ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ନୟାପଲ୍ଲୀ ଫ୍ଲାୟ ଓଭରରେ ମର୍ମନ୍ତୁଦ ଦୁର୍ଘଟଣା : ଅଟୋ ଧକ୍କାରେ ଭାଇଭଉଣୀ ଗୁରୁତର

ଭୁବନେଶ୍ବର,୧।୭ :  ସ୍ଥାନୀୟ ନୟାପଲ୍ଲୀ ଫ୍ଲାୟ ଓଭର ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଟୋ ଧକ୍କାରେ ଭାଇଭଉଣୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। 

ଭାଇଭଉଣୀ ଜୟଦେବ ବିହାର ରୁ ବରମୁଣ୍ଡା ଯାଉଥିଲେ।  ସେହି ରାସ୍ତାରେ ଯାଉଥିବା ଏକ  ଡାଲା ଅଟୋ (ନଂ ଓଡି୦୨ସିସି୩୫୬୭)  ସେମାନଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଭାଇଭଉଣୀ ବ୍ରିଜ ଉପରେ ଛିଟିକି ପଡ଼ିଥିଲେ। ରାସ୍ତାରେ ଯାଉଥିବା ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଭାଇଭଉଣୀଙ୍କୁ ରାସ୍ତା କଡ଼କୁ ଆଣି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ନୟାପଲ୍ଲୀ ଥାନା ପୁଲିସ୍ ପହଞ୍ଚି ପ୍ରଥମେ ଦୁଇ ଜଣକଙ୍କୁ ମେଡିକାଲ ପଠାଇଥିଲେ। ରଙ୍ଗ୍  ରୁଟ ରେ ଅଟୋ ଚଳାଉ ଥିବା ଡ୍ରାଇଭର ଏବଂ ଅଟୋକୁ ଥାନାକୁ ନେଇଛି। 

ଆହୁରି ପଢନ୍ତୁ : ଗୁଣିଗାରେଡି ସନ୍ଦେହରେ ବିଭତ୍ସ ହତ୍ୟାକାଣ୍ଡ : ଅଜାକୁ ଟାଙ୍ଗିଆରେ ହାଣି ହତ୍ୟାକଲା ନାତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.