ପ୍ରମୂଖ ଖବର
  • ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ମନଇଚ୍ଛା କାଟିପାରିବେନି ତାଳ ଗଛ , କାଟିବା ପାଇଁ ବନ ବିଭାଗର ନେବାକୁ ପଡିବ ଅନୁମତି

ଭୁବନେଶ୍ବର,୧।୭ : ଆଉ ଜନସାଧାରଣ ମନଇଚ୍ଛା କାଟିପାରିବେନି ତାଳ ଗଛ । କାଟିବା ପାଇଁ ଜଙ୍ଗଲ ବିଭାଗର ଅନୁମତି ନେବାକୁ ପଡିବ । ନ ହେଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ଅହେତୁକ ଭାବେ ମନ ଇଚ୍ଛା ତାଳ ଗଛ ଲୋକ କାଟିଦେଉଥିବାରୁ ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଉଛି । ଅନୁମତି ନ ନେଇ ତାଳ ଗଛ କାଟିଲେ ଜଙ୍ଗଲ ବିଭାଗର ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ  ହେବ ବୋଲି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ଏ ନେଇ  ସୂଚନା ଦେଇଛନ୍ତି।  ।

ସେହିପରି ରାଜ୍ୟରେ ଏ ବର୍ଷ ଲାଗିବ ୧୯ ଲକ୍ଷ ତାଳ ଗଛ । ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ପିଲାର ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ । ସେଥିପାଇଁ ଏସଆରସିଙ୍କ ପକ୍ଷରୁ ସାଢେ ୭ କୋଟି ଟଙ୍କା ଖର୍ଚ୍ଚ ହେବ । ବଜ୍ରପାତ ଜନିତ ମୃତ୍ୟୁ କମାଇବା , ହାତୀଙ୍କ ଖାଦ୍ୟ ସହ ବନ ବିଭାଗ ବାଉଣ୍ଡରି ପିଲାର ମଜବୁତ୍ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦେଶ ଦେଇଥିବା ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.