଲୋକଙ୍କଠାରୁ ସିଧାସଳଖ ଅଭିଯୋଗ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦/୦୬: ଆସନ୍ତା ସୋମବାରଠାରୁ ଖୋଲିବ ଜନତା ଦରବାର । ଲୋକଙ୍କଠାରୁ ସିଧାସଳଖ ଅଭିଯୋଗ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଦୀର୍ଘ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜେ ମୁଖ୍ୟମନ୍ତ୍ରୀ ବସିବା ସହ ଲୋକଙ୍କଠାରୁ ଅଭିଯୋଗ ଶୁଣିବେ ।

ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା । ଏହା ପୂର୍ବରୁ ଅଧିକାରୀମାନେ ଏଠାରେ ଅଭିଯୋଗ ଶୁଣାଣି କରୁଥିଲେ । କିନ୍ତୁ ବହୁ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଏଠାକୁ ଆସୁନଥିଲେ । ଏବେ ନୂଆ ପରମ୍ପରା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଜୁଲାଇ ୧ ତାରିଖ ବା ସୋମବାରଠାରୁ ନିଜେ ମୁଖ୍ୟମନ୍ତ୍ରୀ ଏଠାକୁ ଆସିବେ । ଲୋକଙ୍କଠାରୁ ସିଧାସଳଖ ଅଭିଯୋଗ ଶୁଣିବେ । ଏ ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ଶୁଣାଣି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଦେବା ପାଇଁ ପଞ୍ଜିକରଣ ବ୍ୟବସ୍ଥା ହେବ । ୟୁନିଟ୍‌-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୋମବାର ସକାଳ ୯ଟାରୁ ଦିନ ୧୨ଟା ଯାଏ ପଞ୍ଜିକରଣ ଚାଲିବ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଦେବାକୁ ଚାହୁଁଥିଲେ ଲୋକେ ଆସି ପଞ୍ଜିକରଣ କରାଇ ଅଭିଯୋଗ ଜଣାଇ ପାରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାରରେ ଆଗକୁ ସବୁ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ରହିପାରନ୍ତି । ଏ ନେଇ ବିସ୍ତୃତ ଯୋଜନା ରହିଛି । ମୁଖ୍ୟମନ୍ତ୍ରୀ      ସବୁ ବିଭାଗର ସମସ୍ୟା ଶୁଣିବା ସହ ଅଭିଯୋଗଗୁଡ଼ିକୁ ସଂପୃକ୍ତ ବିଭାଗ ପାଖକୁ ପଠାଇବେ । ବିଭାଗୀୟ ମନ୍ତ୍ରୀମାନେ ସେଠାରେ ଉପସ୍ଥିତ ରହିବା ସହ ତ୍ୱରିତ୍‌ ପଦକ୍ଷେପ ନେଇ ଅଭିଯୋଗ ସମାଧାନ ପାଇଁ ବ୍ୟବସ୍ଥା କରିବେ । କିନ୍ତୁ କେବେଠାରୁ ମନ୍ତ୍ରୀମାନେ ସେଠାକୁ ଆସିବେ ସେ ନେଇ କୌଣସି ନିଷ୍ପତ୍ତି ହୋଇନି । ଏବେ କେବଳ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଠାରେ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି । ଲୋକେ ପ୍ରଥମେ ଧାଡ଼ିରେ ରହି ପଞ୍ଜିକରଣ କରିବେ । ଲୋକଙ୍କୁ ବର୍ଷା ଓ ଖରାରୁ ରକ୍ଷା ପାଇଁ ପର୍ଯ୍ୟାପ୍ତ ସେଡ୍‌ ବ୍ୟବସ୍ଥା ହୋଇଛି । ଦିବ୍ୟାଙ୍ଗଙ୍କୁ ଛିଡ଼ା ନ କରି ବସାଇବା ସୁବିଧା କରାଯାଇଛି । ଯେଉଁଠାରେ ଅଭିଯୋଗ ଶୁଣାଯିବ ସେହି ହଲ୍‌ରେ ପର୍ଯ୍ୟାପ୍ତ ଚେୟାର  ପକାଯାଇଛି । ଜରୁରାକାଳୀନ ଚିକିତ୍ସା ପାଇଁ ଅଭିଯୋଗ ପ୍ରକୋଷ୍ଠ ପରିସରରେ ଆଶୁ ଚିକିତ୍ସା ସୁବିଧା ରହିବ । ଏଠାରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ନିୟୋଜିତ ହେବେ । ପ୍ରାଥମିକ ଚିକିତ୍ସା ସେବା ପାଇଁ ସବୁ ସୁବିଧା ରହିବ । ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ମହଜୁଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ବିଶ୍ରାମ ପାଇଁ ଏକ ସ୍ୱତନ୍ତ୍ର ବିଶ୍ରାମ କକ୍ଷ ରହିବ । 

  ସେହିଭଳି ଜିଲ୍ଲାସ୍ତରରେ ମଧ୍ୟ ପ୍ରତି ସୋମବାର ଅଭିଯୋଗ ଶୁଣାଣି ହେବ । ସବୁ ଜିଲ୍ଲାପାଳମାନେ ଲୋକଙ୍କଠାରୁ ଅଭିଯୋଗ ଶୁଣିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ଶୁଣିବା ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଯେ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶ୍ରୀ ମାଝି ରାଜ୍ୟ ଅତିଥି ଭବନରେ ପ୍ରତିଦିନ ଲୋକଙ୍କୁ ଭେଟି ଅଭିଯୋଗ ଗ୍ରହଣ କରୁଛନ୍ତି । ଏହାଭିତରେ ସେ ଲକ୍ଷାଧିକ ଲୋକଙ୍କଠାରୁ ଅଭିଯୋଗ ଶୁଣି ସାରିଲେଣି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.