ପୁରୀ,୩୦/୦୬: ଦଇତାପତିଙ୍କ ନିଷ୍ଠାପର ସେବାରେ ଧିରେ ଧିରେ ସୁସ୍ଥ ହେଉଛନ୍ତି ଦାରୁଦିଅଁ । ଫୁଲୁର ତେଲ ଲାଗି ନୀତି ପରେ ଏବେ ଓଷ ଲାଗି । ଶ୍ରୀମନ୍ଦିର ଅଣସର ଘରେ ଶୁକ୍ରବାରଠାରୁ ଠାକୁରଙ୍କ ଓଷ ଲାଗି ନୀତି ଚାଲିଛି । ରାଶି ତେଲ ସହ ଝୁଣା ଗୁଣ୍ଡର ମିଶ୍ରଣ ହେଉଛି ଓଷ। ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବ ଏହି ସ୍ୱତନ୍ତ୍ର ନୀତି । ଜୁଲାଇ ୧ ତାରିଖ ସୋମବାର ଦଶମୀ ଦିନ ଠାକୁରେ ଚକା ଉପରକୁ ଉଠିବେ । ଏକାଦଶୀରେ ଖଳିଲାଗି ସହ ଶ୍ରୀଅଙ୍ଗରେ ରକ୍ତ ବସ୍ତ୍ର ଲାଗି ହେବେ । ସେବକମାନେ ସମନ୍ୱୟ ରଖି ଠାକୁରଙ୍କ ସେବାକାର୍ଯ୍ୟ ଜାରି ରଖିଥିବା ସୂଚନା ରହିଛି ।
ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ ମୋଦୀ,...