ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

୨୦୨୯ ଶେଷ ସୁଦ୍ଧା ଭାରତରେ 5G ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୮୪ କୋଟିରେ ପହଞ୍ଚିପାରେ : ରିପୋର୍ଟ

ନୂଆଦିଲ୍ଲୀ: ୨୦୨୯ ମସିହା ଶେଷ ସୁଦ୍ଧା ଭାରତରେ 5G ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୮୪ କୋଟିରେ ପହଞ୍ଚିପାରେ, ଯାହାକି ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟାରେ ୬୫ ପ୍ରତିଶତ ହେବ । ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ଏରିକ୍ସନ୍ ମୋବିଲିଟି ରିପୋର୍ଟ ଅନୁଯାୟୀ, ୨୦୨୯ ସୁଦ୍ଧା ଭାରତରେ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୧.୩ ବିଲିୟନକୁ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଏରିକ୍ସନ୍ କାର୍ଯ୍ୟନିର୍ବାହୀ ବିପି ଏବଂ ନେଟୱାର୍କର ହେଡ୍ ଫ୍ରେଡ୍ରିକ୍ ଜେଜଲିଙ୍ଗ କହିଛନ୍ତି ଯେ ଜୁନ୍ ୨୦୨୪ ର ଏରିକ୍ସନ୍ ମୋବିଲିଟି ରିପୋର୍ଟରେ ଦର୍ଶାଯାଇଛି ଯେ 5G ମୋବାଇଲ୍ ସବସ୍କ୍ରିପସନ୍ ଦ୍ରୁତ ଗତିରେ ବଢୁଛି । ଭଲ ମୋବାଇଲ୍ ବ୍ରଡବ୍ୟାଣ୍ଡ ଏବଂ ଫିକ୍ସଡ୍ ଓୟାରଲେସ୍ ହେଉଛି ପ୍ରମୁଖ ଉପଯୋଗର ମାମଲା, ଯାହାକି ସଙ୍କେତ ଦେଉଛି ଯେ, 5G କ୍ଷମତା ସେବା ପ୍ରଦାନକାରୀଙ୍କୁ ପ୍ରଭାବିତ କରୁଛି । 

ବୈଶ୍ବିକ ସ୍ତରରେ, ୨୦୨୯ ଶେଷ ସୁଦ୍ଧା 5G ସବସ୍କିପସନ ସଂଖ୍ୟା ୫.୬ ବିଲିୟନରେ ପହଞ୍ଚିବ ବୋଲି ଆଶା କରାଯାଉଛି ।ଏହି ରିପୋର୍ଟରେ ଆକଳନ କରାଯାଇଛି ଯେ ୨୦୨୯ ଶେଷ ସୁଦ୍ଧା ବୈଶ୍ବିକ ସ୍ତରରେ ମୋଟ ମୋବାଇଲ୍ ଗ୍ରାହକଙ୍କ ମଧ୍ୟରୁ ୬୦ ପ୍ରତିଶତ 5G ଉପଭୋକ୍ତା ହେବେ। ଏହି ରିପୋର୍ଟରେ କୁହାଯାଇଛି ଯେ ମିଡ-ବ୍ୟାଣ୍ଡ ନିୟୋଜନ ଭାରତରେ ଏକ ବଡ଼ ଆକାରରେ କରାଯାଇଛି ଏବଂ ୨୦୨୩ ଶେଷ ସୁଦ୍ଧା ଜନସଂଖ୍ୟାର ୯୦ ପ୍ରତିଶତ ପର୍ଯ୍ୟନ୍ତ କଭରେଜ ଥିଲା । ୨୦୨୩ ଶେଷ ସୁଦ୍ଧା, 5G ଗ୍ରାହକଙ୍କ ସଂଖ୍ୟା ୧୧.୯ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଥିଲା, ଯାହା ମୋଟ ବ୍ୟବହାରକାରୀଙ୍କ ୧୦ ପ୍ରତିଶତ ଅଟେ।

ଟେଲିକମ୍ ସେବା ପାଇଁ କେନ୍ଦ୍ର ସରକାର୯୬୨୩୮.୪୫କୋଟି ଟଙ୍କା ମୂଲ୍ୟର ସ୍ପେକ୍ଟ୍ରମର ନିଲାମ ଆରମ୍ଭ କରିଛନ୍ତି । ଏଥିରେ, ବିଭିନ୍ନ ବ୍ୟାଣ୍ଡର ୧୦୫୨୨.୩୫ ମେଗାଜର୍ ସ୍ପେକ୍ଟ୍ରମ ନିଲାମ ହେବ । ଏହି ନିଲାମ ପ୍ରକ୍ରିୟାରେ ଭାରତୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଏବଂ ରିଲାଏନ୍ସ ଜିଓ ଇନଫୋକମ୍ ଅଂଶଗ୍ରହଣ କରୁଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.